କଣ କହିଥାଏ ଆପଣଙ୍କ କାଣି ଆଙ୍ଗୁଠି ଆପଣଙ୍କ ଭବିଷ୍ୟତ ବିଷୟରେ, ଜାଣନ୍ତୁ ଲାଇଫରେ ସଫଳ ହେବେ କି ନାହିଁ ?

ପ୍ରତ୍ୟେକ ମଣିଷର ଅଙ୍ଗର ଗଠନ ଅଲଗା ଅଲଗା ପ୍ରକାରର ହୋଇଥାଏ । ବିଶେଷ କରି ଯେବେ ଆଙ୍ଗୁଠି କଥା କହିବା ତେବେ ଏହା ତ ସଂପୂର୍ଣ୍ଣ ରୂପେ ଅଲଗା ହୋଇଥାଏ । କାହାର ଆଙ୍ଗୁଠି ଛୋଟ ହୋଇଥାଏ ତ କାହାର ବଡ ବା କାହାର ମୋଟା ବା ପତଳା ହୋଇପାରେ । ଅଙ୍ଗୁଠି ଗୋଟିଏ ଭଳି କାହାର ହୋଇ ନଥାଏ । ଏଥିପାଇଁ ଜ୍ୟୋତିଶ ଶାସ୍ତ୍ରରେ ଆଙ୍ଗୁଠିର ଅଲଗା ମହତ୍ତ୍ଵ ରହିଛି । ଆଜ୍ଞା ହଁ , ଆଙ୍ଗୁଠିରୁ ଆପଣ ଜାଣିପାରିବେ କି ଆପଣଙ୍କୁ ନିଜ ଜୀବନରେ କେତେ ସଂଘର୍ଷ କରିବାକୁ ପଡିବ ବା ଆପଣଙ୍କୁ କେତେ ସଫଳତା  ମିଳିବ ।

ତେବେ ଚାଲନ୍ତୁ ଜାଣିବା କି ଆମର ଏହି ଲେଖାରେ ଆପଣଙ୍କ ପାଇଁ କଣ ବିଶେଷ କଥା ରହିଛି ।

ଯଦି କାଣି ଆଙ୍ଗୁଠି ଅଧିକ ଛୋଟ ହୋଇଥିବ

ଯେଉଁ ଲୋକଙ୍କର କାଣି ଆଙ୍ଗୁଠି ଆବଶ୍ୟକତାଠାରୁ ଅଧିକ ଛୋଟ ଥାଏ, ତାଙ୍କୁ ସମାଜରେ ତାଳମେଳ ରଖିବାରେ ଅଧିକ କଷ୍ଟ କରିବାକୁ ପଡିଥାଏ । ଏମିତିକା ଲୋକ ନିଜ କଥା ଅନ୍ୟକୁ ବୁଝାଇବାରେ ମଧ୍ୟ ଅସମର୍ଥ ହୁଅନ୍ତି, ଯାହା କାରଣରୁ ଏମାନଙ୍କୁ ବହୁତ ଏକୁଟିଆ ଏକୁଟିଆ ଲାଗିଥାଏ । କେବଳ ଏତିକି ନୁହେଁ ଏହି ଲୋକମାନେ ନିଜ ଜୀବନର ଲକ୍ଷ ନିର୍ଦ୍ଧାରିତ କରିବାରେ ମଧ୍ୟ ଅସମର୍ଥ ହୋଇଥାନ୍ତି ଓ ଜୀବନରେ ବହୁତ କଷ୍ଟରେ ସଫଳ ହୋଇପାରନ୍ତି ।

କାଣି ଆଙ୍ଗୁଠି ହାରାହାରି ଲମ୍ବା ହୋଇଥିବ

ଯେଉଁ ଲୋକମାନଙ୍କର କାଣି ଆଙ୍ଗୁଠି ହାରାହାରି ଲମ୍ବା ହୋଇଥାଏ ବା ଅନାମିକା ଆଙ୍ଗୁଠିର ପ୍ରଥମ ଗଣ୍ଠି ପର୍ଯ୍ୟନ୍ତ ପହଞ୍ଚି ପାରିଥାଏ , ସେହି ଲୋକଙ୍କୁ ସଫଳତା ମିଳିବାରେ ସମୟ ଲାଗିଥାଏ । ଏହି ଲୋକଙ୍କୁ ଜୀବନରେ ସବୁବେଳେ ଧର୍ଜ୍ୟ ରଖିବା ଦରକାର । ଏହି ଲୋକମାନେ ଅନ୍ୟ ଲୋକଙ୍କ ଜୀବନରେ ଦଖଲ ଦିଅନ୍ତି ନାହିଁ ଓ ଏମାନେ ଚାହାଁନ୍ତି କି ତାଙ୍କ ଲାଇଫରେ ମଧ୍ୟ କେହି ଦଖଲ ନ ଦେଉ । ଏମାନେ ବହୁତ ବୁଦ୍ଧିମାନ ହୋଇଥାନ୍ତି ଓ ନିଜ ଜୀବନରେ ସମାଜ ଓ ପର୍ଶନାଲ ଲାଇଫ ମଧ୍ୟରେ ତାଳମେଳ ରଖିଥାନ୍ତି ।

ଯଦି କାଣି ଆଙ୍ଗୁଠି ଲମ୍ବା ହୋଇଥାଏ

ଯେଉଁ ଲୋକଙ୍କର କାଣି ଆଙ୍ଗୁଠି ଲମ୍ବା ହୋଇଥାଏ, ତାଙ୍କୁ ଜୀବନରେ ଅପାର ସଫଳତା ମିଳିଥାଏ । ଏମିତି ଲୋକଙ୍କୁ ଜୀବନରେ ଧନର ଅଭାବ ହୋଇନଥାଏ । ଏମାନେ କାମକୁ ବହୁତ ମହତ୍ତ୍ଵ ଦେଇଥାନ୍ତି । ଏମାନଙ୍କୁ ଜୀବନର ସବୁ କ୍ଷେତ୍ରରେ ସଫଳତା ମିଳିଥାଏ । ଏମାନଙ୍କର କେବେ ବି ଆର୍ଥିକ ସଙ୍କଟ ନଥାଏ । ନିଜ ଭଲ କାମ ଯୋଗୁ ସମାଜରେ ଏମାନଙ୍କର ମାନ ସମ୍ମାନ ହୋଇଥାଏ ।

କାଣି ଆଙ୍ଗୁଠି ର ଉତ୍ପତ୍ତି ଅନ୍ୟ ଆଙ୍ଗୁଠି ତୁଳନାରେ ଯଦି ତଳୁ ହୋଇଥାଏ

ଯେଉଁ ଲୋକମାନଙ୍କର କାଣି ଆଙ୍ଗୁଠି ଅନ୍ୟ ଆଙ୍ଗୁଠି ତୁଳନାରେ ତଳୁ ଆରମ୍ଭ ହୋଇଥାଏ, ସେହି ଲୋକମାନଙ୍କର ପିଲା ଦିନେ କିଛି ଘଟଣା ଘଟିଥାଏ ଓ ସେହି ଘଟଣା କାରଣରୁ ଏହି ଲୋକ ନିଜ ମନ କଥା କାହାକୁ କୁହନ୍ତି ନାହିଁ, କାରଣ ଏମାଙ୍କୁ ଲାଗେ କି ଦୁନିଆରେ ବାକି ଲୋକ ବି ଖରାପ ହୋଇଥାନ୍ତି ଓ ଏହି କାରଣରୁ ଏମାନେ ଲୋକଙ୍କ ଠାରୁ ଦୂରେଇ ରୁହନ୍ତି ।