ଦେଖନ୍ତୁ ଭିଡିଓ: “ମୋ ସ୍ଵାମୀ ଜଣେ ଲାଞ୍ଚୁଆ ଅଫିସର, ସେ ଘରକୁ…” ତହସିଲଦାରଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣିଲେ ପତ୍ନୀ, ଦେଖନ୍ତୁ ସେ କଣ କହୁଛନ୍ତି

ତହସିଲଦାର ସ୍ଵାମୀଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ତାଙ୍କ ପତ୍ନୀ । ତହସିଲଦାରଙ୍କ ପରକୀୟା ପ୍ରୀତି ଏବଂ ଲାଞ୍ଚୁଆ ସ୍ଵଭାବ ଆଦିର ପର୍ଦ୍ଦାଫାଶ କରିଛନ୍ତି ତାଙ୍କ ଧର୍ମପତ୍ନୀ । ରାଜଗାଙ୍ଗପୁର ତହସିଲଦାର ଶରତ କୁମାର ବାଗ୍ ଙ୍କ ନାଁରେ ଅଭିଯୋଗ ଆଣିଛନ୍ତି ପତ୍ନୀ ଡାଲିଆ । ତହସିଲଦାରଙ୍କ ସହ ୨୦୦୬ ମସିହାରେ ସେ ରେଜିଷ୍ଟ୍ରି ମ୍ୟାରେଜ କରିଥିଲେ । ବ୍ଯ୍ବହାର କିଛିଦିନ ତାଙ୍କ ସହ ରହିବା ପରେ ସେ ଜାଣିପାରି ଥିଲେ କି ତାଙ୍କ ସ୍ଵାମୀଙ୍କର ଅନ୍ୟ ମହିଳାଙ୍କ ସହ ଖରାପ ସମ୍ପର୍କ ରହିଛି ।

ଯାହାକୁ ନେଇ ସେ ତାଙ୍କୁ ଖୁବ ବୁଝାଇଥିଲେ କି ପୂର୍ବରୁ ଯାହା କରିଛ ସେସବୁ ଭୁଲି ଆମ ବୈବାହିକ ଜୀବନକୁ ଭଲରେ ଆଗେଇ ନେବା ପାଇଁ । ସ୍ତ୍ରୀଙ୍କ କଥାରେ ସେ ସହମତି ପ୍ରକାଶ କରିଥିଲେ ମଧ୍ୟ ତାଙ୍କ ସ୍ଵଭାବରେ କୌଣସି ପରିବର୍ତ୍ତନ ହୋଇ ନଥିଲା । ୨୦୨୦ ମସିହା ସେପ୍ଟେମ୍ବର ମାସରେ ଝାରସୁଗୁଡାରେ ଅଞ୍ଜଲି ନାଗ ନାମକ ଜଣେ ମହିଳାଙ୍କ ସହ ସେ ସ୍ଵାମୀଙ୍କୁ ରେଡ ହ୍ୟାଣ୍ଡରେ ଧରିବା ପରେ ସେତେବେଳେ ମଧ୍ୟ ଏହି ଖବର ଚର୍ଚ୍ଚାରେ ରହିଥିଲା । ଯାହାଫଳରେ ଶରତ କୁମାର ବାଗ୍ ଆରେଷ୍ଟ ହୋଇଥିଲେ ।

କିନ୍ତୁ ତାଙ୍କର ତିନୋଟି ଝିଅ ଥିବାରୁ ସ୍ଵାମୀ ଯେତେବେଳେ ତାଙ୍କୁ ଭୁଲ ମାଗିଥିଲେ ସେ ସ୍ଵାମୀଙ୍କୁ କ୍ଷମା କରିଥିଲେ ଓ ସର୍ତ୍ତମୂଳକ ଜାମିନରେ ବାହାର ଆସିଥିଲେ । କିନ୍ତୁ ଏହାପରେ ମଧ୍ୟ ସେ ସୁଧୁରି ନଥିଲେ । ଏବେ ରାଉଲକେଲାରେ ଅନ୍ୟ ଜଣେ ମହିଳାଙ୍କ ସହ ରହୁଥିବା କଥା ଜାଣିବା ପରେ ମହିଳା ଜଣକ ପୁଣି ଥରେ ସ୍ବାମୀଙ୍କ ନାଁରେ ଅଭିଯୋଗ ଆଣିଛନ୍ତି । ତାଙ୍କ ଝିଅମାନେ ମଧ୍ୟ କେଉଁଠି ଅଛନ୍ତି ସେ ଜାଣି ନାହାନ୍ତି ବୋଲି କହିଛନ୍ତି ।

ଝିଅମାନେ ତାଙ୍କ ବାପାଙ୍କ ସହ ଆଉ ଜଣେ କେହି ମହିଳା ରହୁଥିବା କଥା ମା’କୁ ଜଣାଇଥିଲେ । ଶରତ କୁମାର ବାଗ ନିଜ ଝିଅମାନଙ୍କୁ ଉକ୍ତ ମହିଳାଙ୍କୁ ମା ଡାକିବା ପାଇଁ ମଧ୍ୟ ବାଧ୍ୟ କରୁଥିବାର ସେ କହିଛନ୍ତି । ଏହାସହ ନିଜ ସ୍ଵାମୀଙ୍କୁ ସେ ଜଣେ ଲାଞ୍ଚୁଆ ଅଫିସର ବୋଲି କହିଛନ୍ତି । ଘରକୁ ବିଡା ବିଡା ଟଙ୍କା ଆଣିବାର ସେ ଦେଖିଛନ୍ତି ବୋଲି ବୟାନ ଦେଇଛନ୍ତି । ଟଙ୍କା ପାଇଁ ମଧ୍ୟ ସେ ପୂର୍ବରୁ ନିଜ ସ୍ଵାମୀଙ୍କୁ ଚେତାବନୀ ଦେଇଥିଲେ କି ତାଙ୍କ ଘରକୁ ଏଭଳି ଲାଞ୍ଚ ତାଙ୍କ ନ ଆଣିବା ପାଇଁ ।

ତେବେ ଝିଅମାନେ କେଉଁଠି ଅଛନ୍ତି ସେ ଜାଣି ନଥିବାରୁ ଏବଂ ତାଙ୍କ କୌଣସି ଯୋଗାଯୋଗ କରିପାରୁ ନଥିବାରୁ ସେମାନଙ୍କୁ ଖୋଜି ଆଣିବା ପାଇଁ ସେ ଦାବି କରିଛନ୍ତି । ଏନେଇ ଥାନାରେ ଏତଲା ମଧ୍ୟ ଦେଇ ସାରିଛନ୍ତି । ତେବେ ଦେଖାଯାଉ ଆଗକୁ ତହସିଲଦାରଙ୍କ ଉପରେ କଣ କାର୍ଯ୍ୟାନୁଷ୍ଠାନ ନିଆଯାଉଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।