କାଜୁ ବିକ୍ରିକରି ଘର ଚଲାଉ ଥିବା ଜୟଲକ୍ଷ୍ମୀ ଯିବେ ନାସା, ଲୋକମାନେ ଚାନ୍ଦା କରି ଦେଲେ ଟିକେଟ ପାଇଁ ପଇସା

କାଜୁ ବିକ୍ରି କରୁଥିବା ଜୟଲକ୍ଷ୍ମୀ ବର୍ତ୍ତମାନ ଆମେରିକାର ଅନ୍ତରିକ୍ଷ ଏଜେନ୍ସି ଯାଇ ନିଜ ସ୍ଵପ୍ନ ପୁରା କରି ପାରିବେ । ଏକ ଅନଲାଇନ ପରୀକ୍ଷାରେ ତାଙ୍କର ଏହି ସ୍ଵପ୍ନ ପୂରଣ ହେବାକୁ ଯାଉଛି । ତାଙ୍କର ଏହି ସ୍ଵପ୍ନ ପୂରଣ କରିବା ପାଇଁ ଲୋକମାନେ ଟିକେଟ ପାଇଁ ଚାନ୍ଦା ଆଦାୟ କରୁଛନ୍ତି । ସେ ୨୦୨୦ ମେ ମାସରେ ନାସା ଯିବେ । କେବଳ ଏତିକି ନୁହେଁ ବର୍ତ୍ତମାନ ତାକୁ ଭାରତୀୟ ଅନ୍ତରିକ୍ଷ ଅନୁସନ୍ଧାନ ସଂଗଠନ(ଇସରୋ)କୁ ଯିବାର ମଉକା ମଧ୍ୟ ମିଳିବ ।

ଜୟଲକ୍ଷ୍ମୀଙ୍କ ମତରେ, ସେ ଏକ କ୍ୟାରମ ମ୍ୟାଚର ଅଭ୍ୟାସ କରୁଥିଲେ । ଏହା ଦ୍ଵାରା ସାମ୍ନାରେ ଥିବା ବୋର୍ଡରେ ଲଗାଯାଇଥିବା ସମାଚାର ପତ୍ରର ଷ୍ଟୋରି ପଢିଲେ । ସେଥିରେ ଥାସନେମ ପୂର୍ବ ବର୍ଷ ନାସା ଯାଇଥିବାର ପଢିଲେ । ଏହା ତାଙ୍କୁ ବହୁତ ପ୍ରେରଣା ଦେଇଥିଲା ।

ସେଥିପାଇଁ ସେ ତତ୍କାଳୀନ ଏହି ଅନ୍ଲାଇନ ପରୀକ୍ଷା ପାଇଁ ନିଜର ନାମ ପଞ୍ଜୀକରଣ କରାଇଥିଲେ । ହେଲେ ଜୟଲକ୍ଷ୍ମୀ ଇଂରାଜୀ ଜାଣିନଥିଲେ । ସେ ତଥାପି ଗୋଟିଏ ମାସ ପର୍ଯ୍ୟନ୍ତ ରାତି ଦିନ ଏକ କରି ଇଂରାଜୀର ଅଭ୍ୟାସ କରିଥିଲେ ଓ ପରୀକ୍ଷାରେ ଗ୍ରେଡ ୨ ଆଣି ନାସା ଯିବାର ସ୍ଵପ୍ନକୁ ପୂରଣ କରିଥିଲେ ।

ଜୟଲକ୍ଷ୍ମୀଙ୍କୁ ନାସା ଯିବାର ମଉକା ମିଳିଯାଇଥିଲା, କିନ୍ତୁ ତାଙ୍କୁ ଆବଶ୍ୟକ ଥିଲା ୧.୬୯ ଲକ୍ଷ ଟଙ୍କା । ଏତିକି ଟଙ୍କା ତାଙ୍କୁ ୨୭ ଡିସେମ୍ବର ମଧ୍ୟରେ ଜମା କରିବାର ଥିଲା । ଜୟଲକ୍ଷ୍ମୀ ଟଙ୍କା ପାଇଁ ସୋସିଆଲ ମିଡିଆ ଜରିଆରେ ଅପିଲ କଲେ ଓ ପୁଦୁକୋର୍ଟର ଜିଲ୍ଲା ଅଧିକାରୀ ପି ଉମା ମାହେଶ୍ଵରୀଙ୍କ ସହ ଦେଖା କରି ସାହାର୍ଯ୍ୟର ଗୁହାରି କରିଥିଲେ ।

ଜୟଲକ୍ଷ୍ମୀଙ୍କ କହିବା ଅନୁଯାୟୀ ତାଙ୍କ ପିତା ଘରଠୁ ଦୂରରେ ରୁହନ୍ତି ଓ କେବେ କେବେ ଟଙ୍କା ପଠାନ୍ତି । ତାଙ୍କର ଶିକ୍ଷକ ଓ ସାଙ୍ଗମାନେ ପାସପୋର୍ଟ ପାଇଁ ଟଙ୍କା ଦେଇଥିଲେ । ପାସପୋର୍ଟ ଅଧିକାରୀ ମଧ୍ୟ ୫୦୦ଟଙ୍କାର ସାହାର୍ଯ୍ୟ କରିଥିଲେ ।

ଏହାପରେ ଜିଲ୍ଲାଧିକାରୀଙ୍କ କହିବା ଅନୁସାରେ ଓଏନଜିସି ର ଅଧିକାରୀମାନେ ନିଜ ବେତନରୁ ୬୫ ହଜାର ଟଙ୍କାର ସାହାର୍ଯ୍ୟ କରିଥିଲେ । ସୋସିଆଲ ମିଡିଆରେ ଅପିଲ କରିଥିବାରୁ ତାଙ୍କୁ କିଛିଟା ସାହାର୍ଯ୍ୟ ମିଳିଥିଲା । ଶେଷରେ ସେ ପୁରା ଟଙ୍କା ଏକଜୁଟ କରିବାରେ ସଫଳ ହୋଇଥିଲେ ।