Jyotish Shastra- ସବୁବେଳେ ଦୁଃଖରେ ରହିଥାନ୍ତି ଏହି 3 ନାମର ଝିଅ

ଜୀବନ ଏକ ରଙ୍ଗମଞ୍ଚ ସଦୃଶ । ଯେଉଁଠି ସୁଖଦୁଃଖ ଆସୁଥାଏ ଓ ଯାଉଥାଏ । ଏହାର ନିଜର କୌଣସି ଅସ୍ତିତ୍ବ ବା ଆଧାର ନ ଥାଏ, ତାହା ମନୁଷ୍ୟର ଅନୁଭୂତିର ପରିଣାମ ଅଟେ । କଷ୍ଟକର ସମୟରେ ବ୍ୟକ୍ତି ଏତେ ଅସହଜ ଅନୁଭବ କରିଥାଏ ଯେ ସେ ନିଜ ପୀଡକୁ ପ୍ରକାଶ କରିବାକୁ ଚାହିଁଥାଏ । ନିଜ ଲୋକଙ୍କ ମଧ୍ୟରେ ହିଁ ନିଜ ଦୁଃଖ ବ୍ୟଥା ବାଣ୍ଟିବା ଉଚିତ୍ ।

ଖରାପ ସମୟ ଦେଇ ଗତି କରୁଥିବା ବ୍ୟକ୍ତିଙ୍କୁ କେବେ ମଧ୍ୟ ତାଙ୍କ ଦୁଃଖର କାରଣ ମନେ ପକାଇଦେବା ଠିକ୍ ନୁହେଁ । ଆପଣ ଦେଖିଥିବେ ଆମ ଆଖପାଖରେ କିଛି ଏପରି ଲୋକଥାନ୍ତି ଯେଉଁମାନେ ପ୍ରାୟତଃ ଦୁଃଖୀ ରହିଥାନ୍ତି । ଆଉ ଜୀବନରେ ସଠିକ୍ ଓ ସତ୍ୟ ପ୍ରେମ ନ ମିଳିବା ତାଙ୍କ ଦୁଃଖର କାରଣ ହୋଇଥାଏ ।

ସେମାନଙ୍କୁ ଯେ କୌଣସି ପରିସ୍ଥିତି ମଧ୍ୟ ଖୁସି ଦେଇ ପାରେ ନାହିଁ । ନକାରାତ୍ମକ ମନୋଭାବ ଯୋଗୁଁ କେବେ ଉଜ୍ଵଳତା ଦେଖି ପାରି ନ ଥାଆନ୍ତି ଓ ଏହା ସେମାନଙ୍କ ସ୍ୱଭାବରେ ପରିଣତ ହୋଇଯାଏ । ତେବେ ଆଜି ଏମିତି କିଛି ଝିଅଙ୍କ ବିଷୟରେ ଜାଣିବା ଯେଉଁମାନେ ଜୀବନରେ ଦୁଃଖୀ ରହିଥାନ୍ତି ।

B ନାମ ଥିବା ଝିଅମାନେ

B ନାମ ଥିବା ଝିଅମାନଙ୍କ ଅଧିକାଂଶ ଜୀବନ ଦୁଃଖରେ ହିଁ ଅତିବାହିତ ହୋଇଥାଏ । କିନ୍ତୁ ଏମାନଙ୍କ ମଧ୍ୟରେ ବହୁତ ଉତ୍ତମତା ତଥା ଭଲ ଗୁଣ ମଧ୍ୟ ଦେଖା ଯାଇଥାଏ । ଆଉ ଏହି ଉତ୍ତମତା, ନିଷ୍କପଟତା ଓ ସାହାଯ୍ୟ ମନୋବୃତ୍ତି ହିଁ ଏମାନଙ୍କ ଦୁଃଖର କାରଣ ହୋଇଥାଏ । ଯାହା ହେତୁ ଏମାନଙ୍କୁ ସେମାନଙ୍କ ସତ୍ୟ ପ୍ରେମ ମିଳି ପାରି ନ ଥାଏ । କାହିଁକି ନା ଏହି ଝିଅମାନେ ନିଜ ଖୁସି ଠୁ ଅଧିକ ସବୁବେଳେ ଅନ୍ୟର ଖୁସି ଦେଖିଥାନ୍ତି । ସେଥିପାଇଁ ଏମାନେ ଜାବନରେ ଖୁବ୍ କମ୍ ସୁଖି ରୁହନ୍ତି ତଥା ସର୍ବଦା ଦୁଃଖୀ ହିଁ ରହିଥାନ୍ତି ।

P ନାମ ଥିବା ଝିଅମାନେ

P ନାମର ଝିଅମାନେ ବହୁତ ସିଧାସାଧା ଓ ସଚ୍ଚୋଟ ମନୋଭାବର ହୋଇଥାନ୍ତି । ଏମାନଙ୍କ ଏକ ଖାସ୍ ଗୁଣ ହେଉଛି ଏମାନେ ଅନ୍ୟର ଖୁସିରେ ନିଜ ଖୁସି ଖୋଜି ନିଅନ୍ତି । କେବଳ ଏତିକି ନୁହେଁ ଏମାନେ ଅନ୍ୟ ମାନଙ୍କୁ ଖୁସି ବାଣ୍ଟୁ ବାଣ୍ଟୁ ନିଜ ଖୁସିରୁ ବଞ୍ଚିତ ରହିଯାନ୍ତି । ଏଥି ସକାଶୁ ଏମାନଙ୍କୁ ଖୁସି ମିଳି ପାରେ ନାହିଁ ଓ ଏମାନଙ୍କ ମନୋଭାବକୁ କେହି ସହଜରେ ବୁଝି ନ ପାରୁ ଥିବାରୁ ଏମାନେ ଜୀବନସାରା ଦୁଃଖରେ ରୁହନ୍ତି ।

S ନାମ ଥିବା ଝିଅମାନେ

S ନାମ ର ଝିଅମାନେ ହୃଦୟରୁ ବହୁତ ସଚ୍ଚୋଟ ଓ ନିଷ୍କପଟ ହୋଇଥାନ୍ତି ଓ ଏହି ଝିଅମାନେ ସବୁବେଳେ ଅନ୍ୟ ପାଇଁ ବହୁତ ଚିନ୍ତା କରିଥାନ୍ତି । ଆପଣ ଦେଖିଥିବେ ଏହି ଝିଅମାନେ ଅନ୍ୟର ସାହାଯ୍ୟ କରିବାକୁ ବେଶୀ ପସନ୍ଦ କରିଥାନ୍ତି । ଏହି କାରଣରୁ ଏମାନଙ୍କ ସାଥିଙ୍କ ସହ ପ୍ରାୟତଃ ମନୋମାଳିନ୍ୟ ହୋଇ ଯାଇଥାଏ । ଏଥିପାଇଁ ଏମାନେ ସତ୍ୟ ପ୍ରେମ ମିଳି ପାରେ ନାହିଁ ଓ ଏମାନେ ସତ୍ୟ ପ୍ରେମରୁ ବଞ୍ଚିତ ରହିଥାନ୍ତି ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।