ସଫଳତାକୁ ପାଇବାର ରାସ୍ତା ବହୁତ ହିଁ କଷ୍ଟ ହୋଇଥାଏ ଓ ସଫଳତା ପାଇବା ପାଇଁ…

ଆମେ ଆମର ସକରାତ୍ମକ ଚିନ୍ତାଧାରାରେ ଅସଫଳତାକୁ ବି ସଫଳତାରେ ବଦଳାଇ ପାରିବା । ସଫଳତାକୁ ପାଇବାର ରାସ୍ତା ବହୁତ ହିଁ କଷ୍ଟ ହୋଇଥାଏ ଓ ସଫଳତା ପାଇବା ପାଇଁ ବହୁତ ପରିଶ୍ରମ ବି କରିବାକୁ ପଡିଥାଏ । କହିବାକୁ ଗଲେ ଜୀବନରେ ଯଦି ସଂଘର୍ଷ କରିବା ତେବେ ଅସଫଳତାକୁ ବି ସଫଳତାରେ ପରିଣତ କରାଯାଇ ପାରିବ । ଆମର ଧାର୍ମିକ ଗ୍ରନ୍ଥରେ ଅସଫଳତାକୁ ସଫଳତାରେ କେମିତି ବଦଳାଯାଏ ଏହା ବିଷୟରେ ବିଭିନ୍ନ କଥା ଜଡିତ ଅଛି ଓ ଏହି କଥାରୁ ଆମକୁ ଏହି ଶିକ୍ଷା ମିଳିଥାଏ କି ଯଦି ଆମେ କିଛି ପାଇବାକୁ ଚିନ୍ତା କରିବା ଓ ହୃଦୟର ସହିତ ପରିଶ୍ରମ କରିବା ତ ସେହି ଜିନିଷ ଆମକୁ ନିଶ୍ଚିତ ମିଳିଥାଏ ।

ରାମାୟଣ ଗ୍ରନ୍ଥରେ ହନୁମାନଙ୍କର ଏକ ପ୍ରସଙ୍ଗ ଏହା ସହିତ ଜଡିତ ଅଛି ଓ ଏହି ପ୍ରସଙ୍ଗରେ ଆମକୁ ଶିକ୍ଷା ମିଳିଥାଏ କି ଜୀବନରେ କେଉଁଭଳି ଭାବରେ ସଫଳ ହୋଇ ପାରିବ । ପ୍ରସଙ୍ଗ ଅନୁସାରେ ଶ୍ରୀରାମଙ୍କୁ ଦିନେ ମାତା ସୀତାଙ୍କ କଥା ବହୁତ ମନେ ପଡିଲା ଓ ରାମ ଏହି ଚିନ୍ତାରେ ପଡିଗଲେ କି ସୀତା ରାବଣଙ୍କ ଅଧୀନରେ ସୁରକ୍ଷିତ ଅଛନ୍ତି ନା ନାହିଁ ? ରାମଙ୍କୁ ଦେଖି ହନୁମାନ ତାଙ୍କୁ ଚିନ୍ତା କରିବାର କାରଣ ପଚାରିଲେ ?

ତେବେ ରାମ ହନୁମାନଙ୍କୁ ତାଙ୍କର ଚିନ୍ତା ବିଷୟରେ କହିଲେ ଓ କହିଲେ କି ରାବଣ ସୀତାଙ୍କ ଉପରେ କଣ କଣ ଅତ୍ୟାଚାର କରୁଥିବ । ରାମଙ୍କ ଏହି କଥା ଶୁଣି ହନୁମାନ ତାଙ୍କୁ କହିଲେ, ହେ ପ୍ରଭୁ ଆପଣ ଚିନ୍ତା କରନ୍ତୁ ନାହିଁ । ମୁଁ ସୀତା ମାତାଙ୍କ ଖବର ନେଇ ଆସୁଛି । କିନ୍ତୁ କିଛି ସମୟ ପରେ ହନୁମାନ ଏହି ଚିନ୍ତାରେ ପଡିଗଲେ କି ସେ କେମିତି ସୀତା ମାତାଙ୍କୁ ରାବଣର ଲଙ୍କାରେ ଖୋଜିବେ ।

