ଠାକୁର ପୂଜା କରିବା ସମୟରେ କେଉଁ ଜିନିଷ ଅର୍ପଣ କଲେ ମନସ୍କାମନା ପୂରଣ ହୋଇଥାଏ ? ଏହାସହ ଜାଣନ୍ତୁ ଆହୁରି 20+ ଅନୁଚିନ୍ତା

ନମସ୍କାର ବନ୍ଧୁଗଣ, ଭଗବାନ ସଂସାର କର୍ତ୍ତା ଅଟନ୍ତି । ତେଣୁ ସର୍ବ ପ୍ରଥମେ ମଣିଷକୁ ଭଗବାନଙ୍କୁ ପ୍ରସନ୍ନ କରିବା ଆବଶ୍ୟକ । କାରଣ ଭଗବାନଙ୍କ କୃପା ଦ୍ଵାରା ହିଁ ମଣିଷ ଜୀବନରେ ସୂର୍ଯ୍ୟ ଉଦୟ ହୋଇଥାଏ । ଭଗବାନଙ୍କୁ ପୂଜା କରିବା ସମୟରେ ବହୁତ କିଛି ନୀତି ନିୟମର ପାଳନ କରାଯାଇଥାଏ । ତେବେ ଆପଣ ଠାକୁର ପୂଜା କରିବା ସମୟରେ ସମସ୍ତ ନୀତି ନିୟମ ସହ ଆମେ ଜଣାଇବାକୁ ଯାଉଥିବା ଜିନିଷ ଯଦି ଅର୍ପଣ କରନ୍ତି ତେବେ ଭଗବାନ ଆପଣଙ୍କ ସମସ୍ତ ମନସ୍କାମନା ପୁରା କରିବେ ।

1- ଠାକୁର ପୂଜା କରିବା ପୂର୍ବରୁ ମଥାରେ ଟୀକା ନିହାତି ଲଗାନ୍ତୁ । ଏହା ଶୁଭ ହୋଇଥାଏ । 2- ଠାକୁର ପୂଜା କରିବା ପୂର୍ବରୁ ନିଜର ବାମ ପାଖରେ ଘଣ୍ଟି ଏବଂ ଧୂପ ରଖିବା ଉଚିତ । ଡାହାଣ ପାଖରେ ଶଙ୍ଖ ଜଳପାତ୍ର ଏବଂ ପୂଜା ସାମଗ୍ରୀ ରଖିବା ଦ୍ଵାରା ଆପଣଙ୍କର ମଙ୍ଗଳ ହୋଇଥାଏ ।

3- ପୂଜା କରିବା ସମୟରେ ଦୀପକୁ ସର୍ବଦା ଠାକୁରଙ୍କ ଡାହାଣ ପାଖରେ ରଖିବା ଉଚିତ । ଏହା ଆପଣଙ୍କ ପାଇଁ ଶୁଭ ହୋଇଥାଏ । 4- ଠାକୁର ପୂଜା କରିବା ସମୟରେ କୌଣସି ଜିନିଷ ବାମ ହାତରେ ଦେବା ଏବଂ ନେବା ଉଚିତ ହୋଇନଥାଏ । ଆପଣଙ୍କୁ ଏହା ଡାହାଣ ହାତରେ କରିବା ଦ୍ଵାରା ଆପଣଙ୍କର ମଙ୍ଗଳ ହୋଇଥାଏ ।

5-  ଠାକୁରଙ୍କୁ ପ୍ରଣାମ କରିବା ସମୟରେ କେବେ ମଧ୍ୟ ଗୋଟିଏ ହାତରେ ପ୍ରଣାମ କରିବା ଉଚିତ ହୋଇନଥାଏ । ଏହା କରିବା ଫଳରେ ସମସ୍ତ ପୂଣ୍ୟ ନଷ୍ଟ ହୋଇଯାଇଥାଏ । 6- ଯେକୌଣସି ପୂଜା କରିବା ସମୟରେ ନିଜର ମନସ୍କାମନାକୁ ପୁରା କରିବା ପାଇଁ ଦକ୍ଷିଣା ନିହାତି ରୂପରେ ଅର୍ପଣ କରିବା ଉଚିତ । ଏହା ଆପଣଙ୍କ ପାଇଁ କଲ୍ୟାଣକାରୀ ହୋଇଥାଏ । 7- ତମ୍ବା ପାତ୍ରରେ ଗଙ୍ଗାଜଳ ରଖିବା ଦ୍ଵାରା ଆପଣଙ୍କ ପାଇଁ ଶୁଭ ହୋଇଥାଏ ।

8- ରବିବାର ଦିନ ଦୁବ ଛିଣ୍ଡାଇବା ଅନୁଚିତ ଅଟେ । 9- ରବିବାର, ଏକାଦଶୀ,ଦ୍ଵାଦଶୀ ଏବଂ ସଂକ୍ରାନ୍ତି ଦିନ ତୁଲସୀ ପତ୍ର ତୋଳିବା ଅନୁଚିତ । ସନ୍ଧ୍ୟା ସମୟରେ ତୁଲସୀ ପତ୍ର ତୋଳିବା ମଧ୍ୟ ଅଶୁଭ ହୋଇଥାଏ । 10- ପୂଜା କରିବା ସମୟରେ ଠାକୁରଙ୍କୁ ଚନ୍ଦନ, କୁଙ୍କୁମ ଏବଂ ହଳଦୀକୁ ନିଜର ଅନାମିକା ଆଙ୍ଗୁଠିରେ ଲଗାଇବା ଉଚିତ ହୋଇଥାଏ । ଏହା କରିବା ଫଳରେ ଆପଣଙ୍କ ଜୀବନରେ ଶୁଭ ପରିଣାମ ମାନ ପ୍ରାପ୍ତ ହୋଇଥାଏ ।

11- ପୂଜା କରିବା ସମୟରେ ନାରାୟଣଙ୍କୁ ଚାଉଳ ଗଣେଶଙ୍କୁ ତୁଲସୀ ଦେବୀଙ୍କୁ ଦୁବ ଏବଂ ସୂର୍ଯ୍ୟଙ୍କୁ ବେଲ ପତ୍ର ଅର୍ପଣ କରିବା ଉଚିତ ନୁହେଁ । 12- ପୂଜା କରିବା ପରେ ଶୋଇବା ଏବଂ କାହାର ନିନ୍ଦା କରିବା ଅଶୁଭ ଏବଂ ଅମଙ୍ଗଳକାରୀ ହୋଇଥାଏ । ମା ଲକ୍ଷ୍ମୀଙ୍କୁ ପଦ୍ମ ଫୁଲ ଅର୍ପଣ କରିବା ଉଚିତ । ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।