ଏହି ରାଜ୍ୟରେ ଜୁନ ୧ରୁ ଖୋଲିଯିବ ମନ୍ଦିର-ମସଜିଦ ଓ ବିଦ୍ୟାଳୟ, ଜୁନ ୮ରୁ ଅଫିସ, କମ୍ପାନୀ-କାରଖାନା

କରୋନା ଭାଇରସ ସାରା ଦେଶରେ ଆତଙ୍କ ବିସ୍ତାର କରିଛି । ଏହି ମହାମାରୀ ଅନେକ ଲୋକଙ୍କ ଜୀବନ ନେଇସାରିଲାଣି । ଏହି ମହାମାରୀ ଦିନକୁ ଦିନ ବଢିବାରେ ଲାଗିଛି । ଏହି ମହାମାରୀରୁ ରକ୍ଷା ପାଇବା ପାଇଁ ସରକାର ଲକଡାଉନ ବ୍ୟବସ୍ଥା କରିଥିଲେ । ଏହି ଲକଡାଉନ ସମୟରେ ସାମାଜିକ ଦୂରତା ରକ୍ଷା କରିବାକୁ ଯାଇ ସବୁ କିଛି ବନ୍ଦ କରାଯାଇ ଥିଲା । ବର୍ତ୍ତମାନ ଲକଡାଉନର ଚତୁର୍ଥ ପର୍ଯ୍ୟାୟ ଚାଲିଛି ଯାହା ଆସନ୍ତାକାଲି ଶେଷ ହେବ ।

ଆଗାମୀ ଜୁନ ୧ ଠାରୁ ସବୁ ମନ୍ଦିର, ମସଜିଦ, ଚର୍ଚ ଏବଂ ଗୁରୁଦ୍ଵାର ଖୋଲିଯିବ । ସ୍କୁଲ କଲେଜ ମଧ୍ୟ ଖୋଲିଯିବ । ଏହାଛଡା ଜୁନ ୮ରୁ ସବୁ ସରକାରୀ ଏବଂ ବେସରକାରୀ ଅଫିସ, କମ୍ପାନୀ-କାରଖାନା ମଧ୍ୟ ଖୋଲିବ । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଖୋଲିବା ପାଇଁ ଆଦେଶ ଜାରି କରିଛନ୍ତି । କେନ୍ଦ୍ର ସରକାର ବର୍ତ୍ତମାନ ଲକଡାଉନ ବଢିବ ନା ଖୋଲିବ ଏହାକୁ ନେଇ ଆଲୋଚନା କରୁଛନ୍ତି ।

କିନ୍ତୁ ପଶ୍ଚିମବଙ୍ଗ ସରକାର ସବୁକିଛି ଖୋଲିବା ପାଇଁ ଆଦେଶ ଦେଇଛନ୍ତି । ପଶ୍ଚିମବଙ୍ଗ ସିଏମ ମମତା ବାନାର୍ଜୀ କହିଛନ୍ତି କି ରାଜ୍ୟରେ ୧ ଜୁନ ଠାରୁ ଧାର୍ମିକ ସ୍ଥାନ ଖୋଲାଯାଇ ପାରିବ । ମାର୍ଚ ମାସରେ ସବୁ ଧାର୍ମିକ ସ୍ଥାନକୁ ବନ୍ଦ କରା ଯାଇଥିଲା । ରମଜାନ ଅବସରରେ ମସଜିଦରେ ନମାଜ ପଢିବା ପାଇଁ ଭିଡ ଜମାଇବାକୁ ଦିଆଯାଇ ନଥିଲା ।

ଅଫିସ ଗୁଡିକୁ ଖୋଲିବା ପାଇଁ ଅନୁମତି ଦେଇ ମମତା ବାନାର୍ଜୀ କହିଛନ୍ତି କି ଜୁନ ୮ରୁ ରାଜ୍ୟର ସବୁ ସରକାରୀ ଏବଂ ବେସରକାରୀ ଅଫିସ ୧୦୦ପ୍ରତିଶତ ଉପସ୍ଥାପନା ସହ ଖୋଲାଯାଇ ପାରିବ । ଏହା ସହିତ ଜୁନ ୧ରୁ ଚା କମ୍ପାନୀଗୁଡ଼ିକ ୧୦୦ପ୍ରତିଶତ ଉପସ୍ଥାପନା ସହିତ କାମ ଆରମ୍ଭ କରିପାରିବେ । ଶୁକ୍ରବାର ଦିନ ଜିଲ୍ଲା ପ୍ରଶାସନ ଅଧିକାରୀଙ୍କ ସହିତ ମମତା ବାନାର୍ଜୀ ଏକ ବୈଠକ କରିଥିଲେ । କରୋନାରୁ ନିବୃତ ହେବା ପରେ ଆଗାମୀ ଯୋଜନା ଏବଂ ଲକଡାଉନର ଆଗାମୀ ପର୍ଯ୍ୟାୟକୁ ନେଇ ଏହି ବୈଠକରେ ଆଲୋଚନା କରାଯାଇଥିଲା ।

ଏହି ବୈଠକରେ ସିଏମ ମମତା ବାନାର୍ଜୀ କହିଛନ୍ତି କି ସବୁ ଧାର୍ମିକ ସ୍ଥଳ ଖୋଲିବା ପାଇଁ ଅନୁମତି ମିଳିବ କିନ୍ତୁ ୧୦ ଜଣରୁ ଅଧିକ ଲୋକ ଏକାଠି ହେବା ପାଇଁ ଅନୁମତି ମିଳିବ ନାହିଁ ।ମମତା ବାନାର୍ଜୀ କହିଛନ୍ତି କି ରେଳ ହଜାର ପ୍ରବାସୀ ଶ୍ରମିକଙ୍କୁ ଗୋଟିଏ ଟ୍ରେନରେ ପଠାଉଛନ୍ତି ଅଧିକ ଟ୍ରେନ କଣ ପାଇଁ ଦିଆଯାଉ ନାହିଁ ? ଶ୍ରମିକ ସ୍ପେଶାଲ ଟ୍ରେନ ନାମରେ ଭାରତୀୟ ରେଳ କରୋନା ଏକ୍ସପ୍ରେସ ଚଳାଉଛି ।

ଦୁଇ ମାସରେ କୋଭିଡ-୧୯ର ପ୍ରସାରକୁ ରୋକିବାରେ ସଫଳ ହୋଇଥିଲେ କିନ୍ତୁ ବର୍ତ୍ତମାନ ମାମଲା ଏଥିପାଇଁ ବୃଦ୍ଧି ପାଉଛି କାରଣ ବାହାରୁ ଲୋକମାନେ ଫେରୁଛନ୍ତି । ମମତା ବାନାର୍ଜୀ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି କି ମନ୍ଦିର ମସଜିଦ ଖୋଲିବାର ମାନେ ଏହା ନୁହେଁ କି ସେଠାରେ ଭିଡ ହେବ । ରାଜ୍ୟ ସରକାରଙ୍କ ଅନୁସାରେ ଏହି ଆଦେଶ ଜୁନ ୧ ରୁ ଲାଗୁହେବ । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।