କାରଣ ସେ ଆଗରୁ କେବେ ବି ମାତା ସୀତାଙ୍କୁ ଦେଖି ନ ଥିଲେ । ଏହା ସହିତ ହନୁମାନ ରାବଣର ଲଙ୍କା କେମିତି ଅଟେ ଓ କେଉଁ ଜାଗାରେ ରାବଣ ମାତା ସୀତାଙ୍କୁ ରଖିଥିବ ଏହା ବିଷୟରେ ବି କିଛି ଜାଣି ନ ଥିଲେ । ତଥାପି ମଧ୍ୟ ହନୁମାନ ମାତା ସୀତାଙ୍କୁ ସବୁ ଜାଗାରେ ଖୋଜିଲେ କିନ୍ତୁ ତାଙ୍କୁ ମାତା ସୀତା ମିଳିଲେ ନାହିଁ । ସୀତା ମାତାଙ୍କୁ ଖୋଜିବାରେ ଅସଫଳ ହୋଇଯିବା ପରେ ହନୁମାନ ବହୁତ ଦୁଃଖିତ ହୋଇଗଲେ ଓ ଦୁଃଖିତ ହୋଇ ଗୋଟିଏ ଜାଗାରେ ବସିଗଲେ ।

ହନୁମାନଙ୍କୁ ଲାଗିଲା କି ସେ ମାତା ସୀତାଙ୍କୁ ରାବଣର ଏତେ ବଡ ଲଙ୍କାରେ ଖୋଜି ପାରିବେ ନା ନାହିଁ । କିନ୍ତୁ କିଛି ଦିନ ସମୟ ପର୍ଯ୍ୟନ୍ତ ବିଚାର କରିବା ପରେ ହନୁମାନ ଚିନ୍ତା କରିଲେ କି ସୀତା ମାତାଙ୍କୁ ଜଙ୍ଗଲରେ କିମ୍ବା କୌଣସି ଶାନ୍ତ ଜାଗାରେ ଖୋଜିବା ପାଇଁ । ଏହା ଚିନ୍ତା କରିବା ପରେ ହନୁମାନ ପୁଣି ଥରେ ସୀତା ମାତାଙ୍କୁ ଖୋଜିବାରେ ଲାଗିଗଲେ ଓ ହନୁମାନ ବି ଏହି କାର୍ଯ୍ୟରେ ସଫଳ ହୋଇଗଲେ । ଶେଷରେ ହନୁମାନଙ୍କୁ ମାତା ସୀତା ଅଶୋକ ବାଟିକାରେ ମିଳିଗଲେ । ଏହିଭଳି ଭାବରେ ହନୁମାନ ନିଜର ସକରାତ୍ମକ ଚିନ୍ତାଧାରା ଦ୍ଵାରା ଅସଫଳତାକୁ ବି ସଫଳତାରେ ପରିଣତ କରିଦେଲେ ।

ଏହି ପ୍ରସଙ୍ଗରୁ କଣ ଶିକ୍ଷା ମିଳିଲା

ଜୀବନରେ ପ୍ରାୟତଃ ଆମେ ନିରାଶ ହୋଇଯାଉ ଓ ନିରାଶ ହୋଇ ଆମେ ଚେଷ୍ଟା କରିବା ଛାଡି ଦେଇଥାଉ । ଯାହାକି ଭୁଲ ଅଟେ । ଯଦି ଆପଣ ବି ହନୁମାନଙ୍କ ଭଳି ନିଜର ଚିନ୍ତାଧାରାକୁ ସକରାତ୍ମକ ରଖୁଛନ୍ତି ତେବେ ଆପଣ ବି ଅସଫଳତାକୁ ସଫଳତାରେ ବଦଳାଇ ପାରିବେ ।