Varsha ଙ୍କୁ 13 ଥର 2 ଘଣ୍ଟା ଲେଖାଏଁ ଅଦାଲତରେ ଜେରା, ଶେଷ ପର୍ଯ୍ୟାୟରେ ସାଂସଦ Anubhav Mohanty ଓ Barsha Priyadarshini ଙ୍କ ପାରିବାରିକ ମାମଲା

କେନ୍ଦ୍ରପଡା ସାଂସଦ ଅନୁଭବ ମହାନ୍ତି ଓ ତାଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ଦୀର୍ଘଦିନ ଧରି ଚାଲିଥିବା ପାରିବାରିକ ବିବାଦ ମାମଲା ସବୁବେଳେ ଖବର ଶିରୋନାମାରେ ରହି ଆସିଛି । ଅନେକ ଧରି ଚାଲିଥିବା ଏହି ବିବାଦରେ କେବେ ପୂର୍ଣ୍ଣଚ୍ଛେଦ ପଡିବ ସମସ୍ତେ ଅପେକ୍ଷା କରି ରହିଥିବା ବେଳେ ଏନେଇ ଏକ ବଡ ଖବର ସାମ୍ନାକୁ ଆସିଛି । ଶୁଣିବାକୁ ମିଳୁଛି କି, ବର୍ଷା ଓ ଅନୁଭବଙ୍କ ମାମଲାର ଚୂଡାନ୍ତ ଶୁଣାଣି କୁଆଡେ ଆରମ୍ଭ ହୋଇଯାଇଛି । ଗତକାଲି ଅଦାଲତରେ ବର୍ଷାଙ୍କ ଜେରା ଆରମ୍ଭ ହୋଇଯାଇଛି ।

ପ୍ରଥମ ଦିନରେ ବର୍ଷାଙ୍କୁ ପ୍ରାୟ ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ଜେରା କରିଛି ଅଦାଲତ । ସାଂସଦ ଅନୁଭବ ମହାନ୍ତି ମଧ୍ୟ ଜେରା ସମୟରେ ଉପସ୍ଥିତ ଥିଲେ ବୋଲି କୁହାଯାଉଛି । ତେବେ ଆମେ ଆପଣଙ୍କୁ କହିରଖୁଛୁ ଯେ, ଅନୁଭବଙ୍କ ଜେରା ପୂର୍ବରୁ ଶେଷ ହୋଇଯାଇଛି । ସାଂସଦ ଅନୁଭବ ମହାନ୍ତିଙ୍କୁ ଜେରା କରିବା ପାଇଁ କୋର୍ଟ ସମୁଦାୟ ୧୩ ଥର ଡକାଯାଇଛି ଏବଂ ଏହା ମଧ୍ୟରୁ ତାଙ୍କୁ ୯ ଥର ଜେରାର ସମୁଖୀନ ହେବାକୁ ପଡିଛି ।

ଅନ୍ୟ ଚାରୋଟି ତାରିଖରେ ବର୍ଷା ଉପସ୍ଥିତ ନଥିଲେ ତେଣୁ ଶୁଣାଣିରେ ବିଳମ୍ବ ହେଉଥିବା କୁହାଯାଉଛି । ଆଉ ଅନୁଭବଙ୍କ ଜେରା ଶେଷ ହେବା ପରେ ଏବେ କୁଆଡେ ବର୍ଷାଙ୍କ ଜେରା ଆରମ୍ଭ ହୋଇଯାଇଛି । ଯେଉଁଥିରେ ସାଂସଦ ଅନୁଭବ ମହାନ୍ତି ପୂର୍ଣ୍ଣ ସହଯୋଗ କରୁଛନ୍ତି ବୋଲି ସୂଚନା ରହିଛି । ଅନ୍ୟପକ୍ଷରେ ଅନୁଭବଙ୍କ ତରଫରୁ ଅଦାଲତରେ ଆଉ ଏକ ପିଟିସନ ମଧ୍ୟ ରୁଜୁ କରା ଯାଇଥିଲା ।

ଯେଉଁଥିରେ ବର୍ଷାଙ୍କ ପକ୍ଷରୁ ଅଦାଲତରେ କରା ଯାଇଥିବା ପ୍ରାୟ ୨୦୦ ରୁ ୩୦୦ ପୃଷ୍ଠାର ଡକ୍ୟୁମେଣ୍ଟକୁ ଆଡଲାଟ ଗ୍ରହଣ ନକରିବା ପାଇଁ ସେ ଅଦାଲତଙ୍କ ନିକଟରେ ପ୍ରାର୍ଥନା କରିଥିଲେ । ଆଉ ଆଜି ଏହାରି ଉପରେ ମଧ୍ୟ ଶୁଣାଣି ହୋଇପାରେ ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି । ଦୀର୍ଘ ଦୁଇ ବର୍ଷରୁ ଉର୍ଦ୍ଧ୍ଵ ସମୟ ଧରି କୋର୍ଟକଚେରୀ ମାମଲାରେ ପେଷି ହୋଇ ରହିଥିଲେ ଉଭୟ ବର୍ଷା ଏବଂ ଅନୁଭବ ।

ଉଭୟ ପରସ୍ପର ବିରୋଧରେ ବାରମ୍ବାର ଅଦାଲତରେ ମାମଲା ରୁଜୁ କରୁଥିଲେ, ଫଳରେ ସେମାନକ ପାରିବାରିକ କଳିରେ ବିରାମ ଲାଗିବାର ନାଁ ଧରୁ ନଥିଲା । ନିକଟରେ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ବର୍ଷା ସ୍ଵାମୀ ଅନୁଭବ ମହାନ୍ତିଙ୍କ ପୈତୃକ ଘର ଛାଡି ଦେଇଥିବା ବେଳେ ଖୁବ ଶୀଘ୍ର ଉଭୟଙ୍କ ବିବାଦର ଅନ୍ତ ଘଟିବାକୁ ଯାଉଛି ବୋଲି ଜଣାପଡିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।