Amrita ଙ୍କୁ ଝୁରୁଛି ଯାଜପୁର ଜିଲ୍ଲା ନନ୍ଦିପୁର ସ୍କୁଲ, ଗୁରୁଦିବସ ବଦଳରେ ପାଳନ କଲେ Amrita ଙ୍କ ଶୋକ ଦିବସ, ଦେଖନ୍ତୁ କଣ କହିଲେ ଛାତ୍ର ଛାତ୍ରୀ

ଯାଜପୁର ଜିଲ୍ଲା ନନ୍ଦିପୁର ସ୍କୁଲ ଝୁରୁଛି ଅମ୍ରିତାଙ୍କୁ । ଗୁରୁଦିବସରେ ଖାଁ ଖାଁ ଲାଗୁଛି ବିଦ୍ୟାଳୟ । ଅମ୍ରିତାଙ୍କ ଅନୁପସ୍ଥିତି ସମସ୍ତଙ୍କୁ ମ୍ରିୟମାଣ କରୁଛି । ଶୋକ କରୁଛନ୍ତି ସାଙ୍ଗସାଥି ଆଉ ବିଦ୍ୟାଳୟର ପ୍ରିୟ ଶିକ୍ଷକ ଶିକ୍ଷୟତ୍ରୀ । ସେମାନଙ୍କ ଆଖି ଲୁହ ଆଉ ମନର କୋହ ବୟାନ କରୁଛି ଯେ ଅମ୍ରିତା ସମସ୍ତଙ୍କର କେତେ ନିଜର ଥିଲେ । ଅମ୍ରିତା ବୋଧେ ମୃତ୍ୟୁର ପୂର୍ବାଭାଷ ପାଇ ସାରିଥିଲେ । ସେଥିପାଇଁ ତ ଗୁରୁଦିବସ ପୂର୍ବରୁ ହାପି ଟିଚର୍ସ ଡେ ଜଣାଇ ଦେଇଥିଲେ ।

ଗୁରୁଦିବସ ଦିନ ଗୁରୁବନ୍ଦନାରେ ରାଜ୍ୟର ପ୍ରତିଟି ସ୍କୁଲ ପ୍ରକମ୍ପିତ ହୋଇଥିଲା । ହେଲେ ଅମ୍ରିତାଙ୍କ ସ୍କୁଲରେ ତାଙ୍କ ଫଟୋ ରଖି ଛାତ୍ର ଛାତ୍ରୀମାନେ ଶୋକ ପାଳିଛନ୍ତି । ଆଉ ତାଙ୍କ ସ୍ମୃତିକୁ ସାଉଁଟିଛନ୍ତି । ଅମ୍ରିତାଙ୍କ ଫଟୋ ଧରି ସାଙ୍ଗସାଥିମାନେ ବାହୁନି ବାହୁନି କାନ୍ଦିଛନ୍ତି । କ୍ଳାସ ରୁମ୍ ରେ ପଡିଥିବା ବେଞ୍ଚ ଟେବୁଲ ବି ଅମ୍ରିତାଙ୍କ ଅନୁପସ୍ଥିତିକୁ ବଖାଣିଛି । ସେ ବସୁଥିବା ସ୍ଥାନକୁ ତା’ ପାଇଁ ଛାଡି ଯାଇଛନ୍ତି ସାଙ୍ଗସାଥି । ଅମ୍ରିତା ଥିଲେ ଗୁରୁଦିବସରେ ସବୁଠୁ ଅଧିକ ଖୁସି ହୋଇଥାନ୍ତା ବୋଲି ତାଙ୍କ ସାଙ୍ଗସାଥି କହିଛନ୍ତି ।

ସ୍ଵଭାବରେ ଯେମିତି ପାଠପଢାରେ ମଧ୍ୟ ସେମିତି ଥିଲା ଅମ୍ରିତା । ପୁରା ସ୍କୁଲରେ ସେ ଜଣେ ବେଶ ଭଲ ଛାତ୍ରୀ ଥିଲେ । ଗୁରୁଦିବସ ପାଇଁ ସେ ଆଗୁଆ ପ୍ରସ୍ତୁତି ବି ଆରମ୍ଭ କରି ଦେଇଥିଲା । ଜଣେ ଶିକ୍ଷୟତ୍ରୀଙ୍କୁ ସେ ଗୁରୁଦିବସ ପାଇଁ ଆଗୁଆ ଶୁଭେଚ୍ଛା ମଧ୍ୟ ଜଣାଇ ଦେଇଥିଲା । ଏହିସବୁ କଥାକୁ ମନେପକାଇ ତାଙ୍କ ସ୍କୁଲର ଶିକ୍ଷକ ଓ ଶିକ୍ଷୟତ୍ରୀ ବାହୁନି ବାହୁନି କାନ୍ଦିଛନ୍ତି ।

କେବଳ ନିଜ ସହପାଠୀ ନୁହେଁ ବରଂ ବଡ ଓ ସାନ ସବୁ କ୍ଳାସର ଛାତ୍ର ଛାତ୍ରୀଙ୍କର ସେ ପ୍ରିୟ ଥିଲେ । ସମସ୍ତଙ୍କ ସହ ସେ ମିଶୁଥିଲେ ଓ ସମସ୍ତଙ୍କୁ ନିଜର କରି ଦେଉଥିଲେ । ତେବେ ଗତ ଶନିବାର ଦିନ ଅମ୍ରିତା ପାଖ ଗାଁ’କୁ ଟ୍ୟୁସନ ଯାଇଥିଲେ ହେଲେ ଆଉ ଫେରି ନଥିଲେ । ଆଉ ରବିବାର ଦିନ ଗାଁ ନିକଟସ୍ଥ ଏକ ପୋଖରୀରୁ ତାଙ୍କ ମୃତଦେହ ଉଦ୍ଧାର କରା ଯାଇଥିଲା ।

ଯାହାପରେ ଅମ୍ରିତାଙ୍କୁ ହତ୍ୟା କରା ଯାଇଥିବା ଅଭିଯୋଗ ଆଣିଛନ୍ତି ତାଙ୍କ ପରିବାର ଲୋକେ । ଯାହାକୁ ନେଇ ଏବେବି ପୋଲିସର ତଦନ୍ତ ଜାରି ରହିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।