କଦଳୀରେ କେବଳ ଏହି ଗୋଟିଏ ଜିନିଷ ମିଶାଇ ଖାଇ ନିଅନ୍ତୁ, ଦେଖିବେ ବହୁ ବର୍ଷ ପୁରୁଣା ଅର୍ଶ ବି ଭଲ ହୋଇଯିବ (Piles Home Remedy)

ଅର୍ଶ ସାଧାରଣତଃ ଦୁଇ ପ୍ରକାର ହୋଇଥାଏ । ଗୋଟିଏରୁ ରକ୍ତ ପଡିଥାଏ ଏବଂ ଆଉ ଗୋଟିଏରୁ ପଡି ନଥାଏ । କିନ୍ତୁ ମଳଦ୍ଵାର ନିକଟରେ ମାଂସ ପରି ଝୁଲିପଡେ । ଯାହା ବସିବା ଉଠିବାରେ ଅତ୍ୟନ୍ତ କଷ୍ଟ ଦେଇଥାଏ । ଆପଣଙ୍କ ଅର୍ଶ ସମସ୍ଯା ଦୂର କରିବା ପାଇଁ ଆଜି ଆମେ ଆପଣଙ୍କ ପାଇଁ ଏକ ଜବରଦସ୍ତ ଘରୋଇ ଉପଚାର ନେଇ ଆସିଛୁ । ଯାହାର ପ୍ରୟୋଗ କରିବା ଦ୍ଵାରା ଆପଣଙ୍କ ଅର୍ଶଜନିତ ସମସ୍ଯା ଦୂର ହୋଇଯିବ । ଚାଲନ୍ତୁ ଜାଣିବା ତାହା କେମିତି ପ୍ରସ୍ତୁତ କରିବେ ।

ଅର୍ଶ ଦୂର କରିବା ପାଇଁ ଏହି ଘରୋଇ ଉପଚାର ପ୍ରସ୍ତୁତ କରିବାକୁ ହେଲେ ଆପଣଙ୍କୁ ପ୍ରଥମେ ଦରକାର ହେବ ଫିଟିକିରି ବା ଆଲମ । ଯାହା ଆପଣଙ୍କୁ ଯେକୌଣସି ତେଜରାତି ଦୋକାନରେ ସହଜରେ ମିଳିଯିବ । କିନ୍ତୁ ଦାଢି ଖିଅର ହେବା ପାଇଁ ଯେଉଁ ନକଲି ଫିଟିକିରି ବ୍ୟବହାର କରାଯାଏ ତାହା ଏଥିପାଇଁ ବ୍ୟବହାର କରନ୍ତୁ ନାହିଁ । ଫିଟିକିରି ଆମ ଶରୀର ପାଇଁ ଖୁବ ଲାଭଦାୟକ ଅଟେ । ଶରୀରର ଯେକୌଣସି ଥାନାରେ କଟି ଯାଇଥିଲେ ସେଥିରେ ଫିଟିକିରି ଲଗାଇବା ଦ୍ଵାରା ତାହା ଶୀଘ୍ର ଭଲ ହୋଇଯାଏ ।

ପ୍ରଥମେ ଏକ ଛୋଟ ଖଣ୍ଡ ଫିଟିକିରି ନେଇ ଏହ ଗରମ ତାୱା ଉପରେ ରଖି ଦିଅନ୍ତୁ । ଦେଖିବେ ସେଥିରୁ ଜଳୀୟ ଅଂଶ ବାହାରିଯିବ ଏହା ଏକଦମ ଶୁଦ୍ଧ ହୋଇଯିବ । ଏହାପରେ ଏହ ଚାମୁଚ କିମ୍ବା ଦସ୍ତା ସାହାଯ୍ୟରେ ଫିଟିକିରିକୁ ତାୱା ଉପରେ ହିଁ ଗୁଣ୍ଡ କରି ଦିଅନ୍ତୁ । ଉପଚାର ପ୍ରସ୍ତୁତ ପାଇଁ ଆପଣଙ୍କୁ କେବଳ ଚିମୁଟାଏ ଫିଟିକିରି ଆବଶ୍ୟକ ହେବ । କାରଣ ଏହାର ଅଧିକ ସେବନ ମଧ୍ୟ ଆମ ଶରୀର ପାଇଁ ଭଲ ନୁହେଁ ।

ଏହାପରେ ଆବଶ୍ୟକ ହେବ ଏକ ପାଚିଲା କଦଳୀ । କଦଳୀରୁ ଚୋପା ଛଡାଇ ଏହା ମଝିରେ ସାମାନ୍ଯ ଗୋଟିଏ ଗାତ କରି ଦିଅନ୍ତୁ । ଏବେ ଆପଣଙ୍କୁ ଆବଶ୍ୟକ ହେବ ଏକ ଚାମୁଚ ମହୁ । ମହୁ ମଧ୍ୟ ଆପଣଙ୍କ ଅର୍ଶ ସମସ୍ଯା ଦୂର କରିବାରେ ଖୁବ ଉପାଦେୟ ଅଟେ । ଏକ ଚାମୁଚ ମହୁରେ ଚିମୁଟାଏ ଫିଟିକିରି ଗୁଣ୍ଡ ମିଶାଇ ଦିଅନ୍ତୁ ଓ ଏହି ମିଶ୍ରଣକୁ କଦଳୀ ଭିତରେ ଧ୍ୟାନପୂର୍ବକ ପୁରାଇ ଦିଅନ୍ତୁ ।

ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କ ଅର୍ଶ କରିବା ପାଇଁ ଘରୋଇ ଉପଚାର । ଏହା ଅଲସର ଏବଂ ଜଣ୍ଡିସ ରୋଗ ପାଇଁ ମଧ୍ୟ ଅତ୍ୟନ୍ତ ଲାଭଦାୟକ ଅଟେ । ଅର୍ଶରୁ ଯଦି ରକ୍ତ ପଡୁଥାଏ ତେବେ ତାହା ମଧ୍ୟ ଭଲ ହୋଇଯିବ । ଯଦି ଆପଣଙ୍କ ଅର୍ଶ ସମସ୍ୟା ବହୁତ ଦିନରୁ ରହିଛି ତେବେ ଆପଣ ଏହି ଉପଚାରକୁ ଦିନକୁ ଦୁଇଥର ସେବନ କରିପାରିବେ ।

ତିନିରୁ ଚାରି ଦିନ ଏହାକୁ ସେବନ କରିନ୍ତୁ ଦେଖିବେ ଅତି ପୁରୁଣା ଅର୍ଶ ମଧ୍ୟ ଭଲ ହୋଇଯିବ । ଏହାକୁ ସକାଳୁ ଖାଲି ପେଟରେ ସେବନ କରନ୍ତୁ ଓ ଅଧ ଘଣ୍ଟାରୁ ଘଣ୍ଟାଏ ଯାଏଁ ଅନ୍ୟ କିଛି ଭୋଜନ କରନ୍ତୁ ନାହିଁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।