ମୀନ ରାଶି (Pisces) ସେପ୍ଟେମ୍ବର 2022 ମାସିକ ରାଶିଫଳ, ମାସଟି ଆପଣଙ୍କୁ କିପରି ଫଳ ପ୍ରଦାନ କରିବ ଓ ଅଶୁଭ ଖଣ୍ଡନ ପାଇଁ କଣ ପ୍ରତିକାର କରିବେ ?

ଜ୍ଯୋତିଷ ଅନୁସାରେ ବ୍ୟକ୍ତିଙ୍କ ଜୀବନ ଗ୍ରହ ମାନଙ୍କର ଚଳନ ଓ ସ୍ଥିତି ଉପରେ ନିର୍ଭରଶୀଳ । ଏହା ଆମ ଜୀବନରେ କେବେ ସୁଖ ନେଇ ଆସେ ତ ଆଉ କେବେ ଦୁଃଖ ନେଇ ଆସେ । ଏହା ଯୋଗୁଁ ମଣିଷ ଜୀବନରେ ନିରନ୍ତର ପରିବର୍ତ୍ତନ ଲାଗି ରହିଥାଏ । ଗ୍ରହଙ୍କ ଚଳନ ଓ ସ୍ଥିତିକୁ ଆଧାର କରି ଆଜି ଆମେ ଜାଣିବା ୨୦୨୨ ସେପ୍ଟେମ୍ବର ମାସର ମୀନ ରାଶିର ବ୍ୟକ୍ତିବିଶେଷଙ୍କ ରାଶିଫଳ ଓ ଅଶୁଭ ଗ୍ରହଙ୍କ ଅଶୁଭ ପ୍ରଭାବ ଖଣ୍ଡନର ଯଥୋଚିତ ପ୍ରତିକାର ।

ଦେଖିବାକୁ ଗଲେ ୨୦୨୨ ସେପ୍ଟେମ୍ବର ମାସଟି ଆପଣଙ୍କ ଜୀବନରେ ଛୋଟ ବଡ ଅନେକ ପରିବର୍ତ୍ତନ ଆଣିବାକୁ ଯାଉଛି । ଏହି ମାସରେ ବୃହସ୍ପତି ଆପଣଙ୍କ ରାଶିରେ ଅବସ୍ଥାନ କରିବେ । ତେଣୁ କର୍ମକ୍ଷେତ୍ରରେ ଆପଣଙ୍କୁ ଅପାର ସଫଳତା ମିଳିବାର ସମ୍ଭାବନା ରହିଛି । ଏହାସହ ମଙ୍ଗଳ ଗ୍ରହର ଶୁଭ ଦୃଶ୍ୟ ମଧ୍ୟ ଆପଣଙ୍କ ଭାଗ୍ୟ ସମର୍ଥନ କରିବାରେ ସାହାଯ୍ୟ କରିବ । ଫଳସ୍ଵରୂପ ବ୍ୟବସାୟୀମାନେ ବ୍ୟବସାୟରେ ବିସ୍ତାର ପାଇଁ ଅନେକ ଭଲ ସୁଯୋଗ ପାଇପାରିବେ ।

କ୍ଯାରିୟର ଦୃଷ୍ଟିରୁ ମାସଟି ଆପଣଙ୍କୁ ଅନେକ ଶୁଭଫଳ ପ୍ରଦାନ କରିବ । ଏହି ସମୟରେ ଆପଣ ନିଜ କ୍ଯାରିୟରରେ ଆଗକୁ ବଢିବାକୁ ଅନେକ ସୁଯୋଗ ପାଇବା ସହ ଅଗ୍ରଗତି ଓ ପ୍ରଗତି କରିବାରେ ସକ୍ଷମ ହେବେ । ଏହି ସମୟରେ ଆପଣଙ୍କ ନିଯୁକ୍ତି କ୍ଷେତ୍ରରେ ପଦୋନ୍ନତି ହେବାର ମଧ୍ୟ ଯୋଗ ରହିଛି ।

