Chanakya Niti- ଜୀବନ ବିଷୟରେ 10 ସବୁଠୁ ଶ୍ରେଷ୍ଠ ଶିକ୍ଷା, ଯାହା ଆପଣଙ୍କୁ ଭିତରୁ କରିବ ମଜବୁତ, ଯାହା କରିବେ ସବୁଥିରେ ହେବେ ସଫଳ

ଅନେକ ସମୟରେ ଆମେ ଅନ୍ୟ ବ୍ୟକ୍ତିଙ୍କ ବିଷୟରେ, ଅତୀତ ଓ ଭବିଷ୍ୟତ ବିଷୟରେ ଚିନ୍ତା କରି ଦୁଃଖିତ ହୋଇପଡୁ । ଯାହା କି ଆମ ହାତରେ ନ ଥାଏ । ଯେତେ ଆପଣ ଏହି ସବୁରୁ ଚିନ୍ତାମୁକ୍ତ ରହିବେ ସେତେ ଖୁସି ସହ ଆପଣଙ୍କ ସମ୍ବନ୍ଧ ମଜବୁତ ହେବ ତଥା ଆପଣ ଜୀବନରେ ସେତେ ଖୁସି ରହିବେ । ସେଥିପାଇଁ ଯେତେ ସମ୍ଭବ ସେତେ ଫାଲତୁ ଚିନ୍ତା ଓ ଗପସପ ରୁ ନିଜକୁ ଦୁରେଇ ରଖନ୍ତୁ । ଆସନ୍ତୁ ଏହିପରି କେତୋଟି କଥା ଶିଖିବା ।

*ଶୁଆ ଟିଏ ବହୁତ କଥା କୁହେ କିନ୍ତୁ ଦୁଃଖ ର ବିଷୟ କି ସେ ପିଞ୍ଜରାରେ ବନ୍ଦୀ ହୋଇ ଥାଏ । କିନ୍ତୁ ବାଜ ପକ୍ଷୀ ର ନୀରବତା ତାକୁ ବାଦଲ ଠାରୁ ମଧ୍ୟ ଉପରକୁ ନେଇଯାଏ । ସେଥିପାଇଁ କଥା ଠାରୁ କାର୍ଯ୍ୟର ମୂଲ୍ୟ ଅଧିକ ରହିଛି । କେବଳ କଥା ନୁହେଁ କିନ୍ତୁ କାର୍ଯ୍ୟରେ କରି ଦେଖାନ୍ତୁ । ଏଥପାଇଁ ପ୍ରୟାସ ଜାରି ରଖନ୍ତୁ । କାର୍ଯ୍ୟର ଶବ୍ଦ ଆପଣଙ୍କ କଥା ଠାରୁ ଅଧିକ ଭାରି ଅଟେ ।

*ଯେପରି ପ୍ରକାରେ ଯେ କୌଣସି ବି କାର୍ଯ୍ୟ କରନ୍ତୁ ନା କାହିଁକି କିନ୍ତୁ ନିଜ ମନୋବଳ ସବୁବେଳେ ଦୃଢ ରଖନ୍ତୁ । ଏପରି ନ ହେଉ କି କେହି ଆପଣଙ୍କୁ ନୀଚ ଦେଖାଇଲେ ଆପଣଙ୍କ ଆତ୍ମବିଶ୍ୱାସ ଶେଷ ହେଇଯାଉ । ଏହା ସତ କି ଲୋକଙ୍କ କଥା ଆମ ମନରେ ଘା କରି ଦିଏ । କିନ୍ତୁ ଆପଣ କ’ଣ ଅଟନ୍ତି କେବଳ ଆପଣ ହିଁ ଜାଣିଛନ୍ତି । ଲୋକମାନେ କେବଳ ବାହ୍ୟ ବିଷୟ ଦେଖି ବିଚାର କରନ୍ତି । କେବେ କେହି ଯଦି ନଡ଼ିଆକୁ ଭାଙ୍ଗି ନ ଥାନ୍ତା, ତେବେ ଆଜି ଯାଏ ଲୋକେ ତାକୁ କେବଳ ପଥର ବୋଲି ହିଁ ଭାବୁଥାନ୍ତେ ।

