“କହିଲେ କୁଳ କୁଟୁମ୍ବକୁ ଲାଜ, ନ କହିଲେ କୁଳ ଭାସି ଯାଉଛି…” Babushan – Prakruti ଙ୍କ ମାମଲାରେ ମୁହଁ ଖୋଲିଲେ Kalia Sandha

ବାବୁଶାନଙ୍କ ପାରିବାରିକ ମାମଲା ଦାଣ୍ଡରେ ପଡି ହାଟରେ ଗଡୁଥିବା ବେଳେ ଏହି ମାମଲା ଶୀଘ୍ର ସମାଧନ ହୋଇ ବାବୁଶାନ ପୁଣି ଥରେ ସୁପରହିଟ୍ ଫିଲ୍ମ ଦିଅନ୍ତୁ ବୋଲି ତାଙ୍କର ଫ୍ୟାନ୍ସମାନେ ଚାହିଁ ବସିଛନ୍ତି । ସେହିଭଳି ବାବୁଶାନଙ୍କ ଆଉ ଜଣେ ଫ୍ୟାନ୍ସ ଏବେ ସାମ୍ନାକୁ ଆସି ବାବୁଶାନ ଓ ପ୍ରକୃତିଙ୍କ ମାମଲା ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି । ତେବେ ଏହି ଫ୍ୟାନ ଜଣକ ଆଉ କେହି ନୁହନ୍ତି ବରଂ ଆପଣଙ୍କ ପ୍ରିୟ କମେଡିଆନ କାଳିଆ ଷଣ୍ଢ ।

ତାଙ୍କର କମେଡି ଲୋକମାନେ ଯେତେ ଭଲ ପାଆନ୍ତି ସେ ବି ସେମିତି କାଳିଆ ଷଣ୍ଢ ନାମରେ ଓଡିଶାର ଘରେ ଘରେ ବେଶ ପରିଚିତ । ତାଙ୍କର ବି ଅନେକ ଫ୍ୟାନ୍ସ ରହିଛନ୍ତି । ତେବେ କାଳିଆ ଷଣ୍ଢ ନିଜେ ଓଲିଉଡ ସୁପରଷ୍ଟାର ବାବୁଶାନ ମହାନ୍ତିଙ୍କ ସବୁଠୁ ବଡ ଫ୍ୟାନ । ଏହା ଆମେ କହୁନୁ ବରଂ କାଳିଆ ଷଣ୍ଢ ନିଜେ ଏହା କହିଛନ୍ତି । ସେ ବାବୁଶାନଙ୍କୁ ବହୁତ ଭଲପାଆନ୍ତି ଓ ଜୀବନ ଥିବା ଯାଏଁ ସବୁବେଳେ ତାଙ୍କୁ ଭଲ ପାଉଥିବେ ।

ସେ କହିଛନ୍ତି କି, ମଣିଷ ମାତ୍ରେ ଭୁଲ ଓ ସେ ବି ଭୁଲ କରି ଦେଇଛନ୍ତି । ତାକୁ ନେଇ ଏତେ ବଡ ଇସ୍ୟୁ କରିବା ଠିକ କରିବା । ମୋ ମତରେ ସବୁ ଭୁଲ ହେଉଛି ସେଇ ପ୍ରକୃତି ମିଶ୍ରଙ୍କର । କହିଲେ କୁଳ କୁଟୁମ୍ବକୁ ଲାଜ, ନକହିଲେ କୁଳ ଭାସି ଯାଉଛି । ସେ ନିଜେ ଜାଣିବା କଥା କି ବାବୁଶାନ ବିବାହିତ । ଓଡିଶାରେ ବି ପ୍ରକୃତିଙ୍କର ତ କାଇଁ ସେମିତି କିଛି ଫିଲ୍ମ ନାହିଁ ।

ବାବୁଶାନଙ୍କ ସହ ଏଇ ଗୋଟିଏ ଫିଲ୍ମ “ପ୍ରେମମ୍” କଲେ । ନହେଲେ ଖାଲି ଇନଷ୍ଟାଗ୍ରାମରେ ଛୋଟ ଛୋଟ ଡ୍ରେସ ପିନ୍ଧି ଫଟୋ ଭିଡିଓ ପକାନ୍ତି । ଓଡିଶାର କଳା ସଂସ୍କୃତି ତାଙ୍କ ପାଖରେ ଗୋଟିଏ ପରସେଣ୍ଟ ହେଲେ ନାହିଁ । ବାବୁଶାନଙ୍କ ଆଗାମୀ ଫିଲ୍ମ ଦମନଙ୍କୁ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି ବୋଲି କହିଛନ୍ତି କାଳିଆ ଷଣ୍ଢ । ଢେଉ ଯେମିତି ଯେତିକି ଜୋରରେ ଆସେ ଆଉ ସେତିକି ଜୋରରେ ଫେରିଯାଏ ।

ଠିକ ସେମିତି ବାବୁଶାନଙ୍କ ଜୀବନରେ ଯେଉଁ ଢେଉ ଆସିଛି ତାହା ଶୀଘ୍ର ଫେରିଯିବ । ବାବୁଶାନ ଆଉ ଥରେ ମଇଦାନକୁ ଓହ୍ଲାଇବେ ଆଉ ଆଗ ଭଳି ସୁପରହିଟ୍ ଫିଲ୍ମ ଦେଇ ଚାଳିବେ ବୋଲି ଦୃଢତାର ସହ କହିଛନ୍ତି ବାବୁଶାନଙ୍କ ଫ୍ୟାନ କାଳିଆ ଷଣ୍ଢ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।