ଆଜିର ରାଶିଫଳ, 14 ଜାନୁୟାରୀ 2019, ସୋମବାର – ଏହି ୪ ରାଶି ଉପରେ ମହାଦେବଙ୍କ କୃପା ଆରମ୍ଭ

ମେଷ:–

ଭୋଗ ବିଳାସକୁ ତୁଚ୍ଛ ମଣି କର୍ତ୍ତବ୍ୟ ସାଧନକୁ ଭଗବତ୍ ସେବାଭଳି ମାନ୍ୟତା ଦେବେ । ବ୍ୟବସାୟୀମାନେ ସାଧୁ ଓ ସଚ୍ଚୋଟ ଭାବେ କର୍ମଯୋଗକୁ ଶ୍ରେଷ୍ଠତା କରି ସମ୍ମାନ ଓ ପ୍ରତିଷ୍ଠାର ଅଧିକାରୀ ହେବେ । ରାଜନୀତିରେ ସ୍ୱାର୍ଥରକ୍ଷା କରିବାରେ ସମର୍ଥ ହେବେ । ମହିଳାମାନେ କଠିନ ପରିଶ୍ରମ କରି ପ୍ରଶଂସା ପାଇବେ । ପରୀକ୍ଷା ପ୍ରତିଯୋଗିତା ଓ ସାକ୍ଷାତ୍କାରରେ ସଫଳ ହେବେ । ପ୍ରତିକାର:- ଅସହାୟଙ୍କର ସେବା କରି ଆଶୀର୍ବାଦ ଗ୍ରହଣ କରନ୍ତୁ ।

ବୃଷ:–

ମାଲିମୋକଦ୍ଦମାରେ ସମ୍ମାନ ଓ ପ୍ରତିଷ୍ଠା ଅତୁଟ ରହିବ । ବ୍ୟବସାୟୀମାନେ ନଗଦ କାରବାରରେ ଅଧିକ ଲାଭପ୍ରଦ ହେବେ । ଋଣ ଭରଣା ପାଇଁ ଚେଷ୍ଟା କରିବେ । ରାଜନୀତି କ୍ଷେତ୍ରରେ ଉଚ୍ଚସମ୍ପର୍କରୁ ଲାଭବାନ ହେବେ । ମହିଳାମାନେ ବୁଦ୍ଧି ବିବେକ ଖେଳାଇ କର୍ତ୍ତବ୍ୟ ପରାୟଣାତାକୁ ମୁଖ୍ୟ କରି ହସଖୁସିରେ ଚଳିବେ । ପରୀକ୍ଷା ପ୍ରତିଯୋଗିତା ଓ ସାକ୍ଷାତ୍କାରରେ ଦକ୍ଷତାକୁ କେନ୍ଦ୍ରକରି ଉଚ୍ଚ ପ୍ରଶଂସିତ ହେବେ । ପ୍ରତିକାର:- ଗୁଡ଼ ଆଉ ରୁଟି ଗାଈକୁ ଖାଇବାକୁ ଦିଅନ୍ତୁ ।

ମିଥୁନ:–

ବ୍ୟବସାୟୀମାନଙ୍କର କାରବାର ବଢ଼ିବ ଓ ଲୋକ ସମ୍ପର୍କ ବୃଦ୍ଧି ହେବ । ଶ୍ରମିକ ଓ କର୍ମଚାରୀମାନେ ଦୂର ଓ ନିକଟ କାର୍ଯ୍ୟରେ ତିଷ୍ଠି ରହି ପାରିବେ । ଉପରିସ୍ଥଙ୍କୁ ଆପଣାର କରି କୃପା ଭାଜନ ହେବେ । ଅଧସ୍ତନ କର୍ମୀ ଓ ନିମ୍ନବର୍ଗଙ୍କ ସୌଜନ୍ୟରୁ ସାହାଯ୍ୟ ସମର୍ଥନ ହାସଲ କରିବେ । ମାଲିମୋକଦ୍ଦମାରେ ଆପୋଷ ସମାଧାନର ରାସ୍ତା ଖୋଲିଯିବ । ରାଜନୀତି କ୍ଷେତ୍ରରେ ସୁ-ସମ୍ପର୍କ ସ୍ଥାପନ କରି ନିଜର ଭାବମୂର୍ତ୍ତିକୁ ଉଜ୍ଜ୍ୱଳତର କରିବାରେ ସାମର୍ଥ୍ୟ ବଢ଼ିବ । ପ୍ରତିକାର:- ମାଦକ ଦ୍ରବ୍ୟ ବ୍ୟବହାର କରନ୍ତୁ ନାହିଁ ।

