ବିବାହ ପାଇଁ ଝିଅଟି ଥିଲା ଚିନ୍ତିତ, ବାବା କହିଲେ କଳା ଜାଦୁର କଥା, ଏହା ପରେ ଦେଖାଇବାକୁ କହିଲେ ପ୍ରାଇଭେଟ ପାର୍ଟ, ଆଉ ତା ପରେ…

ଯେବେଠୁ ରାମ ରହୀମର କଳା କାରନାମା ବିଷୟରେ ସମସ୍ତଙ୍କୁ ଜଣା ପଡିଲା ସେହି ସମୟରୁ ସବୁଦିନ ଏହିଭଳି କିଛି ନା କିଛି ମାମଲା ବି ସାମ୍ନାକୁ ଆସିବାକୁ ଲାଗିଲା । ଅନ୍ୟ କିଛି ବାବାଙ୍କର ବି କଳା କାରନାମା ବି ସାମ୍ନାକୁ ଆସୁଛି । ଯେଉଁଥିରେ ପୁଣି ଥରେ ଏମିତି ହିଁ ଏକ ମାମଲା ସାଉଥ ଦିଲ୍ଲୀରୁ ସାମ୍ନାକୁ ଆସିଛି । ଯେଉଁଠି ଗୋଟିଏ ବାବା କଳା ଜାଦୁ ବାହାନାରେ ୩୨ ବର୍ଷୀୟ ଝିଅ ସହିତ ଲଜ୍ୟାଜନକ କାମ କରିଲା । ବାବା ସେହି ଝିଅ ସହ ଯାହା କରିଲା ତାହାକୁ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇ ରହିଯିବେ ।

ଆପଣଙ୍କୁ କହିଦେଉଛୁ କି ଏହି ଝିଅକୁ କଳା ଜାଦୁ ରୁ ମୁକ୍ତି କରିବା ବାହାନା କରି ବାବା ଝିଅର ପ୍ରାଇବେଟ ପାର୍ଟର ଫଟୋ ମାଗିଲା । ଏହା ପରେ ସେ ପୋଲିସ ଷ୍ଟେସନରେ ବାବା ଉପରେ ଆରୋପ ଲଗାଇଲା ଓ କହିଲା କି ସେ ବିବାହ ହେଉ ନ ଥିବାରୁ ଚିନ୍ତିତ ଥିଲା । ଏହି କାରଣରୁ ସେ ସେହି ବାବା ପାଖକୁ ସାହାର୍ଯ୍ୟ ପାଇଁ ଯାଇଥିଲା କିନ୍ତୁ ବାବା ତାହାର ଲାଭ ଉଠାଇବାକୁ ଚେଷ୍ଟା କରିଲା ।

ଝିଅ ଜଣକ କହିଲା କି ସେ ସେହି ବାବା ପାଖକୁ ପାଖାପାଖି ୫ ମାସ ପୂର୍ବେ ନିଜ ମା’ ସହିତ ନିଜର ଜାତକ ଦେଖାଇବାକୁ ଯାଇଥିଲା । କହିବାକୁ ଗଲେ ଝିଅକୁ କେହି ଜଣେ କହିଥିଲେ କି ବାବା ତାହା ପାଇଁ ଏକ ଭଲ ବର ଖୋଜି ଦେବେ । କିଛି ପୂଜା ପାଠ କରିବା ପରେ ବାବା ବିଶ୍ଵାସ ଦେଲେ କି ଝିଅ ପାଇଁ ଜଲ୍ଦି ହିଁ ସେ ଉପଯୁକ୍ତ ବର ଖୋଜି ଦେବେ ।

କିନ୍ତୁ କିଛି ଦିନ ପରେ ବାବା ଝିଅକୁ ଫୋନ କରି ତାହାର ବାୟୋଡାଟା ଓ ଏକ ଫଟୋ ପଠାଇବାକୁ କହିଲା । ଝିଅ ଜଣକ ପଠାଇ ବି ଦେଲା । ଏହା ପରେ ପୁଣି କିଛି ଦିନ ପରେ ବାବାଙ୍କ ତରଫରୁ ତା’ ପାଖକୁ ଏକ ବ୍ୟକ୍ତିର ଫୋନ ଆସିଲା କି ସେ ମୋର ସମସ୍ୟା ଦୂର କରି ପାରିବ । ଏହା ପରେ ସେ ଝିଅକୁ ଅସହଜ ପ୍ରଶ୍ନ କରିବାକୁ ଲାଗିଲା ।

ଯେମିତିକି ସେ କାହା ସହିତ ରିଲେସନଶିପରେ ଅଛି ନା ନାହିଁ, କିମ୍ବା କୌଣସି ଯୁବକ ସହ କଥାବାର୍ତ୍ତା କରୁଛୁ କି ନାହିଁ, ଏହା ଶୁଣି ଝିଅକୁ ଅଳ୍ପ ଖରାପ ଲାଗିଲା ତଥାପି ସେ ଏହି ସମସ୍ତ କଥାକୁ ଇଗ୍‍ନୋର କରିଦେଲା । ଏହା ପରେ ସେ ଝିଅକୁ ତାହାର ହାତର ଫଟୋ ପଠାଇବାକୁ କହିଲା ଯାହାକୁ ଦେଖିବା ପରେ ସେ କହିଲା କି ତୁମ ଉପରେ କଳା ଜାଦୁ ପ୍ରୟୋଗ କରାଯାଇଛି, ଯେଉଁଥିରୁ ସେ ତାକୁ ମୁକ୍ତି କରି ପାରିବ ।

ଏଥିପାଇଁ ସେ ଝିଅକୁ ଅନ୍ୟ କିଛି ନ ପଚାରି ତାହାର ପ୍ରାଇବେଟ ପାର୍ଟର ଫଟୋ ପଠାଇବାକୁ କହିଲା । ଏତିକି ନୁହେଁ ସେ ତାକୁ ଉଦାହରଣ ରୂପରେ ଅନ୍ୟ ଏକ ମହିଳାର ପ୍ରାଇବେଟ ପାର୍ଟର ଫଟୋ ପଠାଇଲା । ଯାହା ପରେ ଝିଅ ଜଣକ ବୁଝିଗଲା ଓ ସେ ବାବା ବିରୁଦ୍ଧରେ ପୋଲିସରେ କମ୍ପ୍ଲେନ କଲା । ପୋଲିସ ଏବେ ବାବକୁ ଗିରଫ କରି ପଚାର ଉଚରା ଜାରି ରଖିଛି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ପୋଷ୍ଟଟି ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଓଡିଆ ଫାଷ୍ଟ ପେଜ କୁ ଲାଇକ କରନ୍ତୁ ।