ପ୍ରତିଦିନ ରାତିରେ ଲଗାନ୍ତୁ ଏହି ୩ ଟି ଜିନିଷ, ପଡୋଶୀ ବି ପଚାରିବେ କ’ଣ ଆପଣଙ୍କର ବିଉଟି ସିକ୍ରେଟ

ମର୍ଡନ ଦୁନିଆରେ ସମସ୍ତେ ସୁନ୍ଦର ଦେଖାଯିବା ପାଇଁ ଚାହାଁନ୍ତି । ଏଥି ପାଇଁ ବଜାରରେ ବହୁତ କିଛି ପ୍ରଡ଼କ୍ଟ ମିଳୁଛି ଓ ଏହା ବହୁତ ମହଙ୍ଗା ଓ କେମିକାଲ ଯୁକ୍ତ ହୋଇଥାଏ । ଏହି ପ୍ରଡକ୍ଟକୁ ଲଗାଇ କିଛି ଦିନରେ ସ୍କିନ ଖରାପ ହୋଇ ଯାଇଥାଏ କିନ୍ତୁ ସମସ୍ୟା ଯାହା କୁ ତାହା ହିଁ ରହିଥାଏ । ଏମିତିରେ ଯଦି ଆପଣ ସୁନ୍ଦର ଦେଖାଯିବା ପାଇଁ ଚେଷ୍ଠା କରୁଛନ୍ତି, ତେବେ ଆମେ ଆପଣଙ୍କ ପାଇଁ ୩ ଟି ଭଲ ଉପାୟ ନେଇ ଆସିଛୁ, ଯାହା ସାହାଜ୍ୟରେ କେବଳ ଆପଣଙ୍କର ସ୍କିନ ଗ୍ଲୋଇଙ୍ଗ ହେବ ନାହିଁ ଆପଣଙ୍କର ଆତ୍ମା ବିଶ୍ଵାସ ମଧ୍ୟ ବଢିବ । ତେବେ ଚାଲନ୍ତୁ ଜାଣିବା କି ଆମର ଏହି ଲେଖାରେ ଆପଣଙ୍କ ପାଇଁ କଣ ବିଶେଷ କଥା ରହିଛି ?

ନଡିଆ ତେଲ ଓ ଲେମ୍ବୁର ପେଷ୍ଟ ଲଗାନ୍ତୁ

Image courtesy: Google

ପ୍ରତିଦିନ ଶୋଇବା ପୂର୍ବରୁ ନଡିଆ ତେଲରେ ଲେମ୍ବୁର କିଛି ବୁନ୍ଦା ମିଶାଇ ଚେହେରା ଓ ବେକରେ ଲଗାନ୍ତୁ । ଏହି ପେଷ୍ଟକୁ ରାତି ସାରା ରହିବାକୁ ଦିଅନ୍ତୁ ଓ ପୁଣି ସକାଳୁ ଏହି ପେଷ୍ଟକୁ ଗରମ ପାଣିରେ ଧୋଇ ଦିଅନ୍ତି । ଏମିତି ଯଦି ଆପଣ ପ୍ରତିଦିନ କରିବେ, ତେବେ ଆପଣଙ୍କ ଚେହେରା ଚମକିବ ଓ ଆପଣ ପୂର୍ବ ଠାରୁ ଅଧିକ ସୁନ୍ଦର ଦେଖାଯିବେ । ଏହାର ବ୍ୟବହାର ଆପଣଙ୍କୁ ଲଗାତାର ଏକ ମାସ ପର୍ଯ୍ୟନ୍ତ କରିବାକୁ ହେବ, କିନ୍ତୁ କିଛି ଦିନରେ ଆପଣଙ୍କୁ ଏହାର ପ୍ରଭାବ ଦେଖିବାକୁ ମିଳିବ ।