ବ୍ୟବସାୟ ସହ ଜଡିତ ଲୋକମାନେ ମଧ୍ୟ ଏହି ମାସରେ ଭଲ ସୁଯୋଗ ପାଇବାର ସମ୍ଭାବନା ଅଛି । ଶିକ୍ଷା ସମ୍ବନ୍ଧିତ ସେବାରେ କାର୍ଯ୍ୟ କରୁଥିବା ଲୋକମାନେ ମଧ୍ୟ କ୍ଯାରିୟରରେ ଭଲ ଲାଭ ପାଇବେ । ମୀନ ରାଶିର ଛାତ୍ର ଛାତ୍ରୀଙ୍କ ପାଇଁ ସେପ୍ଟେମ୍ବର ମାସଟି ସାମାନ୍ଯ ରହିବ । ପଞ୍ଚମ ଘରେ ଶନିଙ୍କ ଦର୍ଶନ ଯୋଗୁଁ ଅଧ୍ୟୟନରେ ବାଧା ସୃଷ୍ଟି ହୋଇପାରେ ଓ ଅଧିକ ପରିଶ୍ରମ ମଧ୍ୟ କରିବାକୁ ପଡିପାରେ ।

ଆର୍ଥିକ ଜୀବନ ଦୃଷ୍ଟିରୁ ଏହି ମାସଟି ଆପଣଙ୍କୁ ମିଶ୍ରିତ ଫଳାଫଳ ମିଳିବ । ମାସ ଆରମ୍ଭରେ ଦ୍ଵିତୀୟ ଘରେ ରାହୁଙ୍କ ଉପସ୍ଥିତି ଆପଣଙ୍କ ଖର୍ଚ୍ଚରେ ବୃଦ୍ଧି କରିବ । ଏହି ସମୟରେ ଆପଣ ନିଜର ଇଚ୍ଛା ପୂରଣ କରିବାକୁ ଯାଇ ମଧ୍ୟ ଖର୍ଚ୍ଚାନ୍ତରେ ପଡ଼ିପାରନ୍ତି ଓ ପରିବାର ପ୍ରତି ଅନେକ ଦାତିୟବ ପୂରଣ ପାଇଁ ମଧ୍ୟ ଖର୍ଚ୍ଚ କରିବେ ।

ଯେଉଁଥି ପାଇଁ ଆପଣଙ୍କୁ କିଛି ଆରଥି ପ୍ରତିବନ୍ଧକର ସାମ୍ନା କରିବାକୁ ପଡିପାରେ । ଏପରି ପରିସ୍ଥିତିରେ ଆପଣ ନିଜ ଖର୍ଚ୍ଚକୁ ନିୟନ୍ତ୍ରଣରେ ରଖନ୍ତୁ । ପ୍ରେମ ଓ ବୈବାହିକ ଜୀବନରେ ଆପଣଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି ହୋଇପାରେ ଓ ଏହାକୁ ନେଇ ବିବାଦ ଉପୁଜିପାରେ । ତେଣୁ ସାବଧାନ ରୁହନ୍ତୁ ଓ ଯୁକ୍ତିତର୍କ ଠାରୁ ଦୂରେଇ ରୁହନ୍ତୁ । ପାରିବାରିକ କ୍ଷେତ୍ରରେ ମଧ୍ୟ ବୁଝାମଣା ସହ ସବୁ କାର୍ଯ୍ୟ ସମ୍ଭାଳିବାକୁ ଚେଷ୍ଟା କରନ୍ତୁ ।

ସେହିପରି ଏହି ମାସରେ କିଛି ରୋଗରେ ମଧ୍ୟ ପଡ଼ିପାରନ୍ତି । ତେଣୁ ଖାଦ୍ୟପେୟ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ । ତେବେ ଆପଣଙ୍କ ପାଇଁ ପ୍ରତିକାର ହେଉଛି ଆପଣ ପ୍ରତ୍ଯେକ ଦିନ ବାପାମା’ଙ୍କର ଆଶୀର୍ବାଦ ପ୍ରାପ୍ତ କରନ୍ତୁ ଓ ତାଙ୍କର ସେବା କରିବାକୁ ଚେଷ୍ଟା କରନ୍ତୁ । ଯାହାସବୁ ଅଶୁଭ ରହିଛି ନିଶ୍ଚିତ ଭାବେ ଖଣ୍ଡନ ହେବ ଓ ଶୁଭଫଳ ପ୍ରାପ୍ତ ହେବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।