ଜନ୍ମ ମାସରୁ ଜାଣନ୍ତୁ ଆପଣ କେମିତି ଅଟନ୍ତି, କେଉଁ ଟାଇପର ଅଟେ ଆପଣଙ୍କ ବ୍ୟକ୍ତିତ୍ଵ

ଆପଣ କେଉଁ ମାସରେ ଜନ୍ମ ହୋଇଛନ୍ତି ତାହା ଆପଣଙ୍କ ପର୍ସନାଲିଟୀ ବିଷୟରେ ବହୁତ କିଛି କହିଥାଏ । ଏମିତିରେ ଯଦି ଆପଣ କୌଣସି ବ୍ୟକ୍ତିର ବେସିକ ନେଚର ବିଷୟରେ ଜାଣିବାକୁ ଚାହୁଁଛନ୍ତି ତେବେ ତାଙ୍କର ଜନ୍ମ ହେବା ମାସ ଆଧାରରେ ହିଁ ଆପଣ ଏହି କଥା ଗୁଡିକ ଉପରେ ଧ୍ୟାନ ଦେଇ ପାରିବେ ।

ଜାନୁୟାରୀ

ଏହି ମାସରେ ଜନ୍ମ ହୋଇଥିବା ଲୋକମାନେ ଲୀଡର କ୍ୱାଲିଟୀର ହୋଇଥାନ୍ତି । ଏମାନେ ନିଜର ଲକ୍ଷକୁ ପାଇବା ପାଇଁ ସବୁବେଳେ ପଜିଟିବ ରହିଥାନ୍ତି । ଏମାନଙ୍କ ନେଚର ବନ୍ଧୁତାପୂର୍ଣ୍ଣ ହୋଇଥାଏ । ଏମାନେ ସର୍ବଦା ଅନ୍ୟକୁ ଖୁସି କରିବାକୁ ଚେଷ୍ଟା କରନ୍ତି ।

ଫେବୃୟାରୀ

ଏମାନେ ଅଧିକ ଆକର୍ଷକ ବାଲା ପର୍ସନାଲିଟୀର ହୋଇଥାନ୍ତି । ଏମାନଙ୍କ ମଧ୍ୟରେ ବୁଦ୍ଧି ବହୁତ ରହିଥାଏ । ଏମାନେ ଲାଜୁଆ ସ୍ଵଭାବର ହୋଇଥାନ୍ତି । ନିଜର ସମ୍ପର୍କ ପ୍ରତି ଏମାନେ ବିଶ୍ଵାସୀ ହୋଇଥାନ୍ତି । ମାତା ପିତାଙ୍କ ପ୍ରତି କେୟାରିଙ୍ଗ ନେଚର ବି ଥାଏ ।

ମାର୍ଚ୍ଚ

ଏହି ଲୋକମାନେ ଜଲ୍ଦି ବନ୍ଧୁତା କରି ନିଅନ୍ତି । ଏମାନଙ୍କୁ କଥାବାର୍ତ୍ତା କରିବା ବହୁତ ପସନ୍ଦ ହୋଇଥାଏ । ବିଶ୍ଵାସ ଏମାନଙ୍କ ମଧ୍ୟରେ ଭରପୁର ହୋଇ ଥାଏ । ଏମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । ଏମାନଙ୍କୁ ରାଗ ବି ବହୁତ ଜଲ୍ଦି ଆସିଥାଏ ।

ଏପ୍ରିଲ

ଏମାନେ ଏନର୍ଜୀ ଦ୍ଵାରା ଭରପୂର ଭାବୁକ ବ୍ୟକ୍ତି ଅଟନ୍ତି । ଏମାନଙ୍କ ଭିତରେ ଲୀଡରଶିପ ଯୋଗ୍ୟତା ବି ଅଛି । ଏମାନେ ବହୁତ ସ୍ମାର୍ଟ ହୋଇଥାନ୍ତି ଓ କେବେ ବି ଜିଦ୍ଦି ହୋଇ ନ ଥାନ୍ତି । ଏମାନଙ୍କ ପର୍ସନାଲିଟୀ ଦେଖି ଅନ୍ୟ ବ୍ୟକ୍ତିମାନେ ବି ଏମାନଙ୍କୁ ଅଧିକ ପସନ୍ଦ କରନ୍ତି ।

ମେ

ଏମାନେ ପରିଶ୍ରମୀ ବ୍ୟକ୍ତି ଅଟନ୍ତି । ଏମାନେ ଥରେ ଯେଉଁ କଥାକୁ ଧରି ନିଅନ୍ତି ତାକୁ ପୁରା କରି ହିଁ ଛାଡନ୍ତି । ଏମାନେ ଲେଖିବା, ପେଣ୍ଟିଙ୍ଗ କରିବା କିମ୍ବା ଗୀତ ଗାଇବା ଭଳି କ୍ରିଏଟିବ ଫିଲ୍ଡରେ ଭଲ ହୋଇଥାନ୍ତି ।

