ମାଙ୍କଡ ହେଲେ ବି ବିବେକୀ ! ଛାଡିବାକୁ ନାରାଜ ସାଥି ମାଙ୍କଡର ଶବ ! ଆଖିରୁ ଝରି ଯାଉଛି ଲୁହ, ଭିଡିଓ ଦେଖିଲେ ଆପଣଙ୍କ ଆଖି ବି ଛଳଛଳ ହେଇଯିବ !

ମଣିଷ ହେଉକି ମାଙ୍କଡ ଆତ୍ମୀୟ ସ୍ଵଜନଙ୍କ ମୃତ୍ୟୁ ହେଲେ ସମସ୍ତେ ମ୍ରିୟମାଣ ହୋଇଯାନ୍ତି । ବାଲେଶ୍ଵର ସହର ରେମୁଣା ନିକଟ କରାଲି ଗାଁର ଏହି ଦୃଶ୍ୟ ଉପସ୍ଥିତ ଲୋକଙ୍କ ଆଖିକୁ ଛଳଚ୍ଛଳ କରି ଦେଇଥିଲା । ମୃତ ମାଙ୍କଡର ଶବକୁ ସତ୍କାର କରିବା ପାଇଁ ଛାଡୁ ନଥାନ୍ତି ଗାଁର ମାଙ୍କଡ ମାନେ । ଗୁରୁବାର ଦିନ ସକାଳୁ ସକାଳୁ ଗାଁର ଏକ କୁକୁର ସହ ଖେଳୁଥିଲେ ମାଙ୍କଡ ଦଳ । ଠିକ ଏହି ସମୟରେ ଘଟିଲା ଏହି ଦୁଃଖଦ ଘଟଣା ।

ମାଙ୍କଡ ଦଳରେ ଥିବା ଗୋଟିଏ ମାଙ୍କଡ ଖେଳୁ ଖେଳୁ ଖୁସିରେ ଡେଇଁ ଡେଇଁ ଚଢି ଯାଇଥିଲା ନିକଟରେ ଥିବା ଏକ ବିଦ୍ୟୁତ ଟ୍ରାନ୍ସଫର୍ମର ଉପରେ । କିନ୍ତୁ ସେ ଜାଣି ନଥିଲା କି ସେଇଠି ତାକୁ ଜଗି ବସିଥିଲା ଯମ । ସେଇଠି ବସିବାର କିଛି ସମୟ ପରେ ମାଙ୍କଡଟି ଟ୍ରାନ୍ସଫର୍ମର ବାଡରେ ଝୁଲି ପଡିଥିଲା । ଏହା ଦେଖି ଅନ୍ୟ ମାଙ୍କଡ ମାନେ କିଛି ବୁଝି ପାରି ନଥିଲେ । ସେମାନଙ୍କ ଖେଳ ବନ୍ଦ ହୋଇ ଯାଇଥିଲା । ଆତଙ୍କ ଓ କୌତୁହଳରେ ସବୁ ମାଙ୍କଡ ଟ୍ରାନ୍ସଫର୍ମର ଉପରକୁ ଚାହିଁ ରହିଥିଲେ । କେହି କିନ୍ତୁ ସେଠାକୁ ସାହସ କରି ଯାଇ ପାରୁ ନଥିଲେ ।

ଟ୍ରାନ୍ସଫର୍ମର ଉପରେ ବସିଥିବା ମାଙ୍କଡର ଜୀବନ ସେହିଠାରେ ଛଟପଟ ହୋଇ ଚାଲି ଯାଇଥିଲା । ଗ୍ରାମବାସୀ ମାନେ ବିଦ୍ୟୁତ ବିଭାଗକୁ ଖବର ଦେବା ପରେ ସେମାନେ ଲାଇନ କାଟି ମାଙ୍କଡଟିକୁ ଟ୍ରାନ୍ସଫର୍ମର ଉପରୁ ତଳକୁ ଆଣିଥିଲେ । ଆଉ ଏହାପରେ ହିଁ ମାଙ୍କଡ ମାନଙ୍କର ବ୍ୟସ୍ତତା ଦେଖିବାର ଥିଲା । ମାଙ୍କଡର ଆତ୍ମୀୟ ସ୍ଵଜନ ମାନେ ଅନେକ ସମୟ ପର୍ଯ୍ୟନ୍ତ ମୃତ ମାଙ୍କଡ ଚାରିପଟେ ଘୁରି ବୁଲିଥିଲେ ।

ହୁଏତ ସେମାନେ ନିଜ ଭାଷାରେ ମୃତ ସାଥିକୁ ଜଣାଉଥିଲେ ଶେଷ ଶ୍ରଦ୍ଧାଞ୍ଜଳି । ଆଉ ଏହି କଥାକୁ ବୁଝି ପାରିଥିଲେ ଗ୍ରାମବାସୀ । ମୃତ ମାଙ୍କଡର ଶବକୁ ଟେକି ଟେକି ନେଇ ସେମାନଙ୍କ ଦର୍ଶନ ପାଇଁ ବିଲ ମଝିରେ ନେଇ ରଖିଥିଲେ । ସେଠାରେ ମାଙ୍କଡ ମାନେ ତାକୁ ଘେରି ରହିଥିଲେ । ସ୍ଥିତି ଏମିତି ହେଲା ଯେ ଯେତେବେଳେ ଶବ ସତ୍କାର ପାଇଁ ଗାଁ ଲୋକମାନେ ଚାହିଁଥିଲେ ସେମାନେ ଆଉ ମାଙ୍କଡର ଶବକୁ ଦେବାକୁ ପ୍ରସ୍ତୁତ ନଥିଲେ । ଯିଏ ପାଖକୁ ଗଲା ଖେଙ୍କାରି ହୋଇ ଗୋଡାଇଥିଲେ ।

କିନ୍ତୁ ଶେଷରେ ଗାଁ ଲୋକମାନେ ମାଙ୍କଡର ଶବ ଆଣି କୀର୍ତ୍ତନ କରି ତା’ର ସତ୍କାର କରିଥିଲେ । ଆଉ ଚାରିକଡେ ରହି ଏହି ପୁରା ଦୃଶ୍ୟ ଦେଖୁଥିଲେ ଅନ୍ୟ ମାଙ୍କଡ ସାଥିମାନେ । ମଣିଷ ହେଉ ବା ପଶୁ ସମ୍ପର୍କର ବନ୍ଧନରେ ସମସ୍ତେ ବନ୍ଧା । ଏହି କରୁଣ ଦୃଶ୍ୟ ଏହାର ଏକ ଉଦାହରଣ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।