କର୍କଟ:–

ବ୍ୟବସାୟମାନେ ଅଧିକ ଲାଭ କରିବେ । କର୍ମକ୍ଷେତ୍ରରେ ନିଜ କର୍ମ ଯୋଗକୁ ଅଧିକ ମହତ୍ତ୍ୱ ଦେବେ । ତଳୁ ଉପର ସ୍ତର ଯାଏଁ ଆଦୃତି ଓ ମାନ୍ୟତା ଅର୍ଜ୍ଜନ କରିବେ । ମାଲିମୋକଦ୍ଦମାରେ ମୁଣ୍ଡ ଉଚ୍ଚା ରହିବ । ରାଜନୀତି କ୍ଷେତ୍ରରେ ମାନ ଓ ପ୍ରତିଷ୍ଠା ଅକ୍ଷୁର୍ଣ୍ଣ ରହିବ । ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା ଓ ସାକ୍ଷାତ୍କାରରେ ଉଚ୍ଚ ପ୍ରଶଂସିତ ହେବେ । ପ୍ରତିକାର- ଗୁଡ ରୁଟି ଗାଈକୁ ଖାଇବାକୁ ଦିଅନ୍ତୁ ।

ସିଂହ :–

ନିମ୍ନବର୍ଗ କର୍ମୀଙ୍କ ପ୍ରତି ସତର୍କ ରହି ଚଉଆଖିଆହୋଇ କର୍ତ୍ତବ୍ୟ ପାଳି ନ ଚାଲିଲେ ପରେ ହଇରାଣ ହେବେ । ରାଜନୀତି, ବିଜ୍ଞାନ, ବୈଷୟିକ ବିଦ୍ୟା, ଜ୍ୟୋତିଷ, ଦର୍ଶନ, ଅଧ୍ୟାପକ, ଓକିଲ, ପୋଲିସ, ଚିକିତ୍ସକମାନଙ୍କର ବିଶେଷ ଉନ୍ନତିହେବ । ରାଜନୀତି ସ୍ତରରେ ମାନହାନି ହେଲାଭଳି ପରିସ୍ଥିତି ଦେଖାଦେଇ ପରେ । ଆର୍ଥିକ, ପାରିବାରିକ ଓ ବ୍ୟବସାୟିକକ୍ଷେତ୍ରରେ ସମସ୍ୟା ଦେଖାଦେବ । ପ୍ରତିକାର:- ମସୁର ଡାଲି, ରକ୍ତ ଚନ୍ଦନ ମନ୍ଦିରରେ ଦାନ କରନ୍ତୁ ।

କନ୍ୟା:–

ବ୍ୟବସାୟୀମାନେ ଗ୍ରାହକ ସେବାକୁ ଗ୍ରହଣ କରି ଯଶମାନ ବୃଦ୍ଧି ସହିତ ଉତ୍ତମ ଆୟର ପଥ ପରିସ୍କାର କରିବେ । ଦୂରଯାତ୍ରା କରି ଯଶ, ମାନ, ପ୍ରତିଷ୍ଠାର ଅଧିକାରୀ ହେବେ । ମହିଳାମାନେ ଅଳ୍ପରେ ସନ୍ତୁଷ୍ଟ ହେବେ । ଭଗୀଦାରିକ୍ଷେତ୍ରରେ ଆଖିବନ୍ଦ କରି କୌଣସି ପଦକ୍ଷେପ ନିଅନ୍ତୁ ନାହିଁ । ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା, ଓ ସାକ୍ଷାତ୍କାରରେ ବିଜୟୀହେବେ । ପ୍ରତିକାର:- ବିଧବାଙ୍କୁ ସାହାଯ୍ୟ କରନ୍ତୁ ।

