ବଲୀଉଡର ଗୋଟିଏ ଗୀତ “ଗୋରେ ରଂଗ ପେ ତୋ ଇତନା ଗୁମାଂ ନା କର ଗୋରା ରଂଗ ଦୋ ଦିନ ମେଂ ଢଲ ଜାଏଗା” । ଏହା ଏକ ଗୀତ ଅଟେ କିନ୍ତୁ ପୁରା ସଠିକ ଅଟେ କାରଣ ଭଲ ଚେହେରା ଏବଂ ଗୋରା ରଙ୍ଗ ସବୁବେଳେ ଆପଣଙ୍କ ସହିତ ରୁହେ ନାହିଁ । ବଢୁଥିବା ବୟସରେ ଏହା ସବୁ ପଛରେ ରହିଯାଏ ବଞ୍ଚିଥାଏ କେବେଲ ଶରୀରର । ସେଥିପାଇଁ କୁହାଯାଏ ମଣିଷର ଚେହେରାକୁ ନୁହେଁ ତାହାର ମନକୁ ଦେଖି ଭଲ ପାଇବା ଉଚିତ ।
କାରଣ ମଣିଷର ବ୍ୟବହାର କେବେ ବି ବଦଳିବ ନାହିଁ କିନ୍ତୁ ତାହାର ସୁନ୍ଦରତା ଗୋଟିଏ ବୟସ ପରେ ବଦଳି ଯିବ । ଆଜି ଆମେ ଆପଣମାନଙ୍କୁ ଏମିତି ଏକ ପ୍ରେମ କାହାଣୀ ବିଷୟରେ କହିବୁ ।
ଏହି ପ୍ରେମ କାହାଣୀ ବେଙ୍ଗାଲୁରୁର ଏକ ଧନୀ ଘରର ପୁଅ ଏବଂ ଏକ କୃଷକର ଝିଅର । ଶିବମ ବେଙ୍ଗାଲୁରୁର ଗୋଟିଏ ଧନୀ ପରିବାର ପୁଅ ଅଟନ୍ତି । ଦିନେ ସେ ଏକ କୃଷକଙ୍କର ଝିଅକୁ ଦେଖି ତାଙ୍କୁ ନିଜର ହୃଦୟ ଦେଇ ଦେଲେ । ଝିଅ ବହୁତ ସୁନ୍ଦର ଏବଂ ଚାଲାକ ଥିଲା । କିନ୍ତୁ ଶିବମ ଧନୀ ଘରର ପୁଅ ଥିବା ସତ୍ବେ କିନ୍ତୁ ସେହି ଝିଅକୁ ମନାଇବା ବହୁତ କଷ୍ଟ ଥିଲା ।
ପ୍ରଥମେ ଶିବମ ଯେତେବେଳେ ସେହି ଝିଅକୁ ପ୍ରୋପଜ କଲେ ସେହି ଝିଅ ଜଣକ ମନା କରିଦେଲେ । ଏହା ପରେ ଶିବମ ନିଜର ବାହାଘରର ପ୍ରସ୍ତାବ ନେଇ ସେହି ଝିଅ ଘରକୁ ଗଲେ । ଝିଅଘର ବାହାଘର ପାଇଁ ରାଜି ହୋଇଗଲେ ଏବଂ ଦୁଇଜଣଙ୍କର ବାହାଘର କରିଦେଲେ । ଦୁଇଜଣ ନିଜର ବିବାହିତା ଜୀବନରେ ଖୁସିରେ ଥିଲେ । କିନ୍ତୁ ଅଚାନକ ଝିଅକୁ ସ୍କିନ ଡିଜିଜ ଭଳି ଏକ ରୋଗ ହୋଇଗଲା ।
