50 ହଜାର ନେ ଆଉ ସେଇଠୁ ଉଠିଯା, Dinesh ଙ୍କ ଭାଇ Deepika ଙ୍କୁ ଦେଲେ ଏମିତି ଅଫର୍, ଦେଖନ୍ତୁ video

ଦୀର୍ଘ ୩୫ ଦିନ ଧରି ପ୍ରେମିକ ଦିନେଶଙ୍କ ଘର ବାହାରେ ଧାରଣା ଦେଉଛନ୍ତି ଗଞ୍ଜାମର କେ. ଦୀପିକା । ହେଲେ ଏବେ ଯାଏଁ ତାଙ୍କୁ ନ୍ୟାୟ ମିଳି ପାରିନାହିଁ କି ଦିନେଶଙ୍କର ମଧ୍ୟ ଦେଖାନାହିଁ । ଖରା, ବର୍ଷା, ଶୀତ ସହି ଅନେୟ ପ୍ରକାର ବାଧାବିଘ୍ନର ସାମ୍ନା କରି ଦୀପିକା ଏତେ ଦିନ ହେବ ଦିନେଶଙ୍କ ଘର ଆଗରେ ବସି ରହିଛନ୍ତି । ଏହାରି ମଧ୍ୟରେ ତାଙ୍କୁ ଅନେକ ନିନ୍ଦା ଅପବାଦର ମଧ୍ୟ ସାମ୍ନା କରିବାକୁ ପଡିଛି । ଶାଶୁଘର ଲୋକଙ୍କ ଗାଳିଗୁଲଜ ମଧ୍ୟ ସେ ସହ୍ୟ କରିଛନ୍ତି ।

ତଥାପି ଗଣେଶ ପୂଜା ଦିନ ଦିନେଶଙ୍କ ଘର ବାହାରେ ପୂଜା କରିବା ସହ ଭୋଗ ମଧ୍ୟ ବାଣ୍ଟିଥିଲେ ଦୀପିକା । ଦିନେଶ ଓ ତାଙ୍କ ପରିବାରର ଲୋକଙ୍କୁ ସଦବୁଦ୍ଧି ମିଳୁ ବୋଲି ସେ ୧୦୮ଟି ଦୀପ ମଧ୍ୟ ଦିନେଶଙ୍କ ଘର ବାହାରେ ଜାଲିଥିଲେ । ହେଲେ ତା’ ପରଦିନ ଦିନେଶଙ୍କ ପୁରା ପରିବାର ଘରେ ତାଲା ପକାଇ କୁଆଡେ ପଳେଇ ଯାଇଥିଲେ ।କିନ୍ତୁ ରାଜ୍ୟ ମହିଳା କମିଶନରଙ୍କ ପକ୍ଷରୁ ଯେଉଁ ଚିଠି ଦୀପିକା ପାଇଛନ୍ତି ସେଥିରେ ତାବଙ୍କୁ ସାମାନ୍ଯ ଆଶାର କିରଣ ଦେଖାଦେଇଛି ।

ପ୍ରମିଳା ତ୍ରିପାଠୀ ଦୀପିକାଅଙ୍କ ତରଫରୁ ରାଜ୍ୟ ମହିଳା କମିଶନରଙ୍କୁ ଦରଖାସ୍ତ ଲେଖିଥିଲେ ଓ ତାଙ୍କ ପରିସ୍ଥିତି ବିଷୟରେ ଜଣାଇଥିଲେ । ଯାହାପରେ ଆସନ୍ତା ସେପ୍ଟେମ୍ବର ୧୯ ତାରିଖ ଦିନ ଦିନେଶଙ୍କୁ ପଚରାଉଚରା ପାଇଁ ଡକାଯାଇଛି । ଯାହାକୁ ନେଇ ଦୀପିକା ବେଶ ଖୁସି ଥିବାବେଳେ ଏବେ ସେ ଦିନେଶଙ୍କ ଘର ଦୁଆରେ ରୋଷେଇ କରିବା ମଧ୍ୟ ଆରମ୍ଭ କରି ଦେଇଛନ୍ତି ।

ଯାହାକୁ ନେଇ ଅନେକ ଥଟ୍ଟା ପରିହାସ କରୁଥିବା ବେଳେ ଦୀପିକା କହିଛନ୍ତି ସେ କେତେଦିନ ଆଉ ବାହାରେ ଖାଇବେ । ତାଙ୍କର ରୋଜଗାରର ସବୁ ବାଟ ଏବେ ବନ୍ଦ ଥିବାବେଳେ ସେ ନିଜେ ରୋଷେଇ କରି ଖାଇବାକୁ ମନସ୍ଥ କରିଛନ୍ତି । ଆଉ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ସେ ସେଠାରେ ସେମିତି ବସି ରହିଥିବେ । ସେପଟେ ଦୀପିକାଅଙ୍କ ଭାଇ କହିଛନ୍ତି ଯେ, ଦିନେଶଙ୍କ ଭାଇ ମନୀଷ ତାଙ୍କ ସହ ଦେଖାକରି ଘର ସାମ୍ନାକୁ ଉଠିଯିବାକୁ କହିଥିଲେ ।

୫୦ ହଜାର ଟଙ୍କା ନେଇ ଘର ସାମ୍ନାକୁ ଉଠିବା ପାଇଁ ଦିନେଶଙ୍କ ଭାଇ ଅଫର୍ ଦେଇଛନ୍ତି । ହେଲେ ନ୍ୟାୟ ନ ମିଳିବା ଯାଏଁ ତାଙ୍କ ଭଉଣୀ ସେଇଠି ସେମିତି ବସିବ ବୋଲି ସେ କହିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।