ତୁଳା:–

ବ୍ୟବସାୟୀମାନେ କଠିନ ପରିଶ୍ରମର ମୂଲ୍ୟ ଫେରି ପାଇବେ । କର୍ମକ୍ଷେତ୍ରରେ ଅପେକ୍ଷାକୃତ ସୁସ୍ଥ ବାତାବାରଣ ଦେଖାଦେବ । କର୍ମାନୁଯାୟୀ ଫଳପ୍ରାପ୍ତି ହେତୁ କର୍ତ୍ତବ୍ୟ ପରାୟଣତା ରକ୍ଷା କରି ପାରିବେ । ରାଜନୀତି କ୍ଷେତ୍ରରେ କୂଟନୀତିର ପ୍ଲାନ୍ ଚଳାଇ ସ୍ଥାନ ଓ ସ୍ଥିତିଅଟଳ ରଖି ପାରିବେ । ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା ଓ ସାକ୍ଷାତ୍କାରରେ ଯଶସ୍ୱୀ ହେବେ । ପ୍ରତିକାର:- ବିଧବାଙ୍କର ସେବା କରି ଆଶୀର୍ବାଦ ଗ୍ରହଣ କରନ୍ତୁ ।

ବିଚ୍ଛା :–

ବ୍ୟବସାୟୀମାନଙ୍କର ବକେୟା ପ୍ରାପ୍ୟ ହାତକୁ ଆଣିବାରେ ସଫଳ ହେବେ । ଚାକିରୀଜୀବିମାନେ କାର୍ଯ୍ୟ ଦକ୍ଷତା ପ୍ରଦର୍ଶନ କରି, ତଳୁ ଉପର ଯାଏଁ ଆଦର୍ଶ ସ୍ଥାନ ଗ୍ରହଣ କରିବେ । ମାଲି ମୋକଦ୍ଦମାରେ ଆଶାବାଦୀ ହେବେ । ରାଜନୀତିରେ କୂଟନୀତିର ଶୀକାର ହେବେ । ମାନସିକ ଅସ୍ଥିରତା ଦେଖାଦେବ ଓ କୌଣସି ଯୋଜନା କରିବା ପୂର୍ବରୁ ଗଭୀର ଚିନ୍ତା କରନ୍ତୁ । ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା ଓ ସାକ୍ଷାତ୍କାରରେ ବିଜୟୀ ହେବେ । ପ୍ରତିକାର:- କଳା ପିମ୍ପୁଡ଼ି ଓ ଜନ୍ଦା ଗାତ ପାଖରେ ଗୁଡ଼ ରଖନ୍ତୁ ।

ଧନୁ:–

ସମସ୍ୟା ଦୂର ଓ ଉଚ୍ଚ ଆଶାରେ ଆଗେଇବେ । ବ୍ୟବସାୟରେ ପ୍ରତିଦ୍ଵନ୍ଦିତା ଓ ଆୟ ବଢିବ । କର୍ମ କ୍ଷେତ୍ରରେ ଶ୍ରମ ସାର୍ଥକ ହେବ । ଶତ୍ରୁହାନି, ଉଚ୍ଚ ପ୍ରଶଂସା ଲାଭ, ଦମ୍ଭ ସାହସ ବୃଦ୍ଧି, କ୍ଷମା ଗୁଣରେ ଯଶ ପ୍ରାପ୍ତି, ସୁସମ୍ବାଦ ଶୁଣିବେ ଓ ଆର୍ଥିକ ସଙ୍କଟ ଦେଖାଦେବ । ମାଲି ମୋକଦ୍ଦମାରେ ଅନାଗ୍ରହ ସୃଷ୍ଟି ହେବ । ରାଜନୀତି କ୍ଷେତ୍ରରେ ଅସ୍ୱସ୍ତି ଲାଭ କରିବେ । ପ୍ରତିକାର:- ଗ୍ରାମ ଦେବତୀଙ୍କ ପାଖରେ ବୁନ୍ଦି ଭୋଗ କରି ପିଲାମାନଙ୍କୁ ବାଣ୍ଟି ଦିଅନ୍ତୁ ।