କିନ୍ତୁ ସେହି ଝିଅର ବହୁତ ଚିକସ୍ଛା କରାଗଲା ତଥାପି ତାହାର ଏହି ରୋଗ ଭଲ ହେଲା ନାହିଁ । ଏହ ସମୟରେ ସେହି ଝିଅ ଜଣକ ଭାବିଲେ କି ତାଙ୍କର ସ୍ଵାମୀ ତାଙ୍କୁ ଏହି ରୋଗ ଯୋଗୁ ତାଙ୍କୁ ଛାଡି ନ ଦିଅନ୍ତୁ । କିନ୍ତୁ ଦିନେ ଜଣା ପଡିଲା କି ଶିବମଙ୍କର ଦୁର୍ଘଟଣା ହୋଇ ଯାଇଛି ଏବଂ ସେହି କାରଣରୁ ତାଙ୍କର ଦୁଇ ଆଖି ନଷ୍ଟ ହୋଇ ଯାଇଛି । ଶିବମର ଦୁର୍ଘଟଣା ହେବା ପରେ ଝିଅ ଜଣକ ତାଙ୍କର ଆହୁରି ସେବା କରିବାକୁ ଲାଗିଲା । ଏବଂ ସେ ଯେଉଁ ବିଷୟରେ ଡରୁ ଥିଲା ବର୍ତ୍ତମାନ ତାଙ୍କର ସେହି ଡରଟି ଚାଲିଗଲା ।
ଏହା ପରେ ଦୁଇଜଣ ନିଜର ଜୀବନ ଜାପାନ କରୁଥିଲେ । କିନ୍ତୁ ଝିଅର ଶରୀର ଦିନକୁ ଦିନ ଖରାପ ହେବାକୁ ଲାଗିଲା ଏବଂ ତାଙ୍କର ନିଧନ ହୋଇଗଲା । ଯାହା ପରେ ଶିବମ ସହର ଛାଡି ଯିବା ପାଇଁ ନିଷ୍ପତି ନେଲେ । ଯେତେବେଳେ ଶିବମ ସହର ଛାଡି ଯାଉଥିଲେ ସେହି ସମୟରେ ତାଙ୍କର ପଡୋଶୀ ପଚାରିଲେ ଯେ ତୁମେ ଏହି ଅବସ୍ଥାରେ କେଉଁଠିକୁ ଯିବ । ତୁମକୁ ତ କିଛି ଦେଖାଯାଉ ନାହିଁ । ଏହାର ଉତ୍ତର ଶୁଣି ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ । ଶିବମ ନିଜର ପଡୋଶୀଙ୍କୁ କହିଲେ କି ମୁଁ କେବେ ବି ଅନ୍ଧ ହୋଇ ନଥିଲି ମୁଁ କେବଳ ଅଭିନୟ କରୁଥିଲି ।
ମୁଁ ଚାହୁଁଥିଲି କି ମୋ ସ୍ତ୍ରୀ ତାହାର ରୋଗ ଏବଂ ଅସୁନ୍ଦରତା ପାଇଁ ଏହା ନ ଲାଗୁ କି ବର୍ତ୍ତମାନ ମୁଁ ତାହାକୁ ଭଲପାଉ ନାହିଁ । ସେଥିପାଇଁ ମୁଁ ଅଭିନୟ କରୁଥିଲି । ଯାହାଦ୍ଵାରା ସେ ଖୁସିରେ ରହିପାରିବ । ଏହା ଶୁଣି ପଡୋଶୀ ଜଣକଙ୍କ ଆଖିରୁ ଲୁହ ଚାଲି ଆସିଥିଲା । ଏହି କାହାଣୀରୁ ଆମକୁ ଏହି ଶିକ୍ଷା ମିଳିଲା କି ଯଦି କାହାକୁ ଭଲ ପାଉଛନ୍ତି ତେବେ ତାଙ୍କର ଚେହେରା ମାନେ ରଖେ ନାହିଁ, ମାନେ ରଖିଥାଏ ସେହି ବ୍ୟକ୍ତିର ଆଚାରନ ସବୁବେଳେ ତାହା ସହିତ ରହିଥାଏ ।
ଆପଣଙ୍କୁ ଆମର ଏହି ଲେଖାଟି କେମିତି ଲାଗିଲା ଓ ଆପଣଙ୍କର ମତାମତ ଦୟାକରି କମେଣ୍ଟ ରେ ଜଣାନ୍ତୁ । ଆଗକୁ ଏମିତି ଭଲ ଭଲ ଲେଖା ପାଇଁ ଆମ ପେଜକୁ ଲାଇକ ନିଶ୍ଚୟ କରନ୍ତୁ ।