କହିଲେ ଦେଖି ସବୁଦିନ କିଏ ନୂଆ ଶାଢୀ ପିନ୍ଧେ ? ଦେଖନ୍ତୁ ଏହିଭଳି କିଛି ମଜାଦାର ଢଗଢମାଳି ପ୍ରଶ୍ନ ଓ ଉତ୍ତର (Odia Dhaga Dhamali)

ନମସ୍କାର ବନ୍ଧୁଗଣ, ନିଜ ଜ୍ଞାନର ବିକଶିତ କରିବା ପାଇଁ ନିହାତି ଆପଣ ଚାହୁଁଥିବେ । ତେବେ ଜ୍ଞାନର ବିକଶିତ ମନରେ ପ୍ରଶ୍ନ ଉଠିଲେ ହିଁ ହୋଇଥାଏ । ଅନ୍ୟ କେହି ଜଣେ ଆପଣଙ୍କୁ ପ୍ରଶ୍ନ ପଚାରିଲେ ଆପଣ ତାହାର ଉତ୍ତର ନ ଦେଇ ପାରିଲେ ସେହିଠାରେ ଆପଣଙ୍କ ଜ୍ଞାନର ପରିଚୟ ମିଳିଯାଇଥାଏ । ତେଣୁ ଅନ୍ୟ ମାନଙ୍କ ସାମ୍ନାରେ ନିଜ ଜ୍ଞାନକୁ ପ୍ରକାଶ କରିବା ପାଇଁ ଚାହୁଁଥିଲେ ଆମର ଏହି ପୋଷ୍ଟ ମାଧ୍ୟମରେ ଜାଣନ୍ତୁ କିଛି ଏମତି ପ୍ରଶ୍ନର ଉତ୍ତର ଯାହା ଅନ୍ୟମାନଙ୍କୁ ଆଶ୍ଚର୍ଯ୍ୟ କରାଇଦେବ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ।

1- ଖାଇବାକୁ ଦେଲେ ବଞ୍ଚେ, ପିଇବାକୁ ଦେଲେ ମରେ ? ଉତ୍ତର: ନିଆଁ । ଆପଣ ନିଆଁରେ ଯେତେ କାଠ ପକାଇବେ ତାହା ସେତେ ଜଳିବ କିନ୍ତୁ ଯଦି ପାଣି ପକାଇବେ ତାହା ଲିଭିଯିବ ବା ମରିଯିବ ।

2- ଗୋଟିଏ ଗାଡି କିନ୍ତୁ ଚାରୋଟି ପାଇଲଟ ? ଉତ୍ତର: କୋକେଇ ହେଉଛି ଏହାର ସଠିକ ଉତ୍ତର । ତାହା ଏକ ଏମିତି ଗାଡି ଯାହା ଚାରି ଜଣଙ୍କ କାନ୍ଦ ବିନା ଯାଇପାରିବ ନାହିଁ ।

3-  ଜଣେ ଲୋକ 3 ଟଙ୍କାର ନଡିଆ କିଣି 2ଟଙ୍କାରେ କିଛି ଦିନ ବିକିଲା ପରେ ସେ କେମିତି ଲକ୍ଷପତି ହେଲା? ଉତ୍ତର: ଏହାର ସଠିକ ଉତ୍ତର ହେଉଛି ସେ ଆଗରୁ ହିଁ କୋଟିପତି ଥିଲା ।

4- ପ୍ରଥମେ କାହାର ଜନ୍ମ ହୋଇଥାଏ ବାପାର ନା ପୁଅର ? ଉତ୍ତର: ପୁଅ ଜନ୍ମ ହେବା ପରେ ସିନା ଜଣେ ବାପା ହେବ ବା ବାପା ଡାକ ଶୁଣିବ । ତେଣୁ ପ୍ରଥମେ ସନ୍ତାନ ଜନ୍ମ ତା ପରେ ଯାଇ ବାପାର ପରିଚୟ ବା ଜନ୍ମ ।

5-  ଆଜିଲୋକ ମାଗଣାରେ କଣ ବେଶି ମାରୁଛନ୍ତି ? ଉତ୍ତର: ମିଶକଲ ।

6- ତିନି ଅକ୍ଷର ନାମ ତାର, ଓଲଟା କିମ୍ବା ସିଧା ଲେଖ ହେବ ସମାନ ? ଉତ୍ତର: କଟକ ।

7- କାହାର ଜନ୍ମ ଦିନ ପ୍ରତିବର୍ଷ ଆସେନାହିଁ ? ଉତ୍ତର: ଅଧିବର୍ଷ ବା ଫ୍ରେବୃୟାରୀ 29 ତାରିଖ ।

8- ବଙ୍କା ବଙ୍କା ମାମୁଁ ତୁମେ ଯାଉଛ କେଣିକି, ଦାନ୍ତ କିଲ୍ଲା ଭଣଜା ପଚାରୁ କାହିଁକି ଏହାର ନାମ କଣ ? ଉତ୍ତର: ସାପ, କପାତୁଲା ।

9-  ସବୁଦିନ କିଏ ନୂଆ ଶାଢୀ ପିନ୍ଧେ ? ଉତ୍ତର: ପିଜୁଳି ଗଛ । ଆପଣମାନେ ଦେଖିଥିବେ ପିଜୁଳି ଗଛରୁ ବକଳ ଛାଡିଥାଏ ତାହା ହେଉଛି ପିଜୁଳି ଗଛର ଶାଢୀ । ଯାହାକି ପ୍ରତିଦିନ ଛାଡିଥାଏ ବା ନୂଆ ଶାଢୀ ପିନ୍ଧିଥାଏ ।

10-  ହାତ ନାହିଁ କି ଗୋଡ ନାହିଁ କିନ୍ତୁ ମୁଣ୍ଡରେ ବସେ ? ଉତ୍ତର: ଟୋପି ।

11- ଝିଅ ବୋହୁ ମାନେ କଣ ବର୍ଷକୁ ଥରେ କିଣନ୍ତି କିନ୍ତୁ ବ୍ୟବହାର କରନ୍ତି ନାହିଁ ? ଉତ୍ତର: ରାକ୍ଷୀ ।

12- କିଏ ମନାକଲେ ମଧ୍ୟ ପିଛା ଛାଡେ ନାହିଁ ? ଉତ୍ତର: ଛାଇ ।

ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟର ନିହାତି କରନ୍ତୁ ।