ମକର :–

କର୍ମ କ୍ଷେତ୍ରରେ ଅନେକ ଦିନର ଅଭିଳାଷ ପୂର୍ଣ୍ଣ ହେବ । ବ୍ୟବସାୟୀମାନେ ନୂତନ ବାଣିଜ୍ୟର ପରିକଳ୍ପନା କରିବେ ଓ ଖାଦ୍ୟ ବ୍ୟବସାୟୀମାନେ ପ୍ରଚୁର ଲାଭ କରିବେ । ରାଜନୀତିରେ ଲୋକ ସମ୍ପର୍କରେ ଉନ୍ନତି ହେବ । ମହିଳାମାନେ କର୍ତ୍ତବ୍ୟ ନିଷ୍ଠା ରକ୍ଷାକରି ସଚ୍ଚୋଟ ଭାବେ ଦାୟିତ୍ୱ ତୁଲାଇବେ । ଉପରିସ୍ଥଙ୍କ ଶ୍ରଦ୍ଧା ବା କୃପାଭାଜନ ହେବ । ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା ଓ ସାକ୍ଷାତ୍କାରରେ ସଫଳ ହେବେ । ପ୍ରତିକାର:-ଭିକାରିଙ୍କୁ ନିରାଶ ନକରି ଅନ୍ନଦାନ କରନ୍ତୁ ।

କୁମ୍ଭ:–

ବ୍ୟବସାୟୀମାନଙ୍କର କାରବାର ବୃଦ୍ଧି ହେବ । ଉପରିସ୍ଥଙ୍କ ଶ୍ରଦ୍ଧା ଅତୁଟ ରଖିବେ । କର୍ତ୍ତବ୍ୟ ପରାୟଣ ପ୍ରଦର୍ଶନ କରି ନିଜର ପାରିଲା ପଣିଆ ଜାହିର କରିବେ । କୋର୍ଟ କଚେରୀ ପ୍ରତି ବିତୃଷ୍ଣା ଜାତ ହେବ । ରାଜନୀତିରେ କୋଲସମ୍ପର୍କ ବୃଦ୍ଧି ଓ ନିଜର ମାନ ସମ୍ମାନ ପଦ ମର୍ଯ୍ୟାଦା ବୃଦ୍ଧି ହେବ । ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା ଓ ସାକ୍ଷାତ୍କାରରେ ମନ ଉଣାହେବ । ପ୍ରତିକାର:- ଗାଈକୁ ରୁଟି ଓ ଗୁଡ଼ ଖାଇବାକୁ ଦିଅନ୍ତୁ ।

ମୀନ:–

ବ୍ୟବସାୟ ବଢ଼ାଇବାରେ ସମର୍ଥ ହେବେ । କର୍ମଚାରୀ ଓ ଶ୍ରମିକମାନେ ବେଶି ଉପକୃତ ହେବେ । ତଳ ମହଲରୁ ଆଶାତୀତ ଲାଭ ପାଇବେ । କୋର୍ଟ କଚେରୀ ମାମଲାରେ ବିଳମ୍ବ ହେବ । ରାଜନୀତିରେ ଲୋକ ସମର୍ଥନକୁ ଆଧାର କରି ବଳିୟାନ ହେଲେ ବି ବଡ଼ନେତାଙ୍କୁ ସନ୍ତୁଷ୍ଟ କରିବା କାଠିକର ପାଠ ହେବ । ମହିଳାମାନେ ସୁଖ-ଶାନ୍ତିରେ ଦିନଟି କଟାଇବେ ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା ଓ ସାକ୍ଷାତ୍କାରରେ ସଫଳ ହେବେ । ପ୍ରତିକାର:- ଗୁଡ଼ ଓ ଗହମ ପିଲାଙ୍କୁ ବାଣ୍ଟନ୍ତୁ ।