କଳିଯୁଗର ଶେଷ ପୂର୍ବରୁ ଦେଖାଦେବ ଏହି 6 ଟି ଲକ୍ଷଣ ଦେଖାଯିବ, ପୃଥିବୀର ଅନ୍ତ ଆସୁ ଅସସୂ ଏମିତି କାମସବୁ କରିବେ ଲୋକେ

କଳିଯୁଗ ସମ୍ପର୍କିତ ସମସ୍ତ ବିଷୟ ଶ୍ରୀମଦ୍ ଭାଗବତ ମହାପୁରାଣ ରେ ଦେଖିବାକୁ ପାଇବେ । ସେଥିରେ କଳିଯୁଗର ଲକ୍ଷଣ ଠୁ ନେଇ ଭଗବାନ୍ ବିଷ୍ଣୁଙ୍କ କଳକୀ ଅବତାର ବିଷୟରେ ସମସ୍ତ ବିଷୟ ଉପଲବ୍ଧ ଅଟେ । କଳିଯୁଗର ଶେଷ ସମୟରେ କେଉଁ କେଉଁ ଲକ୍ଷଣ ଦେଖାଯିବ ଏହି ସମସ୍ତ ବିଷୟ ମଧ୍ୟ ସେଥିରେ ଉଲ୍ଲେଖ ଅଛି । ଶ୍ରୀମଦ୍ ଭାଗବତ ମହାପୁରାଣ ଅନୁସାରେ ଭଗବାନ ବିଷ୍ଣୁ ପୃଥିବୀରୁ ଅଧର୍ମର ବିନାଶ କରିବା ନିମନ୍ତେ କଳକୀ ଅବତାର ଧାରଣ କରି ଆସି ମାତ୍ର ୩ ଦିନରେ କଳିଯୁଗର ଶେଷ କରିଦେବେ । ଏହା ଭଗବାନ୍ ବିଷ୍ଣୁଙ୍କ ଅନ୍ତିମ ଅବତାର ହେବ ।

ପାପ ଯୁଗର ଶେଷ କରି ଭଗବାନ୍ ଆଉ ଥରେ ଧର୍ମର ସ୍ଥାପନା କରିବେ । ଭଗବାନଙ୍କ ଅବତାର ନେବା ପୂର୍ବରୁ କିଛି ଏପରି ଲକ୍ଷଣ ଦେଖାଯିବ ଯାହା ଅସାମାନ୍ୟ ଅଟେ । ଏହି ଲକ୍ଷଣ ଗୁଡ଼ିକ ପୃଥିବୀରେ ବଢୁଥିବା ପାପର ଚରମ ସୀମାର ସଂକେତ ଦେବେ । ଆସନ୍ତୁ ଜାଣିବା ଶ୍ରୀମଦ୍ ଭାଗବତ ମହାପୁରାଣ ରେ ଉଲ୍ଲେଖ ଥିବା ଏହିପରି ୬ଟି ସଂକେତ ବିଷୟରେ ।

୧- ପ୍ରଥମ ସଂକେତ ହେଉଛି ଲୋକମାନେ ସବୁ ସମୟରେ ଭୋକ ତୃଷା ଓ ଅନ୍ୟ ପ୍ରକାର ଚିନ୍ତାରେ ବୁଡି ରହିବେ । ଲୋକଙ୍କ ଶରୀରରେ ବିଭିନ୍ନ ପ୍ରକାରର ରୋଗ ଦେଖାଯିବ ଓ ମନୁଷ୍ୟ ମାନେ ଅଧିକ ରୁ ଅଧିକ କେବଳ ୨୦-୩୦ ବର୍ଷ ପର୍ଯ୍ୟନ୍ତ ବଞ୍ଚିବେ ।

୨- ଦ୍ଵିତୀୟ ସଂକେତ ହେଉଛି ପୃଥିବୀରେ ଥିବା ନଦୀ ଗୁଡ଼ିକ ଶୁଖିଯିବେ । ପୃଥିବୀ ଜଳହୀନ ହେବା କାରଣରୁ ସମ୍ପୂର୍ଣ୍ଣ ସୃଷ୍ଟିରେ ହାହାକାର ଦେଖାଯିବ । ଅକାଳ ଯୋଗୁଁ ସମସ୍ତ ଗଛ ପତ୍ର ଶୁଖିଯିବେ ।