ଜୁନ

ଏମାନେ ମଜେଦାର ନେଚରର ହୋଇଥାନ୍ତି । ଏମାନେ କଥାବାର୍ତ୍ତା କରିବାକୁ ବହୁତ ଭଲ ପାଆନ୍ତି । ଏମାନଙ୍କ ବ୍ୟବହାର ବହୁତ ବନ୍ଧୁତାପୂର୍ଣ୍ଣ ହୋଇଥାଏ । ଏମାନେ ଯେଉଁଠିକୁ ବି ଯାଇଥାନ୍ତି ବନ୍ଧୁ କରି ନିଅନ୍ତି । ଏମାନଙ୍କୁ ଅଧିକ ଈର୍ଷା ବି ହୋଇଥାଏ ।

ଜୁଲାଇ

ଏହି ଲୋକମାନେ ସିଂସିୟର ପର୍ସନାଲିଟୀର ହୋଇଥାନ୍ତି । ଏମାନଙ୍କ କଥାବାର୍ତ୍ତା ସରଳ ଓ ମସ୍ତିସ୍କ ପ୍ରଖର ହୋଇଥାଏ । ଏମାନେ ବହୁତ ବୁଦ୍ଧିମାନ ହୋଇଥାନ୍ତି । ଭାବୁକ ହେବା କାରଣରୁ ଏମାନେ ଡିପ୍ରେଶନକୁ ବି ଜଲ୍ଦି ଚାଲି ଯାଆନ୍ତି ।

ଅଗଷ୍ଟ

ଏମାନେ ବହୁତ ରୋମାଣ୍ଟିକ, ବ୍ୟବହାର ଭଲ, ଥଟ୍ଟା କରୁଥିବା ଓ ସାହାସୀ ବ୍ୟକ୍ତିତ୍ଵର ବ୍ୟକ୍ତି ଅଟନ୍ତି । ଏମାନଙ୍କୁ କୌଣସି ବି କଥା ଦ୍ଵାରା ଡର ଲାଗି ନ ଥାଏ । ଏମାନେ ନିଜର ପ୍ରେମ ଓ ଅନ୍ୟ ସମ୍ପର୍କକୁ ବି ସମ୍ମାନ ଦିଅନ୍ତି । ଏମାନଙ୍କୁ ସ୍ଵାଧୀନ ରହିବା ପସନ୍ଦ ଅଟେ ।

ସେପ୍ଟେମ୍ବର

ଏହି ଲୋକମାନେ ଜିଦ୍ଦି ଓ ଶାନ୍ତ ଦୁଇଟି ନେଚରର ହୋଇଥାନ୍ତି । ଏମାନଙ୍କୁ ଜୀବନରେ ସମସ୍ତ କାମ ବ୍ୟବସ୍ଥିତ ପସନ୍ଦ ହୋଇଥାଏ । ଏମାନେ ଭାବୁକ ଓ ବୁଦ୍ଧିମାନ ହୋଇଥାନ୍ତି । ଏମାନେ ସମ୍ପର୍କରେ ବିଶ୍ଵାସୀ ବି ହୋଇଥାନ୍ତି ।

ଅକ୍ଟୋବର

ଏମାନେ ବଡ ଭାଗ୍ୟଶାଳୀ ହୋଇଥାନ୍ତି । ଏମାନଙ୍କୁ ନିଜ ଜୀବନରେ ମନଇଚ୍ଛା ଜିନିଷ ଜଲ୍ଦି ମିଳିଯାଏ । ଏମାନେ ଜୀବନରେ ବହୁତ ସଫଳତା ପ୍ରାପ୍ତ କରିଥାନ୍ତି । ଏମାନେ ବନ୍ଧୁଙ୍କ ବିନା ରହି ପାରନ୍ତି ନାହିଁ । ଏମାନଙ୍କୁ ଜୀବନରେ ଆଡଭେଞ୍ଚର ପସନ୍ଦ ହୋଇଥାଏ ।

ନଭେମ୍ବର

ଏମାନେ ଜୀବନରେ ସବୁବେଳେ ପଜିଟିବ ରହିଥାନ୍ତି । ପରିଶ୍ରମ କରିବାକୁ ଏମାନେ କେବେ ବି ଭୟ କରନ୍ତି ନାହିଁ । ଏମାନେ ଭବିଷ୍ୟତର ଯୋଜନା ଭଲ ଭାବରେ କରିଥାନ୍ତି । ଏମାନଙ୍କ ମସ୍ତିସ୍କ ବହୁତ ଫାଷ୍ଟ କାମ କରିଥାଏ । ପାର୍ଟନରଶିପରେ ଏମାନଙ୍କର କୌଣସି ଜବାବ ନାହିଁ ।

ଡିସେମ୍ବର

ଏହି ମାସରେ ଜନ୍ମ ହୋଇଥିବା ଲୋକମାନେ ବହୁତ ବିଶ୍ଵାସୀ ହୋଇଥାନ୍ତି । ଏମାନଙ୍କୁ ଜୀବନରେ ଏନଜୟ କରିବାକୁ ଭଲ ଲାଗେ । ଏମାନେ ବହୁତ ଶୌଭାଗ୍ୟଶାଳୀ ହୋଇଥାନ୍ତି । ଜୀବନରେ ଏମାନଙ୍କୁ ପ୍ରେମ ନିଶ୍ଚିତ ମିଳିଥାଏ ।