Jio ର ଧମାକେଦାର ଅଫର, ଆସିଗଲା ଫ୍ରି ରେ ଫୋନ ଜିତିବାର ମଉକା, ଗୋଟିଏ ପ୍ଳାନ ନିଅନ୍ତୁ ବର୍ଷ ସାରା ରୁହନ୍ତୁ ଟେନସନ ଫ୍ରି

ଟେଲିକମ କମ୍ପାନୀ ମାନଙ୍କର କଥା ଉଠିଲେ କିମ୍ବା ଶସ୍ତା ଦାମ୍ ରେ ରିର୍ଚାର୍ଜ ପ୍ଳାନ ନେବାର କଥା ଉଠିଲେ ଜିଓ ର ନାମ ଲୋକଙ୍କ ମନରେ ନିଶ୍ଚୟ ଆସେ । ଏହି ସବୁ କଥାରେ ଜିଓ ର ଚର୍ଚ୍ଚା ହୁଏ କାରଣ ଜିଓ ତରଫରୁ ଏକ ରୁ ବଳି ଆରେକ ଭଲ ଭଲ ପ୍ଳାନ ବଜାରକୁ ସବୁବେଳେ ଆସୁଥାଏ ।

ବର୍ତ୍ତମାନ ରିଲାଇନ୍ସ ଜିଓ ଆଉ କିଛି ଶାନଦାର ପ୍ଳାନ ବଜାରକୁ ଛାଡିଛି, ଯାହାକୁ ଟକ୍କର ଦେବା ଭଳି ଆଉ କିଛି ତୋଡ ବୋଧ ହୁଏ ଏପର୍ଯ୍ୟନ୍ତ ମାର୍କେଟକୁ ଆସି ନାହିଁ । ଜିଓ କିଛି ଧମାକାଦାର ଅଫର ନେଇ ଆସିଛି, ଯେଉଁଥିରେ ଆପଣ ଫ୍ରି ରେ ଜିଓ ଫୋନ ନେଇ ପାରିବେ । କେଉଁ ମାନଙ୍କୁ ବାରମ୍ବାର ରିଚାର୍ଜ କରିବା ମୁସ୍କିଲ ଲାଗୁଛି ସେହି ମାନଙ୍କ ପାଇଁ ଜିଓ ର ଏହି ରିଚାର୍ଜ ପ୍ଳାନ ଖୁବ ଶାନଦାର ସାବ୍ୟସ୍ତ ହେବ । ତେବେ ଚାଲନ୍ତୁ ଜାଣିବା ଜିଓ ର ଏହି ପ୍ଳାନ କଣ ଓ ତାର ଫାଇଦା କଣ ।

ସର୍ବ ପ୍ରଥମେ ଗୋଟିଏ ୧୪୯୯/- ତାଙ୍କର ପ୍ଳାନ ରହିଛି । ଏହି ପ୍ଳାନରେ ଆପଣଙ୍କୁ ଅସୀମିତ କଲିଙ୍ଗ, ୨୪ଜିବି ଡାଟା, ସମସ୍ତ ଜିଓ ଆପ୍ ର ସୁବିଧା, ଗୋଟିଏ ବର୍ଷର ବୈଧତା ଏବଂ ଏହା ସହ ଗୋଟିଏ ଜିଓ ଫୋନ ମଧ୍ୟ ଫ୍ରି ମିଳିବ । ଏହିପରି ୧୯୯୯/- ଟଙ୍କାର ଆଉ ଏକ ପ୍ଳାନ ରହିଛି । ଏହି ପ୍ଲାନରେ ମଧ୍ୟ ଅସୀମିତ କଲିଙ୍ଗ, ୪୮ ଜିବି ଡାଟା, ସମସ୍ତ ଜିଓ ଆପ୍ ର ସୁବିଧା ସହ ଏହାର ବୈଧତା ରହିଛି ଦୁଇ ବର୍ଷ ଏବଂ ଏହି ପ୍ଲା ସହ ମଧ୍ୟ ଗୋଟିଏ ଜିଓ ଫୋନ ଫ୍ରି ରହିଛି ।

ବର୍ତ୍ତମାନ ଆପଣ ଭାବୁଥିବେ କି, ୧୪୯୯/- ଏବଂ ୧୯୯୯/- ଟଙ୍କାର ଏହି ରିଚାର୍ଜ ପ୍ଳାନ ସହ ଏତେ ସୁବିଧା ଏବଂ ଏକ ଫୋନ ମଧ୍ୟ ଫ୍ରି ମିଳୁଛି ତେବେ ଏହି ଫୋନରେ କଣ ସବୁ ରହିଥିବ । ଜିