ଝିଅର ବିବାହ ପରେ ସବୁ ପିତାଙ୍କୁ କହିବା ଉଚିତ ଏହି ୮ଟି କଥା

କୌଣସି ବି ଝିଅ ପାଇଁ ତାହାର ପିତା ହିଁ ହିରୋ ଓ ବେସ୍ଟ ଫ୍ରେନ୍ଡ ହୋଇଥାଏ । ଯେତେବେଳେ ବି ତାକୁ କୌଣସି ଉପଦେଶ, ସପୋର୍ଟ, ପ୍ରେରଣା ଦରକାର ହୋଇଥାଏ ତେବେ ପିତା ବହୁତ କାମରେ ଆସିଥାନ୍ତି । ପିତାଙ୍କ ଦ୍ଵାରା ଦିଆଯାଇଥିବା ଜ୍ଞାନ ଜୀବନରେ ବହୁତ ସାହାର୍ଯ୍ୟ କରିଥାଏ । କିନ୍ତୁ ଯେତେବେଳେ ଝିଅର ବିବାହ ହୋଇଥାଏ ତେବେ ଦୁଇ ଜଣ ଅଲଗା ହୋଇ ଯାଆନ୍ତି । ଏମିତିରେ ଝିଅ ଚାହେଁ କି ଶଶୁର ଘର ଯିବା ପରେ ବି ସେ ନିଜର ପିତାର ନାମକୁ ଉଜ୍ଜ୍ଵଳ କରିବ । ଏମିତିରେ ଯେତେବେକେ ଝିଅର ବିବାହ ହୋଇଥାଏ ତେବେ ସବୁ ପିତାଙ୍କୁ ନିଜ ଝିଅକୁ କିଛି ଶିଖାଇବା ଉଚିତ ଓ କିଛି ଉପଦେଶ ଦେବା ବି ଉଚିତ ।

୧. ନିଜର ସ୍ଵାମୀଙ୍କୁ ବଦଳାଇବାକୁ ଚେଷ୍ଟା କରନ୍ତୁ ନାହିଁ । ସେ ଯେମିତି ଅଛନ୍ତି ତାଙ୍କୁ ସେମିତି ରହିବାକୁ ଦିଅନ୍ତୁ । ଯଦି ତୁମେ ତାଙ୍କୁ ସମ୍ମାନ ଦେବ ତେବେ ସେ ବି ତୁମକୁ ସମ୍ମାନ ଦେବେ ।

୨. ସବୁବେଳେ ନିଜର ଇଜ୍ଜତ କର । ଯଦି ତୁମେ ନିଜକୁ ହିଁ ସମ୍ମାନ କରିବ ନାହିଁ ତେବେ ତୁମର ସ୍ଵାମୀ ବି ତୁମକୁ ଇଜ୍ଜତ ଦେବେ ନାହିଁ । ସେଥିପାଇଁ ସବୁବେଳେ ମଝବୁତ ରୁହ ଓ ନିଜ ଉପରେ ବିଶ୍ଵାସ ରଖ ।

୩. ସମସ୍ୟାକୁ ଦେଖି କେବେ ଡରି ଯାଅ ନାହିଁ । ଜୀବନରେ ଦୁଃଖ ବି ଆସିଥାଏ, ଏମିତିରେ ସେଥିରୁ ହାର ମାନିବା ପରିବର୍ତ୍ତେ ତାହାର ସାମ୍ନା କର ଓ ବାହାଦୁରି ସହ ସମସ୍ୟାର ସମାଧାନ କର ।

୪. ସବୁବେଳେ ନିଜ ମନ କଥା ଶୁଣ । ବିବାହ ପରେ ତୁମକୁ ଏମିତି ବହୁତ ନିର୍ଣ୍ଣୟ ନେବାକୁ ପଡିପାରେ ଯାହା ଅନ୍ୟମାନଙ୍କୁ ପସନ୍ଦ ଆସିବ ନାହିଁ । ଏମିତିରେ ତାଙ୍କ ସହିତ ଝଗଡା କରିବା ପରିବର୍ତ୍ତେ ତାଙ୍କୁ ଭଲରେ ବୁଝାଅ ।

୫. ନିଜର ସଂସ୍କାରକୁ କେବେ ବି ଭୁଲିବ ନାହିଁ । ମାତା ପିତା ତୁମକୁ ଯାହା ଶିଖାଇଛନ୍ତି ତାହାର ପାଳନ କରିବା ଉଚିତ । ଯେଉଁ ଜିନିଷ ନୈତିକ ରୂପରେ ଠିକ ତାହା ହିଁ କର । କୌଣସି ଏମିତି କାମ କର ନାହିଁ ଯେଉଁଥିରେ ତୁମେ ନିଜ ନଜରରେ ହିଁ ତଳକୁ ଖସିଯିବ ।

୬. ତୁମର ସ୍ଵାମୀ ଯଦି ତୁମ ଠାରୁ ଅଧିକ ନିଜ ମା’କୁ ମହତ୍ଵ ଦେଉଛନ୍ତି ତେବେ ଏହା ଏକ ସାଧାରଣ କଥା ଅଟେ । ଏଥିପାଇଁ ଟେନସନ ନେବା ଉଚିତ ନୁହେଁ ଓ ତୁମେ ବି ତାଙ୍କ ମା’ଙ୍କର ପାଖାପାଖି ହେବାକୁ ଚେଷ୍ଟା କର ।

୭. ବିବାହ ପରେ ତୁମେ ନିଜର ଶଶୁର ଘରର ସେହିପରି ଧ୍ୟାନ ରଖ ଯେମିତି ତୁମେ ନିଜର ପିତା ମାତାଙ୍କର ଧ୍ୟାନ ରଖୁଥିଲ । ଏହିଭଳି ଭାବରେ ତୁମର ତାଙ୍କ ସହିତ ଏକ ଭଲ ସମ୍ପର୍କ ଗଢି ଉଠିବ ।

୮. ଜୀବନରେ ଆଡଜସ୍ଟ କରିବା ଶିଖ । ଶଶୁର ଘରେ ଯଦି କିଛି ତୁମକୁ ନୂଆ ଶିଖିବାକୁ ପଡେ ତେବେ ଡରିବ ନାହିଁ । ତାହାକୁ ନ ଡରି ସେହି ଜିନିଷକୁ ଶିଖି ଚାଲ ।