୩ ତୃତୀୟ ସଂକେତ ହେଉଛି ପତି ପତ୍ନୀ ବ୍ୟଭିଚାରୀ ହୋଇଯିବେ । ସେମାନେ ନିଜ ଜୀବନସାଥି ଙ୍କୁ ଛାଡି ଅନ୍ୟ ସ୍ତ୍ରୀ ବା ପୁରୁଷଙ୍କ ସହ ସମ୍ବନ୍ଧ ରଖିବେ । ବିନା ବିବାହରେ ବି ଲୋକ ସାଥିରେ ରହିବାକୁ ଲାଗିବେ ଓ ସଂପର୍କ ଗୁଡିକରେ କିଛି ସୀମା ରହିବ ନାହିଁ ।

୪- ଚତୁର୍ଥ ସଂକେତ ହେଉଛି ତୀର୍ଥ ସ୍ଥଳ ଗୁଡିକରେ ଧର୍ମ ଓ ପବିତ୍ରତା ଜାଗାରେ ଅଧର୍ମ ଓ ଅପବିତ୍ରତାର କାର୍ଯ୍ୟ ହେବାକୁ ଲାଗିବ । ସେଠାରେ ଦେବ ପୂଜାପାଠ ନ ହୋଇ ଅନାଚାର ହେବାକୁ ଲାଗିବା । ସମସ୍ତ ଧର୍ମ ସ୍ଥାନ ଗୁଡ଼ିକ ଧନ ଉପାର୍ଜନ ସଂସ୍ଥାରେ ପରିବର୍ତ୍ତନ ହୋଇଯିବେ ।

୫- ପଞ୍ଚମରେ ଲୋକ ନିଜର ଛୋଟ ଛୋଟ ସ୍ବାର୍ଥ ପାଇଁ ବେଇମାନି ଓ ହତ୍ୟା ପରି ଅପରାଧ କରିବେ । ମନୁଷ୍ୟ ଙ୍କ ଜୀବନର କିଛି ମୂଲ୍ୟ ରହିବ ନାହିଁ । ସମସ୍ତେ ସମ୍ପତ୍ତି ଅର୍ଜନ ପାଇଁ ଅନୈତିକତା ର ରାସ୍ତା ଆପଣେଇବେ । ଏହିପରି ମନୁଷ୍ୟ ଜାତିର ପତ୍ତନ ହେବାକୁ ଲାଗିବ ।

୬- ଷଷ୍ଠ ବା ଶେଷ ସଂକେତ ହେଉଛି ସବୁ ଆଡ଼େ ଧର୍ମ ରୂପରେ ଅଧର୍ମର ପୂଜା ହେବାକୁ ଲାଗିବ । ସ୍ଵୟଂ ସ୍ବାର୍ଥ ପୂରଣ ହିଁ ସବୁଠୁ ବଡ଼ ଧର୍ମ ହୋଇଯିବ । ଧର୍ମକୁ ମାନୁଥିବା ଲୋକମାନେ ପ୍ରାୟ ଶେଷ ହୋଇଯିବେ ଓ ପ୍ରତ୍ୟେକ ନାସ୍ଥିକତା କୁ ସ୍ବୀକାର କରିବେ ।

ଏହି ସବୁରୁ ବହୁତ କଥା ଶୁଣିଲେ ଆଜି ଆଶ୍ଚର୍ଯ୍ୟ ଲାଗୁନାହିଁ । କିନ୍ତୁ କଳିଯୁଗ ର ଶେଷକୁ ଏବେ ବି ଅନେକ ବର୍ଷ ବାକି ଅଛି । କଳିଯୁଗର ଶେଷ ହେବା ସମୟକୁ ଏହି ସମସ୍ତ ପାପ ନିଜର ଚରମ ସୀମାରେ ପହଞ୍ଚିଯିବ । ତା ପରେ ଭଗବାନ୍ ବିଷ୍ଣୁ କଳକୀ ଅବତାର ଧାରଣ ପୃଥିବୀକୁ ଆସିବେ । ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।