ଶ୍ରୀ କୃଷ୍ଣଙ୍କ କହିଲେ କଳିଯୁଗ ପରେ କେମିତି ହେବ ସତ୍ୟଯୁଗ

ଆପଣ ସମସ୍ତେ ଜାଣିଛନ୍ତି କି ପୁରାଣରେ ଚାରୋଟି ଯୁଗ ବିଷୟରେ କୁହାଯାଇଛି । ସେଗୁଡିକ ହେଲା ସତ୍ୟଯୁଗ , ତ୍ରେତୟାଯୁଗ, ଦ୍ଵାପରଯୁଗ, କଳିଯୁଗ । କିନ୍ତୁ କଳିଯୁଗକୁ ଛାଡି ସବୁ ଯୁଗର କିଛି ନା କିଛି ମହତ୍ୱ ଅଛି । କିନ୍ତୁ କଳିଯୁଗରେ କିଛ ମହତ୍ଵ ହିଁ ନାହିଁ । ଚରିଆଡେ କେବଳ ପ୍ରତିଶୋଧ, ହିଂସାକାଣ୍ଡ ସୃଷ୍ଟି, ଲୋଭ ଓ ମୃତ୍ୟୁ ଦେଖାଯାଇଥାଏ । କଳିଯୁଗକୁ ମନୁଷ୍ୟ ଜାତି ପାଇଁ ଏକ ଅଭିଶାପ ବୋଲି କୁହାଯାଇଛି ।

ଯାହାକୁ ଏହି କଳିଯୁଗରେ ଜନ୍ମ ନେଇଥିବା ସମସ୍ତେ ଏହାକୁ ଭୋଗ କରୁଛନ୍ତି । କିନ୍ତୁ ଆପଣମାନେ କେବେ ଚିନ୍ତା କରିଛନ୍ତି କି କଳିଯୁଗ କେବେ ଶେଷ ହେବ । କଳିଯୁଗ ପରେ କେଉଁ ଯୁଗ ଆସିବ । ତେବେ ଆପଣଙ୍କୁ ଏହି ପ୍ରଶ୍ନର ଜବାବ ବିସ୍ତାର ରୂପରେ କହି ଦେଉଛି ।

ଧାର୍ମିକ ଗ୍ରନ୍ଥ ଅନୁସାରେ ଯୁଗର ପରିବର୍ତ୍ତନ ଏହା ୨୨ତମ ଚକ୍ର ଚାଲିଛି । ଭାଗବତ ଗୀତାରେ ବି ଏହା ବିଷୟରେ ବର୍ଣ୍ଣନା କରାଯାଇଛି । ପରିବର୍ତ୍ତନ ଏହି ସୃଷ୍ଟିର ନିୟମ ଅଟେ । ଯେମିତି ଗୋଟିଏ ଆତ୍ମା ଗୋଟିଏ ଶରୀର ତ୍ୟାଗ କରି ଆଉ ଗୋଟିଏ ଶରୀର ଧାରଣ କରିଥାଏ । ଯେମିତି ଦିନ ପରେ ରାତି ହୁଏ । ସେହିପରି ୠତୁ ତାର ନିର୍ଧାରିତ ସମୟରେ ହିଁ ପରିବର୍ତ୍ତନ ହୁଏ । ଠିକ ସେହିଭଳି ଏକ ନିର୍ଧାରିତ ଅବଧି ପରେ ଏହି ସୃଷ୍ଟିରେ ଯୁଗର ପରିବର୍ତ୍ତନ ହେବା ଅଟଳ ସତ୍ୟ ଅଟେ ।

ଯୁଗ ପରିବର୍ତ୍ତନର ଏହି ଚକ୍ର ଅନୁସାରେ ବର୍ତ୍ତମାନ କଳିଯୁଗ ଚାଲିଛି । ଶାସ୍ତ୍ର ଅନୁସାରେ କଳିଯୁଗ ୪ ଲକ୍ଷ ୩୨୦୦୦ ବର୍ଷର ଅଟେ । ଯେଉଁଥିରୁ ୪ଲକ୍ଷ ୨୭୦୦୦ ବର୍ଷ ବାକି ଅଛି । କିନ୍ତୁ ଏହି କଳିଯୁଗର ଶେଷ କେମିତି ହେବ ଏହା ବ୍ରହ୍ମପୁରାଣରେ ବର୍ଣ୍ଣିତ ହୋଇଛି । ବ୍ରହ୍ମ ପୁରାଣ ଅନୁସାରେ କଳିଯୁଗର ଅନ୍ତରେ ମଣିଷ ଆୟୁ ମାତ୍ର ବାର ବର୍ଷ ହୋଇ ରହିଯିବ । ଏହି ସମୟରେ ମାନବ ଜାତିର ପତନ ହେବ । ଲୋକମାନଙ୍କ ମଧ୍ୟରେ ଦ୍ଵେଷ ଓ ଦୁର୍ଭାବନା ବୃଦ୍ଧି ପାଇବ ।

