ସଂସାର ଉଜାଡି ଦେଲା ଭାଇରାଲ ଅଡିଓ, ନିଜ ଶାଶୁଘର ଲୋକେ କରିଦେଲେ ବଦନାମ, ଦେଖନ୍ତୁ କଣ କହୁଛନ୍ତି ମାସେରୁ ଉର୍ଦ୍ଧ୍ଵ ସମୟ ଧରି ଶାଶୁଘର ସାମ୍ନାରେ ଧାରଣା ଦେଇଥିବା Reena Khatua

କାନ୍ଥକୁ ଡେରିଛି ବ୍ୟାଗ ଆଉ ପଛରେ ରଖିଛି ଗ୍ଯାସଚୁଲା, ହାଣ୍ଡି, କଡେଇ ଆଉ ମାସ୍କ ପାଇଁ ରାସନ ସାମଗ୍ରୀ । ଆଉ ଯିଏ ସିନ୍ଦୁର ଦେଇଥିଲା ତା’ ଘରେ ରହିବ ବୋଲି ଜିଦ୍ ଧରିଛି । ହେଲେ ତାଙ୍କ ଘର ତାଲା ପଡିଛି । ଏବେ ଆଉ ଘରକୁ ପଶିପାରୁନି ଘରର ବୋହୂ । ମାସେରୁ ଉର୍ଦ୍ଧ ସମୟ ହେବ ଶ୍ଵଶୁର ଘର ବାରଣ୍ଡାରେ ବସିରହିଛି । ଏହି ମହିଳାଜଣକ ହେଉଛନ୍ତି ରୀନା ଖଟୁଆ, ଯିଏକି ଚଳିତ ବର୍ଷ ଜୁଲାଇ ୭ରେ ବିବାହ କରିଥିଲେ । ହେଲେ ବାହାଘରକୁ ମାସେ ନ ପୁରୁଣୁ ପାରିବାରିକ କଳି ଆରମ୍ଭ ହୋଇ ଯାଇଥିଲା ।

ଶାଶୁଘର ଲୋକ ଯୌତୁକକୁ ନେଇ ତାଙ୍କୁ ନିର୍ଯ୍ୟାତନା ଦେଇ ଆସୁଥିଲେ । ଡାଇନିଙ୍ଗ ଟେବୁଲ, ୱାସିଙ୍ଗ ମେସିନ ଆଉ ୧୦ ଲକ୍ଷ ଟଙ୍କା ଆଣିବାକୁ ସେମାନେ ବୋହୂକୁ ବାଧ୍ୟ କରୁଥିଲେ । କିନ୍ତୁ ରୀନାଙ୍କ ବାପା ବାହାଘର ବେଳେ ସକ୍ଷମ ଅନୁସାରେ ୨ ଲକ୍ଷ ଟଙ୍କା ଦେଇଥିଲେ । ସେମାନଙ୍କ ଡିମାଣ୍ଡ ଅନୁଯାୟୀ ଯୌତୁକ ନ ଆଣିବାରୁ ଶାଶୁଘର ଲୋକେ ତାଙ୍କୁ ମାରଧର କରୁଥିଲେ ।

ଯାହାପରେ ସେମାନେ ପ୍ଳାନ କରି ବାପଘରକୁ ବୁଲିବା ନାଁ କହି ସେଠାରେ ତାଙ୍କୁ ଛାଡି ଦେଇ ଆସିଥିଲେ । କିନ୍ତୁ ରୀନା ତୁରନ୍ତ ଶ୍ଵଶୁର ଘରକୁ ଫେରିଥିଲେ, ଆଉ ଦେଖିଥିଲେ କି ସେଠାରେ ତାଲା ପଡିଛି । ଏନେଇ ସେ ନିଜ ବାପାମା’ଙ୍କୁ ଜଣାଇବା ସହ ପୋଲିସରେ ମଧ୍ୟ ଖବର ଦେଇଥିଲେ ।

ଯାହାପରେ ଦୋଷୀକୁ ଦଣ୍ଡ ମିଳିବ ବୋଲି ପୋଲିସ କଥା ଦେଇଥିଲା । ହେଲେ ତାଙ୍କୁ ଏଯାଏଁ ଖୋଜି ପାରିଲାନି ପୋଲିସ । ଯାହାପରେ ରୀଣ ନିଜ ଶ୍ଵଶୁର ଘର ସାମ୍ନାରେ ଗତ ମାସ ୬ ତାରିଖ ଠାରୁ ଆସି ବସି ରହିଛନ୍ତି । ହେଲେ ପୋଲିସ ଏଯାଏଁ କିଛି ବୁଝୁନାହିଁ କି କୌଣସି କାର୍ଯ୍ୟାନୁଷ୍ଠାନ ନେଉନି ।

ତେବେ ଆହୁରି ମଧ୍ୟ କୁହାଯାଉଛି କି ରୀନା ଓ ତାଙ୍କ ସ୍ଵାମୀଙ୍କ ମଧ୍ୟରେ ଏକ ଫୋନ କଲ୍ କୁ ନେଇ ସନ୍ଦେହ ଆରମ୍ଭ ହୋଇଥିଲା । ରୀନା ତାଙ୍କ ମାମୁଁଙ୍କ ସହ କଥା ହେଉଥିବା ବେଳର ଏକ ଅଡିଓ ରେକର୍ଡ ସ୍ଵାମୀଙ୍କ ହାତରେ ପଡିଥିଲା । ଯାହାର ସାତ୍ୟତା ଏବେବି ସନ୍ଦେହ ଘେରରେ ରହିଛି । ତେବେ ରୀନାଙ୍କୁ ବଦନାମ କରିବା ପାଇଁ ଶାଶୁଘର ଲୋକେ ଏପରି କରିଥିବା କହିଛନ୍ତି ରୀନା । କେବଳ ଏତିକି ନୁହେଁ ତାଙ୍କ ଫଟୋ ଫର୍ଜରି କରି ତାଙ୍କୁ ସମାଜରେ ନିଜ ଶାଶୁଘର ଲୋକେ ହିଁ ବଦନାମ କରିଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ରୀନା ।

ଏନେଇ ରୀନା କୋର୍ଟରେ ମାମଲା ରୁଜୁ କରିଛନ୍ତି ଓ ଦୋଷୀଙ୍କୁ ନିଶ୍ଚିତ ଭାବେ ଦଣ୍ଡ ମିଳିବ ବୋଲି ତାଙ୍କର ବିଶ୍ବାସ ସେ କହିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।