ସାଇବର ଲୁଟେରାଙ୍କୁ ସେମାନଙ୍କ ନିଜ ଜାଲରେ ଫସେଇଦେଲେ ଏହି ଯୁବକ, ସାଇବର ଠକ ଲୁଟି ନେଇଥିବା ଟଙ୍କାକୁ ଏମିତି ଫେରେଇ ଆଣିଲେ, ଜାଣନ୍ତୁ ପୁରା ଘଟଣା

ଦିନକୁ ଦିନ ସାଇବର କ୍ରାଇମ ବଢିବାରେ ଲାଗିଛି । ସାଇବର ଠକମାନେ ପ୍ରତିଦିନ ହଜାର ହଜାର ଲୋକଙ୍କୁ ଠକୁଛନ୍ତି । ହେଲେ ଏହି ଯୁବକ ଜଣକ ଏଭଳି କାମ କରିଛନ୍ତି ଯେ ସାଇବର ଲୁଟେରା ତାଙ୍କ ଚାଲ୍ ରୁ ବର୍ତ୍ତି ପାରିନାହାନ୍ତି । ଫଳରେ ସେ ନିଜ ଝାଳବୁହା ଧନକୁ ଫେରି ପାଇଛନ୍ତି । ସାଇବର ଠକ ପ୍ରଥେମ ତାଙ୍କୁ ଫୋନ କରି ଇଆଡୁ ସିଆଡୁ ପ୍ରଶ୍ନ କରି ବ୍ଯାଙ୍କ ଆକାଉଣ୍ଟରୁ ୨୨ ହଜାର ଟଙ୍କା ଲୁଟି ନେଇଥିଲେ ସାଇବର ଠକ । ଆକାଉଣ୍ଟରୁ ଟଙ୍କା କଟିବା ପରେ କଣ କରିବେ ବୋଲି ଚିନ୍ତାରେ ଥିଲେ ଯୁବକ ।

ପଇସା କେମିତି ଫେରିପାଇବେ ତାଙ୍କୁ କିଛି ବୁଦ୍ଧିବାଟ ଦିଶୁ ନଥିଲା । ହେଲେ ନିଜସ୍ଵ ଉଦ୍ୟମରେ ସାଇବର ଲୁଟେରାଙ୍କୁ ବାରମ୍ବାର କଲ୍ କରିଥିଲେ । କେବଳ ଏତିକି ନୁହେଁ ବରଂ ସେମାନଙ୍କ ବ୍ଯାଙ୍କ ଡିଟେଲ୍ସର ସବିଶେଷ ତଥ୍ୟ ସଂଗ୍ରହ କରିବା ସହ ନିଜର ଝାଳବୁହା ଟଙ୍କାକୁ ସେ ଫେରି ପାଇଛନ୍ତି । ଗତ ୨୪ ତାରିଖ ଦିନ ଯୁବକଜଣକ ଦରମା ପାଇବା ପରେ ଘରକୁ ପଇସା ପଠେଇବା ପାଇଁ ଯେତେବେଳେ ଚେଷ୍ଟା କରିଥିଲେ ତାଙ୍କ ଫୋନପେ କାମ କରି ନଥିଲା । ଦୁଇଦିନ ଯାଏଁ ତାଙ୍କ ଉପିଆଇ ନେଟୱର୍କ ଏକଦମ ଡାଉନ ରହିଲା ।

ଜରୁରୀ ଥିବାରୁ ସେ ଫୋନପେ କଷ୍ଟମର କେୟାରକୁ କଲ୍ କରିଥିଲେ । କିନ୍ତୁ ଦୁର୍ଭାଗ୍ୟବଶତଃ ସାଇବର ଠକଙ୍କ ହାତରେ ସେ ପଡି ଯାଇଥିଲେ । ସେମାନେ ତାଙ୍କୁ କହିଥିଲେ କି ଆମେ ଯେପରି କହୁଛୁ ସେମିତି କର ତୁମ କାମ ହୋଇଯିବ । ସେମାନଙ୍କୁ ବିଶ୍ବାସ କରି ଯୁବକଜଣକ ସେମାନେ ଯାହା କହିଥିଲେ ସେସବୁ କରିଥିଲେ । ସାଇବର ଲୁଟେରା ତାଙ୍କୁ ଦୁଇରୁ ତିନୋଟି ଆପ୍ ଡାଉନଲୋଡ କରିବା ପାଇଁ କହିଥିଲେ । ଯୁବକଜଣକ ଠିକ ସେମିତି କରିଥିଲେ ।

ହେଲେ ସେଥିରୁ ତାଙ୍କ ବ୍ଯାଙ୍କ ଡିଟେଲ୍ସ ଚୋରୀ କରି ସେମାନେ ୨୨ ହଜାର ଟଙ୍କା ଲୁଟି ନେଇଥିଲେ ଏବଂ ଉପିଆଇ ମଧ୍ୟ ବ୍ଲକ କରି ଦେଇଥିଲେ । ଏହାପରେ ଯୁବକଜଣକ ବାରମ୍ବାର ସେମାନଙ୍କୁ କଲ୍ ଲଗାଇଥିଲେ ଓ କହିଥିଲେ କି ଟଙ୍କା ନେଇଯାଅ ପଛେ ମୋ ୟୁପିଆଇକୁ କେବଳ ୫ ମିନିଟ ପାଇଁ ଅନବ୍ଲକ କରିଦିଅ । ବହୁତ ମିନତି କରି କହିବା ପରେ ସେମାନେ ଅନବ୍ଲକ କରିଥିଲେ । ଯାହାପରେ ଯୁବକ ଜଣକ ତୁରନ୍ତ ତାଙ୍କ ଭାଇଙ୍କ ପାଖକୁ ସବୁ ଟଙ୍କା ଟ୍ରାନ୍ସଫର କରି ଦେଇଥିଲେ ।

ଯାହାପରେ ସେମାନେ ଦିଲ୍ଲୀ ପୋଲିସରୁ ଫୋନ କରିଛୁ କହି ଯୁବକଙ୍କୁ ଧମକାଇବାକୁ ଚେଷ୍ଟା କରିଥିଲେ । ହେଲେ ଯୁବକଜଣକ ସେତେବେଳକୁ ସାଇବର ଥାନାରେ କମ୍ପ୍ଲେନ କରି ସାରିଥିବା କହିବା ପରେ ଠକମାନେ ତାଙ୍କୁ ହଇରାଣ କରିବା ବନ୍ଦ କରି ଦେଇଥିଲେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।