ଜୋରିମାନା ଆଦାୟରେ ସବୁ ରେକର୍ଡ ଭାଙ୍ଗିଲା ରେଳ ବିଭାଗ, ମୂଲ୍ୟ ଜାଣିଲେ ହୋସ୍ ଉଡିଯିବ !

ବନ୍ଧୁଗଣ ଆପଣ ମାନେ ଜାଣିଥିବେ ବୀନା ଟିକେଟରେ ରେଳ ଯାତ୍ରା କରିବା ଆଇନଗତ ଅପରାଧ । ତଥାପି ପ୍ରତେକ ଦିନ ଅନେକ ଯାତ୍ରୀ ବୀନା ଟିକେଟରେ ଯାତ୍ରା କରନ୍ତି । ଏପରିକି ରିପୋର୍ଟରେ ପ୍ରକାଶ ପାଇଛି କି ଦିନକୁ ଦିନ ବିନା ଟିକେଟରେ ଯାତ୍ରା କରୁଥିବା ଯାତ୍ରୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ଆନେ ପଟେ କଡାକଡି ଚେକିଙ୍ଗ ପାଇଁ ମଧ୍ୟ କୋଟି କୋଟି ଟଙ୍କାର ଫାଇନା ମଧ୍ୟ ଆଦାୟ ହୋଇଛି ।

2022-23 ରେ ପାଖାପାଖି 3 କୋଟି 60 ଲକ୍ଷ ବିନା ଟିକେଟଧାରୀ ଙ୍କୁ ଧରିଛି ରେଳବାହୀ । ମଧ୍ୟ ପ୍ରଦେଶର ସମାଜସେବୀ ଚନ୍ଦ୍ରଶେଖର ଗଉଡ RJI ରିପୋର୍ଟ ମାଗିଥିବା ବେଳେ ଉତ୍ତର ପାଇଛନ୍ତି । ଏଥିରେ ପ୍ରକାଶ ପାଇଛି କି 2019-20ରେ 1 କୋଟି 10 ଲକ୍ଷ ଲୋକ ବୀନା ଟିକେଟ ରେ ଯାତ୍ରା କରିଛନ୍ତି ।

2021-22 ରେ ଏହି ସଂଖ୍ୟା ବୃଦ୍ଧି ପାଇଥିଲା । ଅଢେଇ କୋଟି ରୁ ଅଧିକ ଯାତ୍ରୀ ବିନା ଟିକେଟ ରେ ଯାତ୍ରା କରୁଥିବା ବେଳେ ଧରା ପଡିଛନ୍ତି । ସବୁଠାରୁ ବଡ କଥା ହେଉଛି 2022-23 ରେ ସଦାହେ 3 କୋଟି ଯାତ୍ରୀ ଧରା ପଡିଛନ୍ତି । ବର୍ଷକୁ ବର୍ଷ ବିନା ଟିକେଟ ରେ ଯାତ୍ରା କରୁଥିବା ଯାତ୍ରୀଙ୍କ ସଂଖ୍ୟା ବଢୁଥିବା ବେଳେ ରେଲୱେ ର ଜୋରିମାନା ପରିମାଣ ବଢିବାରେ ଲାଗିଛି ।

ଗୋଟେ ପରେ ରେଳବାହୀ ପକ୍ଷରୁ ଏ ନେଇ କଡା ନିୟମ ଜାରି କରିଥିଲେ ସୁଧା କିଛି ଫରକ ପଡୁ ନ ଥିବା କୁହାଯାଉଛି । ଅନ୍ୟ ପଟେ ଜୋରିମାନା ଆଦାୟ କଥା କହିବା ତେବେ 2020-21 ରେ 152 କୋଟି ଆଦାୟ ହୋଇଥିବା ବେଳେ 2021-22 ରେ 15 ହଜାର 74 କୋଟି 73 ଟଙ୍କା ଆଦାୟ ହୋଇଛି ।

2022-23 ରେ 12 ହଜାର 60 କୋଟି 5 ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଛି । ଏବେ 2022-23 ରେ ବିନା ଟିକେଟ ରେ ଧରା ପଡିଥିବା ଯାତ୍ରୀଙ୍କ ସଂଖ୍ୟା ଏକ ଛୋଟ ଦେଶର ଜନସଂଖ୍ୟା ଠାରୁ ମଧ୍ୟ ଅଧିକ । ଟିକେଟ ବିହୀନ ଯାତ୍ରୀଙ୍କ ପ୍ରକୃତ ଟିକେଟ ମୁଲ୍ୟ ସାଙ୍ଗକୁ ସର୍ବନିମ୍ନ 250 ଟଙ୍କାର ଜୋରିମାନା ଦେବାକୁ ପଡିଛି ।

ଯାତ୍ରୀ ଧରା ପଡିବା ପରେ ତାଙ୍କ ପାଖରେ ପର୍ଯ୍ୟାପ୍ତ ଅର୍ଥ ନ ଥାଏ । ଏପରି କ୍ଷେତ୍ରରେ ରେଳବାହୀ 137 ଧାରା ଅନୁସାରେ ତାଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଛି ଓ rbi କୁ ହସ୍ତାନ୍ତର କରାଯିବ । ଅନେକ ବ୍ୟସ୍ତ ବହୁଳ  ରୁଟ ରେ ଟ୍ରେନ ସଂଖ୍ୟା କମ ରହିଛି ତ ଆଉ କେଉଁ ରୁଟ ରେ ଯାତ୍ରୀ ଟିକେଟ କରିବା ପାଇଁ ଚାହିଁ ମଧ୍ୟ ଟିକେଟ ପାଇପାରୁ ନ ଥିବା କହିଛନ୍ତି ।

ଏହି କାରଣରୁ ମଧ୍ୟ ବିନା ଟିକେଟ ରେ ଯାତ୍ରା କରୁଥିବା ଯାତ୍ରୀ ଙ୍କ ସଂଖ୍ୟା ବୃଦ୍ଧି ହେଉଥିବା କଥା କୁହା ଯାଇଛି । ଧରା ପଡିଥିବା କିଛି ଯାତ୍ରୀ ଟିକେଟ କରି କନଫର୍ମ ହୋଇ ନ ଥିବା କାରଣରୁ ମଧ୍ୟ ସେମାନଙ୍କୁ ଜୋରିମାନା ଦେବାକୁ ପଡୁଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବରକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।