ହେ ଭଗବାନ ! ବହୁତ ହିଁ କମ୍ ବୟସରେ ହୃଦଘାତରେ ଚାଲିଗଲେ ଆଉ ଜଣେ ଲୋକପ୍ରିୟ ଓଡିଆ ଅଭିନେତା, ଓଡିଆ ଫିଲ୍ମ ଜଗତରେ ପୁଣି ଥରେ ଖେଳିଗଲା ଶୋକର ଛାୟା

ହୃଦଘାତରେ ଚାଲିଗଲା ଅଭିନେତାଙ୍କ ଜୀବନ । ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରି ଓ ଟେଲି ଦୁନିଆ ଲଗାତାର ଭାବେ ତା’ର ଅନେକ ଦିଗଜ କଳାକାର ମାନଙ୍କୁ ହରାଇଛି । ଗୋଟିଏ ପଟେ ଓଡିଆ ଫିଲ୍ମ ଜଗତ ଅନେକ ଉତ୍ଥାନ ପତନ ଦେଇ ଗତି କରୁଥିବା ବେଳେ ଅନ୍ୟପଟେ ନିକଟ ଅତୀତରେ ଅନେକ ଲୋକପ୍ରିୟ କଳାକାର ମାନେ ଏ ଦୁନିଆ ଛାଡି ଚାଲିଛନ୍ତି । ଆଉ ଏହାରି ମଧ୍ୟରେ ପୁଣି ଥରେ ସାମ୍ନାକୁ ଆସିଛି ଏଭଳି ଏକ ହୃଦୟ ବିଦାରକ ଘଟଣା । ତେବେ ମୃତ ଅଭିନେତା ଜଣକ ହେଉଛନ୍ତି ଜଣାଶୁଣା ସମ୍ବଲପୁରୀ ଓ ମେଗା ଧାରାବାହିକ ଅଭିନେତା ସତ୍ୟ ପୁରୋହିତ ।

ଯିଏକି ହୃଦଘାତରେ ନିଜ ଜୀବନ ହରାଇଛନ୍ତି । ଯୁବକ ବୟସରେ ଏଭଳି ହୃଦଘାତରେ ଜୀବନ ଯିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ତାଙ୍କ ମୃତ୍ୟୁ ଘଟଣା ସମସ୍ତଙ୍କୁ ମର୍ମାହତ କରିଛି । ହଠାତ ଦେହ ଅସୁସ୍ଥ ହେବାରୁ ସତ୍ୟ ପୁରୋହିତଙ୍କ ପରିବାର ଲୋକେ ତାଙ୍କୁ କଣ୍ଟାବାଞ୍ଜି ଡାକ୍ତରଖାନାରୁ ତାଙ୍କୁ ବଲାଙ୍ଗୀର ନେଇ ଯାଇଥିଲେ । ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଭୀମ ଭୋଇ ମେଡିକାଲ କଲେଜରେ ତାଙ୍କର ଚିକିତ୍ସା ମଧ୍ୟ କରା ଯାଇଥିଲା ।

ହେଲେ ଶେଷରେ ଆଜି ଗତକାଲି ମୃତ୍ୟୁ ଘଟିଥିଲା । ଏହି ଘଟଣା ପରେ ସତ୍ୟ ପୁରୋହିତଙ୍କ ପରିବାର ସଂପୂର୍ଣ୍ଣ ରୂପେ ଭାଙ୍ଗି ପଡିଛନ୍ତି ଓ କଳାପ୍ରେମୀ ଦର୍ଶକଙ୍କ ମନରେ ମଧ୍ୟ ଶୋକର ଲହରୀ ଖେଳିଯାଇଛି । ପୁଣି ଥରେ କହିରଖୁଛୁ ଯେ ଏହି ଅଭିନେତା ଜଣକ ହେଉଛନ୍ତି ଜଣାଶୁଣା ସମ୍ବଲପୁରୀ ଓ ମେଗା ଧାରାବାହିକ ସତ୍ୟ ପୁରୋହିତ ।

ଯୁବା ବୟସରେ ଯାହାଙ୍କ ଜୀବନ ଚାଲିଯାଇଛି । ମୃତ୍ୟୁ ବେଳେ ତାଙ୍କୁ ମାତ୍ର ୩୨ ବର୍ଷ ବୟସ ହୋଇଥିଲା । ଏହି ଯୁବ ବୟସରେ ତାଙ୍କର ଏଭଳି ଅକାଳ ମୃତ୍ୟୁ ହେବା ତଥା ଏତେ କମ୍ ବୟସରେ ସେ ହୃଦଘାତର ଶିକାର ହେବା ସମସ୍ତଙ୍କୁ ଅତ୍ୟନ୍ତ ମର୍ମାହତ କରିଛି ।

ଡାକ୍ତର ତାଙ୍କୁ ମୃତ ଘୋଷଣା କରିବା ପରେ ତାଙ୍କ ପରିବାର ଓ ପ୍ରଶଂସକ ସମସ୍ତେ ମ୍ରିୟମାଣ ହୋଇ ପଡିଛନ୍ତି ଓ ସମସ୍ତଙ୍କ ଉପସ୍ଥିତିରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଛି । ଭଗବାନ ତାଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ ଓ ପରିବାର ଲୋକଙ୍କ ମନରେ ଧୈର୍ଯ୍ୟ ଦିଅନ୍ତୁ ବୋଲି ଆମର କାମନା ଓ ପ୍ରାର୍ଥନା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।