ସମୟ ବିତିବା ଅନୁସାରେ ନଦୀ, ନାଳ ଶୁଖିଯିବ । ଅନ୍ୟାୟ ଅତ୍ୟାଚାର ଦ୍ଵାରା ଧନ ହାସଲ କରିବେ । ଲୋକମାନେ ପରସ୍ପରକୁ ହତ୍ୟା କରିବେ । କଳିଯୁଗର ୫୦୦୦ବର୍ଷ ପରେ ଗଙ୍ଗା ନଦୀ ଶୁଖି ବୈକୁଣ୍ଠ ପୁରକୁ ଫେରିଯିବ । ଧୀରେ ଧୀରେ ସବୁ ଦେବୀ ଦେବତା ପୃଥିବୀ ଛାଡି ନିଜ ନିଜ ଧାମକୁ ଫେରି ଯିବେ । ମଣିଷ ପୂଜାପାଠକୁ, ଧର୍ମ, କର୍ମ ଭୁଲିଯିବ । ଗାଈ କ୍ଷୀର ଦେବାକୁ ଭୁଲିଯିବ । କଳିଯୁଗର ଯେଉଁମାନେ ବଳଶାଳୀ ଥିବେ ସେମାନେ ରାଜୁତି କରିବେ ।

ଯେତେବେଳେ ଏହିଭଳି ଆତଙ୍କ ଚରମସୀମାରେ ପହଞ୍ଚି ଯିବ ସେତେବେଳେ ବିଷ୍ଣୁ କଲକୀ ଅବତାର ଧାରଣ କରି ପୃଥିବୀର ସମସ୍ତ ଅଧର୍ମିଙ୍କୁ ନାଶ କରିଦେବେ । ଏହା ଛଡା ମହାଭାରତରେ ବର୍ଣିତ ଶ୍ରୀକୃଷ୍ଣଙ୍କ କଳିଯୁଗରେ ଅନ୍ତ ବିଷୟରେ ଏହିସବୁ ଉପରୋକ୍ତ କଥାକୁ ବର୍ଣ୍ଣନା କରି କହିଛନ୍ତି । କଳିଯୁଗ ଶେଷ ହେବା ପରେ ଯେଉଁ ନୂତନ ଯୁଗ ଆସିବ ତାକୁ ସତ୍ୟ ଯୁଗ କୁହାଯିବ ।

ଅର୍ଥାତ ସୃଷ୍ଟି ଯୁଗ ପରିବର୍ତ୍ତନର ୨୨ ତମ ଚକ୍ର ପୂରଣ କରି ୨୩ ତମ ଚକ୍ରରେ ପ୍ରବେଶ କରିବେ ଓ ପୁଣି ଠାରେ ନୂଆ ଯୁଗ ଆରମ୍ଭ ହେବ । ଏହାକୁ ସତ୍ୟ ଯୁଗ କୁହାଯିବ । ଏହି ଯୁଗରେ ମନୁଷ୍ୟର ଆୟୁ ୪,୦୦୦ରୁ ୧୦,୦୦୦ ବର୍ଷ ହେବ । ଏଠି ମନୁଷ୍ୟ ସୁଖୀ, ପରମ ଜ୍ଞାନୀ, ପ୍ରେମ ଭାବନା, କର୍ମରେ ବିଶ୍ୱାସ ରଖିବେ । ସତ୍ୟ ଯୁଗରେ ମଣିଷ ନିଜ ତପସ୍ୟା ବଳରେ ଦେବୀ ଦେବତାଙ୍କ ସହ କଥା ହୋଇପାରିବେ ।

ଆଶା କରୁଛୁ କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ । ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ, ଧନ୍ୟବାଦ ।