ସୁଶାନ୍ତ ସିଂହ ରାଜପୁତ case: ରିୟା ଚକ୍ରବର୍ତୀ ନିଖୋଜ ଖବର ପରେ ରିୟାଙ୍କ ଓକିଲଙ୍କ ଆସିଲା ବୟାନ, କହିଲେ କିଛି ଏମିତି…

ନୂଆ ଦିଲ୍ଲୀ : ସୁଶାନ୍ତ ସିଂହ ଙ୍କର ଆତ୍ମହତ୍ୟା କେସ ର ମୋଡ ଦିନକୁ ଦିନ ବଦଳିବାରେ ଲାଗିଛି । ଏହି ମାମଲା ସହିତ ଜଡିତ ନୂତନ ଖୁଲାସା ମଧ୍ୟ ବର୍ତ୍ତମାନ ଦିନରେ ହେବାରେ ଲାଗିଛି । ଗତ କିଛି ଦିନ ହେବ ରିୟା ଚକ୍ରବର୍ତୀ ଙ୍କର ନିଖୋଜ ଖବର ପାଇବା ପରେ ତାଙ୍କ ଓକିଲ କହିଛନ୍ତି ଯେ ସେ କୁଆଡେ ପଳାଈ ନାହାନ୍ତି । ଓକିଲ ସତୀଶ ମନସିନ୍ଧେ କହିଛନ୍ତି ବିହାର ପୁଲିସଙ୍କର ଏ କହିବା ଠିକ ନୁହେଁ କି ଯେ ଅଭିନେତ୍ରୀ ରିୟା ଚକ୍ରବର୍ତୀ ନିଖୋଜ ଅଛନ୍ତି ।

ସେ ମୁମ୍ବାଇ ପୁଲିସକୁ ସହଯୋଗ କରନ୍ତୁ ବୋଲି ମଧ୍ୟ ମୁମ୍ବାଇ ପୁଲିସ କହିଛନ୍ତି । ଓକିଲ ଆହୁରି ମଧ୍ୟ କହୁଛନ୍ତି ଯେ ଆଜି ପର୍ଯ୍ୟନ୍ତ ବିହାର ପୁଲିସ ଙ୍କ ଠାରୁ କିଛି ବି ନୋଟିସ ସେ ପାଇନାହାନ୍ତି ଓ ସେମାନଙ୍କର ଏହି ଘଟଣାରେ ଅନୁସନ୍ଧାନ କରିବାର କୌଣସି ଅଧିକାର ନାହିଁ ।

କିଛି ରିପୋର୍ଟ ରୁ ଜଣା ପଡିଲା କି ରିୟା ଚକ୍ରବର୍ତୀ କିଛି ଦିନ ପୂର୍ବେ ମଧ୍ୟରାତ୍ରି ରୁ ସେ ତାଙ୍କ ପରିବାର କୁ ଛାଡି ପଳେଇଥିଲେ। ଏହା ସହିତ ସୁଶାନ୍ତ ସିଂହ ଙ୍କର ପିତା କେ.କେ ସିଂହ ପ୍ରଥମ ରିୟା ଚକ୍ରବର୍ତୀଙ୍କ ସହିତ ଆଉ ୬ ଜଣଙ୍କ ବିରୁଦ୍ଧରେ ବୟାନ ଦେଇଥିଲେ । ତା ପରେ ପରେ ହିଁ ରିୟା ଚକ୍ରବର୍ତୀ ନିଖୋଜ ହେଇଯାଇଥିଲେ ।

କିଛି ଦିନ ପୂର୍ବେ ରିୟା ଚକ୍ରବର୍ତୀ ଏକ ଭିଡିଓ ପୋଷ୍ଟ ସହିତ କହିଛନ୍ତି ‘ସତ୍ୟମେବ ଜୟତେ । ସତ୍ୟ ହିଁ ଜିତିବ’। ସେ କହିଥିଲେ କି ସୁଶାନ୍ତ ୧୪ ଜୁନ ରେ ତାଙ୍କ ନିଜ ଘରେ ଫାସୀ ରେ ଝୁଲିଥିବାର ଦେଖିବାକୁ ମିଲଥିଲା ଏବଂ ପୋଷ୍ଟମର୍ଟମ ରିପୋର୍ଟ ରେ ମଧ୍ୟ କୁହା ଯାଇଥିଲା କି ଅଭିନେତା ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା କରିଛନ୍ତି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।