ଜ୍ଯୋତିଷ ଅନୁସାରେ ପାଦରେ ଅଳତା କେଉଁ ଶୁଭଫଳ ପ୍ରଦାନ କରେ ? ଜାଣନ୍ତୁ ଏନେଇ Astrologer Pragyan Tripathy ଙ୍କ ଖାସ୍ ଟିପ୍ସ

ଆଜି ଆମେ ଜାଣିବା ଜ୍ୟୋତିର୍ବିଦ ପ୍ରଜ୍ଞା ତ୍ରିପାଠୀଙ୍କ ଠାରୁ କି, ପାଦର ଅଳତା ଆମ ପାଇଁ କେତେ ଭଲ ହୋଇଥାଏ ବା କଣ ସବୁ ଶୁଭଫଳ ଦେଇଥାଏ । ଜ୍ଯୋତିଷ ଅନୁସାରେ ପାଦ ଗ୍ରହଗୁରୁ ବୃହସ୍ପତିଙ୍କର ହୋଇଥାଏ ମାନାଯାଏ । କାରଣ କାଳପୁରୁଷର ଦ୍ଵାଦଶ ଭାବରେ ମୀନ ରହିଥାନ୍ତି ଓ ମୀନ ପାଦକୁ ଦର୍ଶାଇଥାନ୍ତି । ଏହି ଦ୍ଵାଦଶ ଭାବ ହେଉଛି ମୋକ୍ଷର ସ୍ଥାନ ବା ସଂସ୍କାରର ଘର । ଦ୍ଵାଦଶ ଭାବରେ ରହୁଥିବା ପାଦ ହେଉଛି ବୃହସ୍ପତିଙ୍କ ଘର । ଆଉ ବୃହସ୍ପତି ବୁଦ୍ଧି, ଜ୍ଞାନ ଏବଂ ସୌଭାଗ୍ୟ ପ୍ରଦାନକାରୀ ହୋଇଥାନ୍ତି ।

ନାରୀମାନେ ହିଁ ପାଦରେ ଅଳତା ଲଗାଇଥାନ୍ତି । ତେଣୁ ଖାସ କରି ନାରୀମାନଙ୍କ ପାଇଁ ସୌଭାଗ୍ୟ ଆଣି ଦେଇଥାନ୍ତି ବୃହସ୍ପତି । ଅଳତାର ରଙ୍ଗ ହେଉଛି ଲାଲ । ଆଉ ଜ୍ଯୋତିଷ ଅନୁସାରେ ଏହି ଲାଲ ରଙ୍ଗ ମଙ୍ଗଳଙ୍କର ବୋଲି ମାନାଯାଏ । ମଙ୍ଗଳ ଗ୍ରହ ଦ୍ଵାଦଶ ଘରର ଦ୍ଵିତୀୟ । ଅର୍ଥାତ ଦ୍ଵାଦଶ ଭାବର ଦ୍ଵିତୀୟ ଘର ହେଉଛି ମେଷ ଘର ଏବଂ ଦ୍ଵାଦଶ ଘର ଠାରୁ ନବମ ସ୍ଥାନ ହେଉଛି ବିଛା ଘର ।

ଯାହାକି କାଳପୁରୁଷର ଦ୍ଵିତୀୟ ଏବଂ ଅଷ୍ଟମ ଭାବ ଓ ଏହି ଦୁଇ ଘରର ଅଧିପତି ହେଉଛନ୍ତି ମଙ୍ଗଳ । ଆଉ ମଙ୍ଗଳଙ୍କ ରଙ୍ଗ ହେଉଛି ଲାଲ । ଆଉ ଅଳତା ଏକ ତରଳ ପଦାର୍ଥ ଅର୍ଥାତ ଏଥିରେ ଜଳ ମଧ୍ୟ ରହୁଛି । ଆଉ ଏହି ଜଳ ଚନ୍ଦ୍ରମାଙ୍କୁ ଦର୍ଶାଏ । ପାଦର ଅଳତାକୁ ମଧ୍ୟ ସେହିପରି ଦେଖାଯାଏ ।

ପାଦ ହେଉଛି ବୃହସ୍ପତିଙ୍କର ଓ ଲାଲ ରଙ୍ଗ ହେଉଛି ମଙ୍ଗଳଙ୍କର ଏବଂ ତରଳ ପଦାର୍ଥ ହେଉଛନ୍ତି ଚନ୍ଦ୍ରମା । ଯେତେବେଳେ ମଙ୍ଗଳଙ୍କ ସହ ଚନ୍ଦ୍ରମା ଆସି ଯାଇଥାନ୍ତି ସେତେବେଳେ ଲକ୍ଷ୍ମୀ ନୃସିଂହ ଯୋଗ ସୃଷ୍ଟି ହୋଇଥାଏ । ଆଉ ଚନ୍ଦ୍ରମା ବୃହସ୍ପତିଙ୍କ ସହ ଆସିଲେ ସେଠାରେ ଗୁରୁଚାନ୍ଦ୍ରି ଯୋଗ ସୃଷ୍ଟି ହୋଇଥାଏ ।

ହିନ୍ଦୁ ଧର୍ମ ଶାସ୍ତ୍ରରେ କୁହା ଯାଇଥିବା ଷୋହଳ ଶୃଙ୍ଗାର ମଧ୍ୟରେ ଅଳତା ମଧ୍ୟ ରହିଛି । ଆପଣ ଦେଖିଥିବେ ଅନେକ ମହିଳା ଗୁରୁବାର ଦିନ ପାଦରେ ଅଳତା ଲଗାଇଥାନ୍ତି । ଅଳତା ସୌଭାଗ୍ୟ ଆଣି ଦେଇଥାଏ । ତେଣୁ ଅଳତା ଲଗାଇବା ଦ୍ଵାରା ଚନ୍ଦ୍ରମା ବଳବାନ ହୋଇଥାନ୍ତି, ମା ଲକ୍ଷ୍ମୀଙ୍କ ଆଶୀର୍ବାଦ ମିଳିଥାଏ ଓ ଦ୍ଵାଦଶ ଭାବ ମଧ୍ୟ ବଳବାନ ହୋଇଥାନ୍ତି ।

ତେଣୁ ପାଦକୁ ସଫା ରଖିବା ସହ ସଜାଇବା ଦ୍ଵାରା ବୃହସ୍ପତି ନାରୀକୁ ସୌଭାଗ୍ୟ ଦେବାସହ ଧନଯୋଗ ମଧ୍ୟ ପ୍ରଦାନ କରିଥାନ୍ତି । ନାରୀଙ୍କୁ ସୌଭାଗ୍ୟ, ସନ୍ତାନ ସୁଖ, ଧନ ସୁଖ, ମାନ ସମ୍ମାନ, ପ୍ରସିଦ୍ଧି ଆଦି ବୃହସ୍ପତିଙ୍କ ଠାରୁ ମିଳିଥାଏ । ଯେଉଁମାନଙ୍କ ମଙ୍ଗଳ ଖରାପ ସ୍ଥିତିରେ ଥାଆନ୍ତି ତାହା ମଧ୍ୟ ଖଣ୍ଡନ ହୋଇଥାଏ  ।

ଅଳତା ଦ୍ଵାରା ପାଦ ସୁନ୍ଦର ହେବାସହ ଜୀବନ ମଧ୍ୟ ସୁଖଶାନ୍ତିରେ ପରିପୂର୍ଣ୍ଣ ହୋଇଥାଏ । ତେଣୁ ପାଦରେ ଅଳତା ନିହାତି ଭାବେ ଲଗାନ୍ତୁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।