*ଜୀବନରେ ନିଜ ପାଇଁ ବଞ୍ଚିବା ଶିଖନ୍ତୁ । କେଉଁ ବ୍ୟକ୍ତି ଆପଣଙ୍କୁ ନଜରଅନ୍ଦାଜ କଲେ ତାଙ୍କ ଠୁ ଦୁରେଇ ରୁହନ୍ତୁ, କେଉଁ କାର୍ଯ୍ୟରେ ମନ ନ ଲାଗିଲେ ନୂଆ କାର୍ଯ୍ୟ କରନ୍ତୁ, ପାଠ ପଢ଼ାରେ ମନ ନ ଲାଗିଲେ ଅନ୍ୟ କାହାଠୁ ବୁଝିବାକୁ ଚେଷ୍ଟା କରନ୍ତୁ । ଏହିପରି ନିଜ ଖୁସି କୁ ସବୁବେଳେ ଗୁରୁତ୍ୱ ଦିଅନ୍ତୁ । ଏହାଦ୍ୱାରା ଆପଣଙ୍କ ଜୀବନ ଆପେ ସୁନ୍ଦର ହୋଇଯିବ ।

 

*ବିତି ଯାଇଥିବା କୌଣସି ବିଷୟ ପାଇଁ ପଶ୍ଚାତାପ କରି ବଞ୍ଚନ୍ତୁ ନାହିଁ । ଆପଣଙ୍କ ହାତରୁ କେଉଁ ସୁଯୋଗ ଚାଲିଗଲେ, କିଏ ଆପଣଙ୍କୁ ପରିତ୍ୟାଗ କଲେ କିମ୍ବା ଆପଣଙ୍କ ପ୍ରିୟ ବସ୍ତୁ ହଜିଗଲେ ସେହି ବିଷୟ ଗୁଡ଼ିକ ଭାଳି ହେବ ବନ୍ଦ କରି ଦିଅନ୍ତୁ । ଆପଣ ନିଜର ଭୁଲ ବୁଝି ପାରିଛନ୍ତି ସେତିକି ଯଥେଷ୍ଟ ଅଟେ । କାରଣ ସବୁ ସମୟରେ ସବୁ କଥା ଆମ ହାତରେ ନ ଥାଏ । ନିଜ ଭୁଲ ବୁଝି ଆଗକୁ ବଢିବା ହିଁ ସବୁଠୁ ବଡ ବିଷୟ ।

*କେବେ ମଧ୍ୟ କାହାର କୃତଜ୍ଞତା ଜ୍ଞାପନ କରିବାରେ ହେଳା କରନ୍ତୁ ନାହିଁ । କେହି ଛୋଟ ବଡ କିଛି ବି ସାହାଯ୍ୟ କରିବାକୁ ଆଗେଇ ଆସିଲେ ତାଙ୍କୁ ନିଶ୍ଚୟ ଧନ୍ୟବାଦ ଜଣାନ୍ତୁ । କାରଣ ଦୁନିଆରେ ତାମସା ଦେଖିବା ଲୋକ ବହୁତ ଥାଆନ୍ତି ମାତ୍ର ସାହାଯ୍ୟକାରୀ ବହୁତ କମ । ସେଥିପାଇଁ ଧନ୍ୟଵାଦୀ ହେବାରେ ପଛକୁ ହଟିବା ଉଚିତ ନୁହେଁ ।

*ଶେଷରେ ଆପଣଙ୍କ କଥା ଏକ ଚାବି ପରି ଅଟେ । ଯାହା କେଉଁ ବି ତାଲାକୁ ଖୋଲିପାରେ କିମ୍ବା ବନ୍ଦ କରିପାରେ । ସେଥିପାଇଁ ଭାବିଚିନ୍ତି କଥା କୁହନ୍ତୁ । ଲୋକମାନେ ଆପଣଙ୍କ ବ୍ୟକ୍ତିତ୍ୱ ସହ ଆପଣଙ୍କ କଥାବାର୍ତ୍ତା ଯୋଗୁ ହିଁ ଆପଣଙ୍କ ପ୍ରତି ଆକର୍ଷିତ ହୁଅନ୍ତି । ଯଦି ଆପଣଙ୍କ କଥାବାର୍ତ୍ତା ଠିକ୍ ଥାଏ ତେବେ ଆପଣ କିପରି ଦିଶୁଛନ୍ତି ତାହା ଫରକ୍ ପଡେନାହିଁ । ସେଥିପାଇଁ ନିଜ କଥାବାର୍ତ୍ତା ଶୈଳୀର ସବୁଠୁ ଅଧିକ ଧ୍ୟାନ ରଖନ୍ତୁ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।