Bollywood ରେ ଶୋକର ଛାୟା ! ଲିଭିଗଲା ସ୍ଵର ସାମ୍ରାଜ୍ଞୀ Lata Mangeshkar ଙ୍କ ଜୀବନ ଦୀପ, ଚିକିତ୍ସାଧୀନ ଅବସ୍ଥାରେ ହେଲା ଦେହାନ୍ତ

ବର୍ତ୍ତମାନ ସମୟର ଏକ ବଡ ଦୁଃଖଦ ଖବର ଶୁଣିବାକୁ ମିଳିଛି । ସଙ୍ଗୀତ ଜଗତର ମହାନାୟିକା ଲତା ମଙ୍ଗେସକରଙ୍କ ଆଜି ଦେହାନ୍ତ ହୋଇଛି । ସ୍ଵର ସାମ୍ରାଜ୍ଞୀ ଲତା ମଙ୍ଗେସକର ଚିକିତ୍ସାଧୀନ ଅବସ୍ଥାରେ ଦେହତ୍ୟାଗ କରିଛନ୍ତି । ଆଉ ଆମଗହନରେ ନାହାନ୍ତି ଏହି ସଙ୍ଗୀତ ଦୁନିଆର ଯାଦୁଗରିଣୀ । ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିବା ଖବର ସାମ୍ନାକୁ ଆସିଛି । ମୃତ୍ୟୁ ବେଳେ ଲତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା ।

ସେ ଏପରି ଜଣେ ସଙ୍ଗୀତ ଶିଳ୍ପୀ ଥିଲେ ଯାହାଙ୍କ ସଙ୍ଗୀତରେ ଦର୍ଶକେ ମନ୍ତ୍ରମୁଗ୍ଧ ହୋଇ ଯାଉଥିଲେ । ସଙ୍ଗୀତ ଦୁନିଆକୁ ତାଙ୍କର ଯଥେଷ୍ଟ ଅବଦାନ ରହିଛି । ନିଜ କୋକିଳ କଣ୍ଠରେ ଦର୍ଶକ ତଥା ଶ୍ରୋତାଙ୍କୁ ଅନେକ ସୁନ୍ଦର ସୁନ୍ଦର ଗୀତ ସେ ଭେଟି ଦେଇଛନ୍ତି । ଦେଶାତ୍ମବୋଧକ ଗୀତ ହେଉ ଅବା ବଲିଉଡର ରୋମାଣ୍ଟିକ ନମ୍ବର ସବୁଥିରେ ସେ ନିଜ କୋକିଳ କଣ୍ଠର ଜାଦୁ ଦେଖାଉଥିଲେ । ତାଙ୍କର ପ୍ରତ୍ଯେକଟି ଗୀତକୁ ଦର୍ଶକେ ଖୁବ ପସନ୍ଦ କରୁଥିଲେ ।

ତେବେ ଯେଉଁ କଣ୍ଠ ଶୁଣି ଲୋକେ ମତୁଆଲା ହୋଇ ଯାଉଥିଲେ ସେହି କଣ୍ଠ ଏବେ ଆଉ ଶୁଣିବାକୁ ମିଳିବନି । ଚୀର ଦିନ ପାଇଁ ସ୍ଵର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ଜୀବନ ଦୀପ ଲିଭି ଯାଇଛି । ଗତ ଜାନୁୟାରୀ ୮ ତାରିଖରୁ କରୋନାରେ ସଂକ୍ରମିତ ହେବା ପରେ ତାଙ୍କୁ ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରା ଯାଇଥିଲା । ତାଙ୍କ ସ୍ଵାସ୍ଥ୍ୟାବସ୍ଥା ଧୀରେ ଧୀରେ ସଂକଟାପନ୍ନ ଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ସାମାନ୍ୟ ସୁଧାର ଆସିଥିଲା ।

ତେବେ ଗତକାଲି ପୁଣି ତାଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡି ଯିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରା ଯାଇଥିଲା । ଆଉ ଆଜି ୯୨ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ଲତା ମଙ୍ଗେସକରଙ୍କ ସୁମଧୁର ସ୍ଵରର କୌଣସି ତୁଳନା ନାହିଁ । ଅନେକ ବୟସ ହେବା ପରେ ମଧ୍ୟ ସେ ଠିକ ସମାନ ମଧୁରତାର ସହ ଗୀତ ଗାଉଥିଲେ । ତାଙ୍କ ଗୀତର ସ୍ଵରରେ ସମସ୍ତଙ୍କୁ ବାନ୍ଧି ରଖୁଥିବା ଲତାଙ୍କୁ ଆଉ ଶୁଣିବାକୁ ମିଳିବନି । କିନ୍ତୁ ସଙ୍ଗୀତ ଦୁନିଆରେ ତାଙ୍କ ଅବଦାନ ଏବଂ ଭୂମିକା ଚିର ସ୍ମରଣୀୟ ହୋଇ ରହିବ ।

୮୦ ଦଶକରୁ ଆରମ୍ଭ କରି ବିଂଶ ଶତାବ୍ଦୀର ଲୋକେ ମଧ୍ୟ ଲତାଙ୍କ କଣ୍ଠ ସ୍ଵର ଶୁଣିବାକୁ ଖୁବ ଭଲ ପାଉଥିଲେ । ତେବେ ଭଗବାନ ତାଙ୍କ ଆମର ଆତ୍ମାକୁ ଶାନ୍ତି ପ୍ରଦାନ କରନ୍ତୁ ବୋଲି ଆମର ପ୍ରାର୍ଥନା । ସେ ନିଜ ସଙ୍ଗୀତ ମାଧ୍ୟମରେ ସର୍ବଦା କୋଟି କୋଟି ଭାରତୀୟଙ୍କ ହୃଦୟରେ ଜୀବିତ ରହିବେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।