ଜାତିଗତ ଇଙ୍ଗିତକୁ ନେଇ ବିବାଦରେ ଅଭିନେତ୍ରୀ Barsha Priyadarshini, କୋର୍ଟ ଦେଲେ ବଡ ନିର୍ଦ୍ଦେଶ, ବର୍ଷାଙ୍କୁ ଧରିବେ ଭୁବନେଶ୍ବର DCP

ଜାତିକୁ ନେଇ ବାରମ୍ବାର ଇଙ୍ଗିତ କରିଥିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ଯାହାକୁ ନେଇ ଏବେ ଭୁବନେଶ୍ବର ଡିସିପି ତଦନ୍ତ ଆରମ୍ଭ କରିବେ । ଆଜ୍ଞା ହଁ, ଡିସିପିଙ୍କ ତଦନ୍ତ ପରିସର ମଧ୍ୟକୁ ଆସିବେ ଓଲିଉଡ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ବର୍ଷାଙ୍କ ମନରେ ଜାତିକୁ ନେଇ ଏତେ ଅହଂ ଭାବ କଣ ପାଇଁ ? କଣ ପାଇଁ ସେ ଅନ୍ୟ ଜାତିର ଲୋକଙ୍କୁ ନୀଚ ଦେଖାଉଛନ୍ତି ? ସେମାନେ ବି ଆମ ଭଳି ମଣିଷ ଓ ସେମାନଙ୍କ ଦେହରେ ବି ଆମ ଭଳି ଲାଲ ରଙ୍ଗର ରକ୍ତ ପ୍ରବାହିତ ହେଉଛି ।

ଆମ ଭଳି ସେମାନେ ମଧ୍ୟ ସମାଜରେ ବଞ୍ଚିବାର ସମାନ ଅଧିକାର ରଖନ୍ତି । ବର୍ଷା ବାରମ୍ବାର ଜାତିକୁ ନେଇ ଇଙ୍ଗିତ କରିବା ପରେ ଏବେ ରାଜ୍ୟର ବିଭିନ୍ନ ଥାନାରେ ମାମଲା ରୁଜୁ କରୁଛନ୍ତି ଲୋକେ । ଏସବୁ ମାମଲାକୁ ନେଇ ଠିକ ତଦନ୍ତ ହୋଇ ପାରୁ ନଥିବା ବେଳେ ଓଡିଶା ହାଇକୋର୍ଟ ଏନେଇ ବର୍ଷାଙ୍କ ପାଇଁ ଏକ ବଡ ନିର୍ଦ୍ଦେଶ ଶୁଣାଇଛନ୍ତି । ଏହି ନିର୍ଦ୍ଦେଶ ମୁତାବକ ଏହି ତଦନ୍ତ ଏବେ ସିଧାସଳଖଭୁବନେଶ୍ବର ଡିସିପି କରିବେ ।

ଓଡିଶା ହାଇକୋର୍ଟ ଏକ ଲେଟର ଲେଖି ସେଥିରେ ବର୍ଷାଙ୍କୁ ପଚରା ଉଚରା କରିବା ପାଇଁ ଭୁବନେଶ୍ବର ଡିସିପି ପ୍ରତୀକ ସିଂଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଆଇନ ଉଲ୍ଲଂଘନ କରି ବର୍ଷା ଜଣେ ମହିଳାଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ସତ୍ୟତା ଜାଣିବା ପାଇଁ ଭୁବନେଶ୍ବର ଡିସିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଓଡିଶା ହାଇକୋର୍ଟ । ଭୁବନେଶ୍ବର ବାସିନ୍ଦା ଉଷା ନାଏକ ଚନ୍ଦ୍ରଶେଖରପୁର ପୋଲିସ ଷ୍ଟେସନରେ ବର୍ଷାଙ୍କ ବିରୋଧରେ ଏନେଇ ଅଭିଯୋଗ କରିଥିଲେ ।

ହେଲେ ତାଙ୍କ ଅଭିଯୋଗକୁ ସଠିକ ଭାବେ ତଦନ୍ତ କରାଯାଇ ନଥିଲା । ଯେଉଁଠି ପାଇଁ ସେ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ । ଗୁରୁବାର ଦିନ ଏହି ଆବେଦନର ଶୁଣାଣି ଆସିଥିବା ବେଳେ ରାଜ୍ୟ ପରାମର୍ଶଡାଟା ଦର୍ଶାଇଛନ୍ତି ଯେ ରାଜ୍ୟର ବିଭିନ୍ନ ପୋଲିସ ଷ୍ଟେସନରେ ବର୍ଷାଙ୍କୁ ନେଇ ଏହିଭଳି ସମାନ ଅଭିଯୋଗ ସବୁ ହୋଇଛି । ଜାତିଗତ ଇଙ୍ଗିତକୁ ନେଇ ବର୍ଷାଙ୍କ ନାଁରେ ଅନେକ ଗୁଡିଏ ମାମଲା ରୁଜୁ କରାଯାଇଛି ।

ଏତେ ଗୁଡିଏ ଅପମାନଜନକ ମାମଲା ବର୍ଷାଙ୍କ ନାଁରେ ରୁଜୁ ହୋଇଥିଲେ ମଧ୍ୟ ଏନେଇ କୌଣସି ସଠିକ ତଦନ୍ତ କରାଯାଉନାହିଁ । ଯେଉଁଥି ପାଇଆନ ଏହି ମାମଲା ଗୁଡିକ ଦବି ଯାଉଛି । ଏହାକୁ ଦୃଷ୍ଟିରେ ରଖି ଜଷ୍ଟିସ ଏସ.ପି. ପାଣିଗ୍ରାହୀଙ୍କର ଏକ ଖଣ୍ଡପୀଠ ଏହାର ତଦନ୍ତ ପାଇଁ ଭୁବନେଶ୍ଵର ଡିସିପିଙ୍କୁ ଦାୟିତ୍ଵ ଦେଇଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଆନ ଆମ ପେଜ୍ କୁ ଲାଇକ କରନ୍ତୁ ।