ମୁଲତାନି ମାଟିର ପେଷ୍ଟ ଲଗାନ୍ତୁ

Image courtesy: Google

ସୌନ୍ଦର୍ଜ୍ୟକୁ ବଢାଇବା ପାଇଁ ମୁଲତାନି ମାଟି ଉପରେ ବହୁ କାଳରୁ ଭରସା କରା ଯାଉଛି । ଆଜ୍ଞା ହଁ, ସୁନ୍ଦରତାକୁ ବଢାଇବା ପାଇଁ ମୁଲତାନି ମାଟିର ବ୍ୟବହାର ବହୁ କାଳରୁ ହେଉଅଛି । ଏଥିପାଇଁ ଆପଣଙ୍କୁ ରାତିରେ ଶୋଇବା ପୂର୍ବରୁ ମୁଲତାନି ମାଟିର ପେଷ୍ଟ ଚେହେରାରେ ଲଗାଇବାର ଅଛି ଓ ସକାଳେ ଗରମ ପାଣିରେ ଧୋଇଦେବେ । ଏମିତି କରିବା ଦ୍ଵାରା ଆପଣଙ୍କର ସୁନ୍ଦରତା କିଛି ଦିନରେ ଚମକିବାକୁ ଲାଗିବା । ଏହି ପ୍ରକ୍ରିୟାକୁ ଯଦି ଆପଣ ସବୁଦିନେ କରିବେ ତେବେ ଆପଣଙ୍କର ଚେହେରା ସବୁଦିନ ପାଇଁ ଚମକିବ ।

ହଳଦିର ପେଷ୍ଟ ଲଗାନ୍ତୁ

Image courtesy: Google

ହଳଦିରେ ଥିବା ଗୁଣ ସ୍କିନରେ ଥିବା ମଇଳାକୁ ସଫା କରିଥାଏ । ଏମିତିରେ ପ୍ରତିଦିନ ଶୋଇବା ପୂର୍ବରୁ ମୁହଁରେ ହଳଦିର ପେଷ୍ଟ ଲଗାଇବା ଦରକାର । ଏଥିପାଇଁ ହଳଦୀକୁ ପାଣିରେ ଭିଜାଇ କିଛି ସମୟ ପାଇଁ ରଖନ୍ତୁ ଓ ପୁଣି ଏହାକୁ ଭଲ ଭାବେ ମିଶାଇ ମୁହଁରେ ଲଗାନ୍ତୁ । ରାତି ସାରା ଏହାକୁ ରହିବାକୁ ଦିଅନ୍ତୁ ଓ ସକାଳେ ଗରମ ପାଣିରେ ଧୋଇ ଦିଅନ୍ତୁ । ଏମିତି କରିବା ଦ୍ଵାରା ଆପଣଙ୍କର ସ୍କିନ ଚମକିବ ।

Image courtesy: Google

ଏହି ପ୍ରକ୍ରିୟାକୁ ଆପଣ ସପ୍ତାହରେ କେବଳ ଦୁଇ ଦିନ କରନ୍ତୁ । ଏମିତି କରିବା ଦ୍ଵାରା ଆପଣଙ୍କୁ ପ୍ରଥମ ଦିନ ଠାରୁ ପାର୍ଥକ୍ୟ ଜଣା ପଡିବ ଓ ଏହା ଆପଣଙ୍କର ବିଉଟି ସିକ୍ରେଟ ହୋଇଯିବ । ଆଶା କରୁଛୁ ଆମର ଏହି ସ୍ୱାସ୍ଥ୍ୟ ଟିପ୍ସ ଆପଣଙ୍କୁ ନିଶ୍ଚୟ ସାହାଜ୍ଯ କରିବ । ଭଲଲାଗିଲେ ଅନ୍ୟମାନଙ୍କ ସହିତ ଶେୟାର କରନ୍ତୁ । ଆଗକୁ ଏମିତି ଅନେକ ବିଯୁଟୀ ଟିପ୍ସ ପାଇଁ ଆମ ପେଜକୁ ନିଶ୍ଚୟ ଲାଇକ କରନ୍ତୁ ।