ନୂଆ ବର୍ଷ ପୂର୍ବରୁ ଘରକୁ ନେଇଆସନ୍ତୁ ଏହି ସବୁ ବିଶେଷ ଜିନିଷ, ମହାଲକ୍ଷ୍ମୀଙ୍କ କୃପାରୁ ହେବ ଧନବର୍ଷା, ସବୁ କ୍ଷେତ୍ରରେ ହେବ ଉନ୍ନତି

ଯେତେବେଳେ ପୁରୁଣା ବର୍ଷ ଶେଷ ହୁଏ ଓ ନୂଆବର୍ଷ ଆସିଥାଏ, ସବୁ ମଣିଷ ଚାହାଁନ୍ତି ତାଙ୍କର ଏହି ନୂଆବର୍ଷଟି ଭଲ ରହୁ । ନୂଆ ବର୍ଷରେ ତା’ର ବହୁତ ସମୃଦ୍ଧି ହେଉ ଓ ତା’ର ଭାଗ୍ୟ ତା ସାଥିରେ ରହୁ । ଯେମିତି କି ଆପଣ ଜାଣିଛନ୍ତି ପୁରୁଣା ବର୍ଷ ସରିବା ପାଇଁ ଆଉ କିଛି ଦିନ ହିଁ ବାକି ଅଛି । ଯଦି ଆପଣ ନୂଆ ବର୍ଷରୁ ନିଜ ଭାଗ୍ୟକୁ ମଝବୁତ କରିବା ପାଇଁ ଚାହୁଁଛନ୍ତି ତାହେଲେ ନୂଆବର୍ଷ ହେବା ପୂର୍ବରୁ ଘରକୁ କିଛି ବିଶେଷ ଜିନିଷ ନେଇ ଆସନ୍ତୁ ।

ଆସନ୍ତୁ ଜାଣିବା ନୂଆବର୍ଷ ଆସିବା ପୂର୍ବରୁ କେଉଁ ସବୁ ବିଶେଷ ଜିନିଷ ଆଣିବେ ନିଜ ଘରକୁ


ଗୋମତୀ ଚକ୍ର

ଅଧିକାଂଶ ଲୋକ ଜାଣିଥିବେ କି, ଗୋମତୀ ଚକ୍ର ଧନର ଦେବୀ ମା’ ଲକ୍ଷ୍ମୀଙ୍କର ପ୍ରତୀକ ଅଟେ । ଯଦି ଆପଣ ଏହାକୁ ନିଜ ଘରେ ରଖନ୍ତି ତାହେଲେ ଶତୃ ବାଧା ଦୂର ହେବ । ଯଦି ଆପଣ ଏହାକୁ ଆଣି ସିନ୍ଦୁର ଡବାରେ ରଖିବେ ତାହେଲେ, ମା’ ଲକ୍ଷ୍ମୀଙ୍କର କୃପା ରହିବ ଓ ଘରେ ସୁଖ ସମୃଦ୍ଧି ଭରିଯିବ ।

ମୟୁର ପଙ୍ଖ

ଯଦି ଆପଣ ନୂଆବର୍ଷ ଆସିବା ପୂର୍ବରୁ ନିଜ ଘରେ ମୟୁର ପଙ୍ଖ ଆଣି ରଖିବେ ତେବେ ଦେଖିବେ ଆପଣଙ୍କ ଘରେ ବହୁତ ଶୁଭ ଓ ଚମତ୍କାର ପ୍ରଭାବ ପଡିବ । ମୟୁର ପଙ୍ଖକୁ ଭାଗ୍ୟ ବୃଦ୍ଧିର ପ୍ରତୀକ ମାନିଥାନ୍ତି । ସେଥିପାଇଁ ଏହାକୁ ଘରେ ରଖିଲେ ଭାଗ୍ୟ ମାର୍ଗରେ ଆସୁଥିବା ବାଧା ଗୁଡିକ ଦୂର ହୋଇଥାଏ । କିନ୍ତୁ ଏହି କଥାର ଧ୍ୟାନ ରଖିବେ କି ଆପଣଙ୍କୁ ମୟୁର ପଙ୍ଖର ଗୁଛା ନୁହେଁ କେବଳ ଗୋଟିଏ ମୟୁର ପର ରଖିବାର ଅଛି ।

ଚାନ୍ଦିର ହାତୀ

ଯଦି ଆପଣ ନୂଆ ବର୍ଷ ପୂର୍ବରୁ ଚାନ୍ଦିର ହାତୀ ଆଣି ଘରେ ରଖିବେ ତେବେ ଆପଣ ନିଜ ଘରେ ଚମତ୍କାରୀ ପ୍ରଭାବ ଦେଖିବେ । ଜ୍ୟୋତିଷ୍ୟ ଶାସ୍ତ୍ର ଅନୁସାରେ ଘରେ ଏହାକୁ ରଖିଲେ ରାହୁ ଓ କେତୁର ପ୍ରଭାବ ପଡି ନଥାଏ ।

ଶୁଆର ଚିତ୍ର ବା ମୂର୍ତ୍ତି

ବାସ୍ତୁ ଶାସ୍ତ୍ର ଅନୁସାରେ ଯଦି ଆପଣ ଶୁଆର ମୂର୍ତ୍ତି ବା ଚିତ୍ରକୁ ନିଜ ଘରର ଉତ୍ତର ଦିଗରେ ଲଗାଇବେ ତେବେ ଏହା ଦ୍ଵାରା ଶୁଭଫଳ ମିଳିଥାଏ । ଯଦି ଆପଣ ଏହାକୁ ପିଲାଙ୍କର ଷ୍ଟଡି ରୁମରେ ରଖିବେ ତେବ ପିଲାଙ୍କର ସ୍ମରଣ ଶକ୍ତି ମଧ୍ୟ ବଢିବ ।

ଧାତୁର କଇଁଛ

ଯଦି ଆପଣ ନୂଆବର୍ଷ ପୂର୍ବରୁ ଧାତୁର କଇଁଛ ଆଣି ଘରେ ରଖିଦବେ ତେବେ ଆପଣକୁ ଶୁଭଫଳ ମିଳିବ । ଆପଣ ଚାହିଁଲେ ପିତଳର ମଧ୍ୟ ଆଣି ପାରିବେ ।