Interesting GK Q&A: କାଉ କେଉଁ ଦେଶର ଜାତୀୟ ପକ୍ଷୀ ? ଏହାସହ ଜାଣନ୍ତୁ ଆହୁରି କେତେକ ସାଧାରଣ ଜ୍ଞାନ ପ୍ରଶ୍ନୋତ୍ତର

ଆଜିର ପ୍ରତିଯୋଗୀତା ମୂଳକ ଯୁଗରେ ଯୁବପିଢିଙ୍କ ମଧ୍ୟରେ ସାମାନ୍ଯ ଜ୍ଞାନ ରହିବା ଅତ୍ୟନ୍ତ ଜରୁରୀ । ଆଜିକାଲି ଯେକୌଣସି ସରକାରୀ ଓ ବେସରକାରୀ ଚାକିରି ପାଇବାକୁ ହେଲେ ସାଧାରଣ ଜ୍ଞାନ ଥିବା ନିହାତି ଜରୁରୀ । ଏପରିକି ବେପାର କରୁଥିବା ବ୍ୟକ୍ତିଙ୍କର ମଧ୍ୟ ସାଧାରଣ ଜ୍ଞାନ ଥିବା ଅତ୍ୟନ୍ତ ଜରୁରୀ ହୋଇଗଲାଣି । ଏଭଳି ସ୍ଥଳେ ଆପଣଙ୍କ ସାଧାରଣ ଜ୍ଞାନ ପରୀକ୍ଷା ପାଇଁ ଆଜି ଆମେ ଆପଣଙ୍କ ପାଇଁ କିଛି ମଜାଦାର ସାଧାରଣ ଜ୍ଞାନ ପ୍ରଶ୍ନ ଓ ଉତ୍ତର ନେଇ ଆସିଛୁ ।

1- ଆଧାର କାର୍ଡ ପ୍ରଥମେ କେଉଁ ରାଜ୍ୟରେ ତିଆରି କରା ଯାଇଥିଲା ?

ଉ: ମହାରାଷ୍ଟ୍ର ରେ ।

2- ଭାରତରେ କାହାକୁ ପ୍ରାସାଦର ସହର କୁହାଯାଏ ?

ଉ: କଲିକତା କୁ ।

3- ବ୍ରିଟିଶ ମାନେ ଭାରତକୁ କେତେ ବର୍ଷ ଶାସନ କରିଥିଲେ ?

ଉ: 200 ବର୍ଷ ।

4- ପୋଙ୍ଗଲ କେଉଁ ରାଜ୍ୟର ମୁଖ୍ୟ ପର୍ବ ଅଟେ ?

ଉ: ତାମିଲନାଡୁ ରାଜ୍ୟ ର ।

5- ସମଗ୍ର ବିଶ୍ବରେ ଦୁଗ୍ଧ ଉତ୍ପାଦନରେ ଭାରତର ସ୍ଥାନ କେତେ ରେ ରହିଛି ।

ଉ: ପ୍ରଥମ ସ୍ଥାନ ।

6- ଅଧିକ ଲୁଣ ଖାଇବା ଦ୍ଵାରା ଆମ ଶରୀରର କେଉଁ ଅଙ୍ଗ ନଷ୍ଟ ହୋଇଯାଏ ?

ଉ: କିଡନୀ ନଷ୍ଟ ହୁଏ ।

7- ପ୍ରସିଦ୍ଧ ଚେତକ ଘୋଡା କାହା ସହିତ ଜଡିତ ?

ଉ: ରାଜା ମହାରଣା ପ୍ରତାପଙ୍କ ସହ ।

8- କେଉଁ ଫସଲକୁ ଧଳା ସୁନା ବୋଲି କୁହାଯାଏ ?

ଉ: କପାକୁ ଧଳା ସୁନା କୁହାଯାଏ ।

9- ତ୍ରିରଙ୍ଗାର ଅଶୋକ ଚକ୍ରରେ କେତୋଟି ରେଖା ଅଛି ?

ଉ: 24 ଟି ରେଖା ଅଛି ।

10- କେଉଁ ଦେଶରେ ଖବରକାଗଜ କପଡା ଉପରେ ଛପା ଯାଇଥାଏ ?

ଉ: ସ୍ପେନ ରେ।

11- ଭାରତର ସମୁଦାୟ କେତୋଟି ସ୍ଥାନରେ ନୋଟ୍ ଛପା ହୋଇଥାଏ ?

ଉ: ଚାରୋଟି ସ୍ଥାନରେ ।

12- ଶ୍ରୀ ଜଗନ୍ନାଥ ମନ୍ଦିର କେଉଁ ରାଜ୍ୟରେ ଅବସ୍ଥିତ ?

ଉ: ଓଡିଶା ରେ ।

13- ପୃଥିବୀରେ ମୋଟ କେତୋଟି ମହାସାଗର ଅଛି ?

ଉ: 5 ଟି ।

14- ଦୁନିଆର ସବୁଠୁ ବଡ ବିମାନବନ୍ଦର କେଉଁଠାରେ ଅବସ୍ଥିତ ?

ଉ: ସାଉଦି ଆରବ ରେ ।

15- ଦୁନିଆର କେଉଁ ଦେଶରେ ଗୋଟିଏ ବି ଖେଳ ନାହିଁ ?

ଉ: ସିଙ୍ଗାପୁର ।

16: ଭାରତର କେଉଁ ରାଷ୍ଟ୍ରପତି ପିଲାଦିନେ ଖବର କାଗଜ ବିକ୍ରି କରୁଥିଲେ ?

ଉ: ଏପିଜେ ଅବଦୁଲ କଲାମ ।

17- କେଉଁ ପଶୁ ଦର୍ପଣକୁ ଦେଖିବା ପାଇଁ ସବୁଠୁ ବେଶୀ ଭୟ କରେ ?

ଉ: ଘୁଷୁରି ।

18- କେଉଁ ଜୀବ 3 ବର୍ଷ ଯାଏଁ ଶୋଇ ରହିଥାଏ ?

ଉ: ଗେଣ୍ଡା ।

19- କେଦାରନାଥ ମନ୍ଦିର କେଉଁଠାରେ ଅବସ୍ଥିତ ?

ଉ: ଉତ୍ତରାଖଣ୍ଡ ।

20- କାଉ କେଉଁ ଦେଶର ଜାତୀୟ ପକ୍ଷୀ ?

ଉ: ଭୁଟାନ ଦେଶର ।

ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।