କାହିଁକି ଅଚାନକ ଜଣକ ପରେ ଜଣେ ଛାତ୍ର ଛାତ୍ରୀ ଟଳି ପଡିଲେ ? ସ୍କୁଲ ଚାଲିଥିବା ବେଳେ ଏମିତି କଣ ହେଲା ? ଦେଖନ୍ତୁ video

ଅଚାନକ ଏପରି କାହିଁକି ଟଳିପଡିଲେ ଛାତ୍ରଛାତ୍ରୀ ? ହଠାତ ଏମିତି କଣ ହେଲା ଯେ ପିଲାଙ୍କ ନିଃଶ୍ଵାସ ବନ୍ଦ ହୋଇଯାଉଛି ? କିଏ ଛଟପଟ ହେଉଛି ତ କିଏ ଅଚେତ ହୋଇଯାଉଛି । ୭୦ରୁ ଅଧିକ ଛାତ୍ରଛାତ୍ରୀ ଭୋଗୁଛନ୍ତି ଯନ୍ତ୍ରଣା । ସେମାନଙ୍କୁ ନିଃଶ୍ଵାସ ପ୍ରଶ୍ଵାସ ନେବାରେ ଅସୁବିଧା ହେଉଛି । କିଏ ଚେତାଶୁନ୍ୟ ହୋଇ ପଡ଼ୁଛନ୍ତି ତ କିଏ ଯନ୍ତ୍ରଣା ଭୋଗୁଛନ୍ତି । ଜଣେ କି ଦୁଇଜଣ ନୁହେଁ ପାଖାପାଖି ୭୦ରୁ ଅଧିକ ଛାତ୍ରଛାତ୍ରୀଙ୍କର ଏଭଳି ଅବସ୍ଥା ହେଉଛି । ଏକ ସ୍କୁଲ ପରିସରରେ ଦେଖିବାକୁ ମିଳିଛି ଏହିପରି ଏକ ଅଭାବନୀୟ ଘଟଣା ।

ଏହି ଘଟଣାଟି ଆସିଛି ଆନ୍ଧ୍ରପ୍ରଦେଶ କାକିନାଡା ଜିଲ୍ଲାର ଭଲାସାପାକଲା କେନ୍ଦ୍ରୀୟ ବିଦ୍ୟାଳୟରୁ । ମିଳିଥିବା ଖବର ଅନୁଯାୟୀ ସ୍କୁଲରେ ପାଠପଢା ଚାଲିଥିବା ବେଳେ ହଠାତ ଷଷ୍ଠ ଶ୍ରେଣୀର ୧୦ରୁ ଅଧିକ ଛାତ୍ରଛାତ୍ରୀ ନିଃଶ୍ଵାସ ନେବାରେ ଅସୁବିଧାର ସମୁଖୀନ ହୋଇଥିଲେ । ଆଉ ଚେତାଶୁନ୍ୟ ହୋଇ ପଡିଥିଲେ । ଆଉ ତା’ ପରକୁ ପର ପଞ୍ଚମ, ସପ୍ତମ ଓ ଅନ୍ଯାନ୍ଯ ଶ୍ରେଣୀର ଛାତ୍ର ଛାତ୍ରୀମାନେ ମଧ୍ୟ ନିଃଶ୍ଵାସ ନେବାରେ କଷ୍ଟ ଅନୁଭବ କରିଥିଲେ ।

ଏହାପରେ କିଛି ଛାତ୍ର ଛାତ୍ରୀ ଅଚେତ ହୋଇ ଟଳି ପଡିଥିଲେ । ଶିକ୍ଷକ ଓ ଅନ୍ୟ ଛାତ୍ର ଛାତ୍ରୀ ମିଶି ପ୍ରଥମେ ଅସୁସ୍ଥ ମାନଙ୍କୁ ପ୍ରାଥମିକ ଚିକିତ୍ସା କରାଇଥିଲେ । ଆଉ ତା’ପରେ ଆମ୍ବୁଲାନ୍ସ ଦ୍ଵାରା ଗୁରୁତର ଛାତ୍ର ଛାତ୍ରୀଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରିଥିଲେ । ସ୍କୁଲରେ ଏଭଳି ଏକ ବାତାବରଣ ସୃଷ୍ଟି ହେବା ପରେ ଛାତ୍ର ଛାତ୍ରୀମାନେ ସମସ୍ତେ ଭୟଭୀତ ହୋଇ ପଡିଥିଲେ ।

ଶିକ୍ଷକ ଶିକ୍ଷୟତ୍ରୀମାନେ ମଧ୍ୟ ଚିନ୍ତାରେ ପଡି ଯାଇଥିଲେ । ହଠାତ ଏମିତି କଣ ହେଲା ଯେ ଏତେ ସଂଖ୍ୟକ ଛାତ୍ର ଛାତ୍ରୀ ଅଣନିଃଶ୍ଵାସୀ ଅନୁଭବ କରୁଛନ୍ତି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ହେଲେ କେହି କିଛି ବୁଝିବା ଆଗରୁ ଗୋଟିଏ ପରେ ଗୋଟିଏ ଛାତ୍ର ଛାତ୍ରୀ ଅଚେତ ହୋଇ ପଡୁଥିଲେ ଏବଂ ଛଟପଟ ହେଉଥିଲେ । ସୁସ୍ଥ ଥିବା ଛାତ୍ର ଛାତ୍ରୀ ଓ ଶିକ୍ଷକମାନେ ମିଶି ଅସୁସ୍ଥ ମାନଙ୍କୁ ସାହାଯ୍ୟ କରୁଥିଲେ ।

ଏହି ସୂଚନା ପାଇବା ପରେ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା ଏବଂ ସ୍କୁଲର ସବୁ ଶ୍ରେଣୀ ଗୃହ ଯାଞ୍ଚ କରିଥିଲା । କିନ୍ତୁ ତଥାପି ଏଭଳି ଏକ ଘଟଣାର କାରଣ ଏବେ ପର୍ଯ୍ୟନ୍ତ ସୁଦ୍ଧା ଜଣା ପଡିନାହିଁ । ଏଭଳି ଏକ ଘଟଣା ଏବେ ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।