Health Tips- ଦହିରେ ଅଧା ଚାମଚ ମିଶେଇ ଖାଇ ଦିଅନ୍ତୁ ଏହି ଜିନିଷ, ମୋଟାପା ଦୂର କରିବାର ସବୁଠୁ ସହଜ ଉପାୟ

ଦହିରେ କାଲସିୟମ ଓ ଭିଟାମିନସ୍ ସହ ଆହୁରି ଅନେକ ପୋଷକତତ୍ତ୍ୱ ଭରପୁର ଭାବେ ରହିଛି, ଯାହା ଆମ ଶରୀର ପାଇଁ ନିହାତି ଆବଶ୍ୟକ ଅଟେ । ଦହି ଆମକୁ ପତଳା କରିବାରେ ଓ ଓଜନ ହ୍ରାସ କରାଇବାରେ ବହୁତ ଅଧିକ ସାହାଯ୍ୟ କରିଥାଏ । ଦହି ଆମର ପାଚନକ୍ରିୟା ପାଇଁ ମଧ୍ୟ ବହୁତ ଉପଯୋଗୀ ଅଟେ । ଆଜି ଆମେ ଜାଣିବା ଦହିର ଉପକାରିତା ଓ ଏହା ସହ କ’ଣ ମିଶାଇ ଖାଇଲେ ଶୀଘ୍ର ଓଜନ ହ୍ରାସ କରିବାରେ ଏହା ସହାୟକ ହୋଇଥାଏ ।

ପ୍ରତିଦିନ ଅତି କମ୍ ରେ ଏକ ଚାମୁଚ ଦହି ଖାଇଲେ ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ । କାରଣ ଦହିରେ ଥିବା ବ୍ୟାକ୍ଟେରିଆ ଆମ ରୋଗ ପ୍ରତିରକ୍ଷା ପ୍ରଣାଳୀରେ ବହୁତ ଭଲ କାମ କରେ । ଦହିରେ ଭରପୁର ମାତ୍ରରେ କ୍ଯାଲସିୟମ୍ ଓ ଫସଫରସ୍ ରହିଛି, ଯାହା ଆମ ହାଡ ଓ ଦାନ୍ତ କୁ ମଜବୁତ କରିଥାଏ ।

ଏଥିରେ ଅଧିକ ମାତ୍ରାରେ କ୍ୟାଲସିୟମ୍ ଥିବା ହେତୁ ଏହା ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ । ଦହି ଟେନସନ୍ ଦୂର କରିବାରେ ମଧ୍ୟ ସାହାଯ୍ୟ କରେ । ଆଉ ମଧ୍ୟ ଦହି ଶରୀରକୁ ତୁରନ୍ତ ଶକ୍ତି ଯୋଗାଇଥାଏ । ହାଲିଆ କିମ୍ବା ଦୁର୍ବଳ ଅନୁଭବ କରୁଥିଲେ ଦହି ଖାଇଲେ ତୁରନ୍ତ ବଳ ମିଳିଥାଏ ।

ଦହି ସହ ମିଶାଇବା ସାମଗ୍ରୀ ଟି ହେଉଛି ଡାଲଚିନି । ଏହା ଆମ ରୋଷେଇ ଘରେ ସବୁବେଳେ ଉପଲବ୍ଧ ଥାଏ । ଡାଲଚିନି ଆଣ୍ଟି-ଅକ୍ସିଡାଣ୍ଟ ଓ ଆଣ୍ଟି-ବାୟୋଟିକ୍ ଅଟେ ଓ ଆମ ସ୍ବାସ୍ଥ୍ୟ ପାଇଁ ବହୁତ ଉପକାରୀ ଅଟେ । ଖାସ୍ କରି ମୋଟା ଲୋକମାନେ ଡାଲଚିନି ସେବନ କରିବା ନିହାତି ଆବଶ୍ୟକ ।

କେବଳ ଏତିକି ନୁହେଁ, ଡାଲଚିନି ଆମ ତ୍ଵଚା ପାଇଁ ମଧ୍ୟ ବହୁତ ଲାଭଜନକ ଅଟେ । ଦାଗ ହେବା, କୁଣ୍ଡାଇ ହେବା ଆଦି କୁ ଏହା ଭଲ କରେ । ଏହାର ଠିକ୍ ମାତ୍ରାରେ ସେବନ କଲେ ଏହା ଆଣ୍ଠୁ ଗଣ୍ଠି ବ୍ୟଥା ଓ ଥଣ୍ଡା ସର୍ଦ୍ଦି ମଧ୍ୟ ଭଲ କରିବାରେ ସହାୟକ ହୋଇଥାଏ । ଏପରିକି କ୍ୟାନସର ରୋଗ ପାଇଁ ମଧ୍ୟ ଏହା ଲାଭଦାୟକ ଅଟେ ।

ଏହି ପ୍ରକ୍ରିୟା ଅନୁଯାୟୀ ଡାଲଚିନି କୁ ପ୍ରଥମେ ଗୁଣ୍ଡ କରି ନିଅନ୍ତୁ । ଏହା ସହଜରେ ଗ୍ରାଇଣ୍ଡର ରେ ପେଶି ହୋଇଯିବ ଓ ଏହି ଗୁଣ୍ଡକୁ ଦୀର୍ଘ ଦିନ ପର୍ଯ୍ୟନ୍ତ ଆପଣ ରଖି ବ୍ୟବହାର କରିପାରିବେ । ଏକ ଗିନାରେ ଦହି ନେଇ ସେଥିରେ ଏହି ଡାଲଚିନି ଗୁଣ୍ଡ କୁ ଅଧା ଚାମୁଚ ମିଶାଇ ଦିଅନ୍ତୁ ଓ ଦିନର ଯେ କୌଣସି ସମୟରେ ମଧ୍ୟ ଆପଣ ଏହା ଖାଇ ପାରିବେ ।

ରାତ୍ରି ସମୟରେ ଦହି ଖାଆନ୍ତୁ ନାହିଁ । ଡାଲଚିନି ଆମ ଚର୍ବି କୁ ତରଳାଇ ବାରେ ବହୁତ ଉପଯୋଗୀ ଅଟେ । ଏହା ସହ ଆପଣଙ୍କୁ ଡାଏଟ୍ ଉପରେ ମଧ୍ୟ ଧ୍ୟାନ ଦେବାକୁ ପଡ଼ିବ । ଅଧିକ ତେଲ ରେ ଛଣା ଛଣି ଖାଦ୍ୟ ଭୋଜନ କରନ୍ତୁ ନାହିଁ । ଆଉ ମଧ୍ୟ ଦିନରେ ଅତି କମ୍ ରେ ୧୫ମିନିଟ୍ ର ବ୍ୟାୟାମ କରନ୍ତୁ । ଏପରି କଲେ ଏହା ଆହୁରି ଶୀଘ୍ର କାମ କରିବ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।