ବାହାଘରକୁ 2 ବର୍ଷ ବି ପୁରିନି, ମଥାରୁ ସିନ୍ଦୂର ଲିଭେଇ ଦେଲା କରମଣ୍ଡଳ, ଅସମ୍ଭାଳ ହୋଇ କାନ୍ଦୁଛି ସ୍ତ୍ରୀ, ଦେଖନ୍ତୁ video

କାନ୍ଥରୁ ବାହାଘର ଲେଖା ଲିଭିନି ଏପଟେ ଶୋଇବା ଘରେ ବସିଛି ତିନି କାଠିଆ ଦୀପ । ସଂସାର ଗଢିବା ଆଗରୁ ସ୍ଵପ୍ନ ଉଜାଡିଦେଲା କରମଣ୍ଡଳ । ଆଖି ଆଗରେ ଭେଣ୍ଡିଆ ପୁଅ ଆଖି ବୁଜିବାରୁ ରାହା ଧରି କାନ୍ଦୁଛି ମା ମୂର୍ଛା ପଡି ଯାଉଛି ସ୍ତ୍ରୀ । ସମସ୍ତଙ୍କର ମୁହଁରୁ ଗୋଟେ କଥା କରମଣ୍ଡଳ ଆମ ପାଇଁ କାଳ ହେଲା । ସୁଖର ସଂସାର କୁ ଜାଳିପୋଡି ଛାରଖାର କରିଦେଲା ।

ବାହାନଗା ଟ୍ରେନ ଦୁର୍ଘଟଣା । ସେ କଳା ରାତିଉର କଳା କାହାଣୀକୁ ଯେତେ କହିଲେ ବି ସାରୁ ନାହିଁ । ନୀତି ସାମନାକୁ ଆସୁଛି ଛାତିଥରର ଦ୍ରୁଶ୍ଯ । ଭଦ୍ରକ ସାବରରଙ୍ଗର ଏ ହେଉଛି ରାଜେଶ ବଳ ଙ୍କ ଘର । ସବୁଦିନ ପରି ମିଟିଙ୍ଗ ସାରି ବାଲେଶ୍ଵର ରୁ ଜନ ସପ୍ତାଦ୍ଦିରେ ଘରକୁ ଫେରୁଥିଲେ ରାଜେଶ ।

ଜୁନ 2ରେ ରାକେଶ କରମଣ୍ଡଳରେ ଚଢିଥିଲେ ଆଉ ପହଞ୍ଚିବା ପୂର୍ବରୁ ଘର ଲୋକଙ୍କୁ ଫୋନ କରିଥିଲେ । ଏଲେ କରମଣ୍ଡଳ ରେ ନ ଆସିବାକୁ ଘର ଲୋକେ କହିଥିଲେ ସତ କିନ୍ତୁ ସେ ମାନି ନ ଥିଲେ । ସେ ବା କଣ ଜାଣିବେ କେତେ କ୍ଷଣ ରେ ତାଙ୍କର ଟ୍ରେନରେ ଜୀବନ ଚାଲିଯିବ । ଟ୍ରେନ ଦୁର୍ଘଟଣା ର ଖବର ପାଇବା ମାତ୍ରେ ବାହନଗା ରେ ପହଞ୍ଚି ଥିଲେ ବଡ ଭାଇ ।

ବହୁ ଖୋଜା ଖୋଜି ପରେ ଯେବେ ସାନ ଭାଇର ମୃତ ଦେହ ଦେଖିଥିଲେ ସେତେବେଳେ ସତେ ଯେମିତି ତାଙ୍କ ପାଦ ତଳୁ ମାଟି ଖସି ଯାଇଥିଲା । ଘରେ ଅପେକ୍ଷା କରିଥିବା ବାପ, ମା, ସ୍ତ୍ରୀ ଙ୍କୁ ସେ କଣ କହିବେ ସେ ନେଇ କିଛି ମୁଣ୍ଡରେ ପଶିଳା ନାହିଁ । କିନ୍ତୁ ବେସୀ ସମୟ ଲୁଚାଇ ପାରିଲେ ନାହିଁ ।

ସ୍କୁଲ ଘରୁ ଯେବେ ଭାଇ ର ଶବ କୁ ଘରକୁ ନେଲେ ସେ ଦ୍ରୁଶ୍ଯ ଦେଖି ହେବ ନାହିଁ । କାନ୍ଦ ବୋବାଳିରେ ଫାଟି ପଡୁଛି ଗାଁ । ବାପା-ମା କାନ୍ଦୁଛନ୍ତି ଆଉ ସ୍ତ୍ରୀ ମୂର୍ଚ୍ଛା ହୋଇ ପଡିଛି । ବାପା ଘରେ ଥିବାରୁ ସ୍ତ୍ରୀ କୁ ଫୋନ କରି କହିଥିଲେ ଭଦ୍ରକ ରେଳ ଷ୍ଟେସନ କୁ ଚାଲି ଆସିବାକୁ । ଏଲେ 10-15 କିମି ଦୂର ରୁ ଯେଉଁ ଭୟଙ୍କର ଦୁର୍ଘଟଣା ଘଟିଲା ତାହା ସବୁ କିଛି ସାରି ଦେଲା ।

ଘରର ସାନ ପୁଅ ଥିବାରୁ ଭାରି ଗେଲହା ଥିଲା ରାଜେଶ । ହେଲେ କରମଣ୍ଡଳ ମା ପାଖରୁ ଛଡାଇ ନେଇଛି ପୁଅ କୁ । ସ୍ତ୍ରୀ ପାଖରୁ ଛଡାଇ ନେଇଛି ସ୍ଵାମୀ କୁ । ଜାଣିଲେ ଆଶ୍ଚର୍ଯ୍ୟ ହେଲେ ବାପା ସୁନ୍ଦଗଡ ରେ ଥିବାରୁ ତାଙ୍କୁ ଘରକୁ ଆସିବାକୁ କୁହାଯାଇଥିଲା । ହେଲେ ଘରେ ପହଞ୍ଚିବା ପରେ ବାପା ଦେଖିଥିଲା ପୁଅର ମୃତ ଶରୀରକୁ ।

ଦର୍ଶକ ବନ୍ଧୁ ମୃତ୍ୟୁ କେତେବେଳେ କାହାକୁ ଆସିବ ତାହା କେହି କହି ପାରିବେ ନାହିଁ । କରମଣ୍ଡଳ ସେହି କଳା ରାତିରେ ଯେତେ ଜଣଙ୍କର ପ୍ରାଣ ନେଇଛି ଆଜି ବି ସେମାନଙ୍କ ପାଇଁ କାନ୍ଦି କାନ୍ଦି ଦିନ କାଟୁଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣାକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।