ସେ ମୋତେ ଗୋଡେଇ ଗୋଡେଇ ପିଟିପିଟି ଫୁଟବଲ ପରି ଜୀବନ ନେଉଛି, ମୋ ଇଜ୍ଜତ ସହ ଖେଳିଛି, ମୁଁ Sanjay କୁ ଛାଡିବିନି… ପ୍ରେମିକ ଘର ଆଗରେ ଧାରଣା ଦେଲେ ଯୁବତୀ 

ସଞ୍ଜୟ ମୋତେ ବିବାହ ନ କରିବା ଯାଏଁ ମୁଁ ଏଠୁ ଉଠିବିନି । ମୋ ମନକୁ ସେ ଛାରଖାର କରିଦେଇଛି ଆଉ ମୋତେ ଧୋକା ଦେଇଛି । ବିବାହ ପ୍ରତିଶ୍ରୁତି ଦେଇ ୧୦ ବର୍ଷ ଧରି ସେ ମୋ ସହ ଖେଳୁଛି । ମୁଁ ତାକୁ ହୃଦୟ ଦେଇ ଭଲ ପାଇଥିଲି ଆଉ ତା’ ସହ ସଂସାର ଗଢିବାର ସ୍ଵପ୍ନ ଦେଖିଥିଲି । କିନ୍ତୁ ସେ ମୋତେ ଖାଲି ଧୋକା ହିଁ ଦେଉଥିଲା । ମୋ ଠୁ ପଇସା ନେଇ ସେ ଘରଦ୍ଵାର କଲା ଆଉ ଗାଡି ବି କିଣିଲା । କିନ୍ତୁ ଏବେ ମୋତେ ପଚାରୁନି । ମୋତେ ଧର୍ଷଣ କଲା ତଥାପି ମୁଁ ଚୁପ୍ ରହିଲି ।

ମୋତେ ଗାଁ ଦାଣ୍ଡରେ ଲୋକହସା କଲା ହେଲେ ବି ମୁଁ ଚୁପ ରହିଲି । ମୋତେ ମୋ ଘରର ଔକାତ ଦେଖାଇଲା ତଥାପି ମୁଁ ଚୁପ ରହିଲି । ମୋ ୮୦ ବର୍ଷର ମା’କୁ ଖରାପ ବ୍ୟବହାର ପରେ ବି ମୁଁ ଚୁପ ରହିଲି ।  ମୋ ଠୁ ବାରମ୍ବାର ପଇସା ନେଉଥିଲା, ଏମିତିକି ମୋ ବେକରୁ ଚେନ ବି କାଢିନେଲା । ହେଲେ ମୁଁ ତାକୁ ହୃଦୟ ଦେଇ ଭଲ ପାଉଥିଲି ବୋଲି ସବୁବେଳେ ଚୁପ ରହିଲି ।

କିନ୍ତୁ ମୁଁ ଜାଣି ନଥିଲି ସେ ମୋ ସହ ଏମିତି ଧୋକା କରିବ । ଏବେ ଦୁଇ ବର୍ଷ ହେବ ସେ ମୋତେ ଧରାଛୁଆନ ଦେଉନି , ବିବାହ କରିବାକୁ ପ୍ରତିଶ୍ରୁତି ଦେଇ ସେ ମୋତେ ଠକି ଦେଇଛି । ମୁଁ ତାକୁ ଜମା ବି ଛାଡିବିନି । ଯେପର୍ଯ୍ୟନ୍ତ ସଞ୍ଜୟ ମୋତେ ବିବାହ ନ କରିଛି ସେପର୍ଯ୍ୟନ୍ତ ମୁଁ ତା’ ଘର ଦୁଆରୁ ଉଠିବିନି । କିଛି ଏଭଳି କହୁଛନ୍ତି ଏହି ଯୁବତୀଜଣକ ।

ବ୍ରହ୍ମପୁରର ଦୀପିକାଙ୍କ ଭଳି ଆଉ ଜଣେ ଯୁବତୀ ତାଙ୍କ ପ୍ରେମିକ ଘର ସାମ୍ନାରେ ବସିଥିବାର ଦେଖିବାକୁ ମିଳିଛି ରିୟାମାଳ ଥାନା ବାବରକୋଟ ଗ୍ରାମରେ । ବିବାହ କରିବାର ପ୍ରତିଶ୍ରୁତି ଦେଇ ପ୍ରେମିକ ଠକି ଦେଇଛି । ଆଉ ତିନିଦିନ ଧରି ନଖାଇ ନପିଇ ପ୍ରେମିକ ସଞ୍ଜୟ ସାହୁଙ୍କ ଘର ଆଗରେ ସେ ଧାରଣା ଦେଇଛନ୍ତି । ସଞ୍ଜୟ ଅନ୍ୟତ୍ର ବିବାହ କରିବାକୁ ସ୍ଥିର କରିବା ଖବର ପାଇବା ପରେ ତାଙ୍କ ଘର ସାମ୍ନାରେ ଧାରଣା ଦେଇଛନ୍ତି ପ୍ରେମିକା ।

ପ୍ରେମିକାଙ୍କ ଠାରୁ ଲକ୍ଷାଧିକ ଟଙ୍କା ଠକିବା ପରେ ଏବେ ସଞ୍ଜୟ ଅନ୍ୟଆଡେ ବିବାହ କରିବାକୁ ଯାଉଛନ୍ତି । ଏକତାକୁ ପ୍ରେମିକା ସହଜରେ ଗ୍ରହଣ କରି ପାରିନାହାନ୍ତି । ସମ୍ବଲପୁର ଜିଲ୍ଲା ହିତସରା ଗ୍ରାମର ଯୁବତୀ ଏବେ ପ୍ରେମିକଙ୍କ ଘର ଆଗରେ ଯାଇ ବସି ରହିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।