ଶେଷରେ ସ୍ତ୍ରୀ Trupti ଙ୍କୁ ଫୋନ୍ କରି କ୍ଷମା ମାଗିଲେ Babushan, ମା’ ସବୁ ବୁଝାଇବା ପରେ ନିଜ ଭୁଲ୍ ମାନି ସୁଧୁରୁଛନ୍ତି କି Babushan ?

ବାବୁଶାନ, ତାଙ୍କ ପତ୍ନୀ ତୃପ୍ତି ଓ ପ୍ରକୃତିଙ୍କ ମଧ୍ୟରେ ଯେଉଁ ବିବାଦ ଆରମ୍ଭ ତାହାକୁ ନେଇ ଏବେବି ଚର୍ଚ୍ଚା ଥମିବାର ନାଁ ନେଉନାହିଁ । ବହୁ ଚର୍ଚ୍ଚା ପରେ ଗତକାଲି ବାବୁଶାନ ଗତକାଲି ଚେନ୍ନାଇରୁ ଘରକୁ ଫେରିଛନ୍ତି । ହେଲେ ଏବେ ଯାଏଁ ସେ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି । ତାଙ୍କୁ ଏବେ ବିଶ୍ରାମ ଆବଶ୍ୟକ ଏବଂ ଦୁଇଦିନ ପରେ ସେ ଏନେଇ ନିଜର ପ୍ରତିକ୍ରିୟା ରଖିବେ ବୋଲି ବାବୁଶାନଙ୍କ ମାଆ ଅପରାଜିତା ଗତକାଲି ଗଣମାଧ୍ୟମକୁ ଏକ ଭିଡିଓ ଜାରି ଜଣାଇଥିଲେ ।

ତେବେ ଏହାରି ମଧ୍ୟରେ ଶୁଣିବାକୁ ମିଳୁଛି କି, ବାବୁଶାନ ନିଜ ପତ୍ନୀ ତୃପ୍ତିଙ୍କୁ କୁଆଡେ ଫୋନ କରି କ୍ଷମା ମାଗିଛନ୍ତି । ବାବୁଶାନ ଯାହାବି ଭୁଲ କରିଥିଲେ ଓ ନିଜ ସ୍ତ୍ରୀଙ୍କ ଠାରୁ ମୁହଁ ବୁଲେଇ ଯେଉଁଭଳି ଅବାଟରେ ଚାଲି ଯାଇଥିଲେ ସେସବୁ ସ୍ଵୀକାର କରି ଏବେ ତୃପ୍ତିଙ୍କୁ କ୍ଷମା ମାଗିଛନ୍ତି । ଘଟଣାଦିନ ବାବୁଶାନ ସିଧାସଳଖ ଚେନ୍ନାଇ ଚାଲି ଯାଇଥିଲେ ଓ ପ୍ରକୃତି ମିଶ୍ର ମଧ୍ୟ ତାଙ୍କ ସହ ଚେନ୍ନାଇ ଯାଇଥିଲେ । ତେବେ ଘଟଣା ଅଧିକ ଭାଇରାଲ ହେବା ପରେ ଧୀରେ ଧୀରେ ବଢିବାରେ ଲାଗିଲା ।

ବାବୁଶାନଙ୍କ ପରିବାର ମଧ୍ୟ ବୋହୂ ତୃପ୍ତିର ସାଥ୍ ଦେଇଥିଲେ ଓ ପୁଅକୁ ସ୍ତ୍ରୀ ଏବଂ ପିଲା ପାଖକୁ ଫେରି ଆସିବା ପାଇଁ ଅନୁରୋଧ କରିଥିଲେ । ସେପଟେ ପ୍ରକୃତିଙ୍କ ପରିବାର ଯାଇ ଚେନ୍ନାଇରେ ପହଞ୍ଚିଥିଲେ ଓ ପ୍ରକୃତିକୁ ନେଇ ଓଡିଶା ଫେରି ଆସିଥିଲେ । କିନ୍ତୁ ବାବୁଶାନଙ୍କ ଓଡିଶା ଫେରିବାକୁ ନେଇ ଅନେକ ଦ୍ଵନ୍ଦ ଲାଗି ରହିଥିଲା ।

ତେବେ ସମସ୍ତଙ୍କ ଅପେକ୍ଷାର ଅନ୍ତ ଘଟାଇ ଦେଶରେ ଭୁବନେଶ୍ବରରେ ଫେରିଥିଲେ ବାବୁଶାନ । ସେ ଏୟାରପୋର୍ଟରୁ ଘରକୁ ଆସୁଥିବା ବେଳେ ତାଙ୍କ ପ୍ରତିକ୍ରିୟା ଜାଣିବା ପାଇଁ ଅନେକ ଭିଡ ହୋଇଥିଲା । କିନ୍ତୁ ବାବୁଶାନ ଏବେ କେବଳ ନିଜ ଘରକୁ ନିଜ ବାପାମା’ଙ୍କ ପାଖକୁ ଯିବାକୁ ଚାହାନ୍ତି ବୋଲି କହିଥିଲେ । ଶୁଣିବାକୁ ବି ମିଳିଛି କି ବାବୁଶାନ ଘରକୁ ଫେରିବା ପରେ ତାଙ୍କ ମା’ଙ୍କୁ କୋଳେଇ କାନ୍ଦିଥିଲେ ଓ ବାପାଙ୍କ ଦେହ ଖରାପ ଥିବାରୁ ବହୁତ ମନ ଦୁଃଖ କରିଥିଲେ ।

ମା ଅପରାଜିତା ମଧ୍ୟ ତାଙ୍କୁ ବହୁତ ବୁଝାଇଥିଲେ । ଯାହାପରେ ବାବୁଶାନ ସ୍ତ୍ରୀ ତୃପ୍ତିଙ୍କୁ ଫୋନ କରି କ୍ଷମା ମାଗିଥିବା ନେଇ ଏବେ ଚର୍ଚ୍ଚା ହେଉଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।