ସିଲିଣ୍ଡର ପ୍ରାଇସ : କମରସିଆଲ ଗ୍ୟାସ ସିଲିଣ୍ଡର ହେଲା ୨୨୫ ଟଙ୍କା ମହଙ୍ଗା, ଜାଣନ୍ତୁ ନୂଆ ଦାମ

ସାଧାରଣ ବଜେଟ ପୂର୍ବରୁ କମରସିଆଲ ଗ୍ୟାସ ସିଲିଣ୍ଡର ପ୍ରତି ରେକର୍ଡ ୨୨୪.୯୮ ଟଙ୍କା ମହଙ୍ଗା କରା ହୋଇଛି । ଉପଭୋକ୍ତା ମାନଙ୍କୁ ବର୍ତ୍ତମାନ କମରସିଆଲ ସିଲିଣ୍ଡର ପାଇଁ ୧୫୫୦.୦୨ ଟଙ୍କା ଦେବାକୁ ହେବ । ବଢିଥିବା ଦର ଶନିବାର ଦିନ ଠାରୁ ଲାଗୁ ହୋଇଛି । ସେଇଠି ଘରୋଇ ରୋଷେଇରେ ବ୍ୟବହାର ହେଉଥିବା ଗ୍ୟାସ ଉପଭୋକ୍ତାଙ୍କ ପାଇଁ ଏକ ଖୁସି ଖବର ଅଛି ।

ଲଗାତାର ଗତ ପାଞ୍ଚ ମାସ ପର୍ଯ୍ୟନ୍ତ ବଢୁଥିବା ଦରକୁ ରୋକା ଯାଇଛି । ଘରୋଇ ଗ୍ୟାସ ପାଇଁ କୌଣସି ପରିବର୍ତ୍ତନ କରା ଯାଇନାହିଁ । ଅର୍ଥାତ ଫେବୃୟାରି ମାସରେ ମଧ୍ୟ ଲୋକମାନଙ୍କୁ ଘରୋଇ ଗ୍ୟାସ ୭୪୯ ଟଙ୍କାରେ ମିଳିଯିବ । ଉପଭୋକ୍ତାଙ୍କ ଖାତାରେ ୨୩୮.୧୦ ଟଙ୍କାର ସବସିଡି ମଧ୍ୟ ମିଳିବ ।

ସିଲିଣ୍ଡରର ଦର

୧୪ କିଲୋ ସିଲିଣ୍ଡର- ୭୪୯.୦୦ ଟଙ୍କା

୧୯ କିଲୋ ସିଲିଣ୍ଡର- ୧୫୫୦.୦୨ ଟଙ୍କା

ଗତ ତିନି ମାସରେ ଥିବା ଗ୍ୟାସ ସିଲିଣ୍ଡରର ଦର

ଏଲପିଜି ଗ୍ୟାସ ସିଲିଣ୍ଡରର ଦର                      ଜାନୁୟାରୀ ୨୦୨୦                    ଡିସେମ୍ବର ୨୦୧୯                   ନଭେମ୍ବର ୨୦୧୯

୧୪.୨ କିଲୋ                                          ୭୪୯.୦୦ ଟଙ୍କା                        ୭୩୦.୦୦ ଟଙ୍କା                   ୭୧୬.୫୦ ଟଙ୍କା

୧୯ କିଲୋ                                            ୧୩୨୫.୦୦ ଟଙ୍କା                       ୧୨୯୫.୦୦ ଟଙ୍କା                   ୭୧୬.୫୦ ଟଙ୍କା

୫ କିଲୋ                                              ୨୭୬.୦୦ ଟଙ୍କା                         ୨୬୯.୦୦ ଟଙ୍କା                     ୨୬୪.୫୦ ଟଙ୍କା

ବର୍ତ୍ତମାନ ସରକାର ଏକ ବର୍ଷରେ ପ୍ରତ୍ୟେକ ଘର ପାଇଁ ୧୪.୨ କିଲୋ ଗ୍ରାମର ୧୨ ଟି ସିଲିଣ୍ଡର ପ୍ରତି ସବସିଡି ଦେଉଛନ୍ତି । ହେଲେ ସରକାର ସବୁ ବର୍ଷ ୧୨ ଟି ସିଲିଣ୍ଡର ପ୍ରତି ଯେଉଁ ସବସିଡି ଦେଉଛନ୍ତି, ତାହାର ଦର ମଧ୍ୟ ମାସକୁ ମାସ ବୃଦ୍ଧି ହେଉଛି ।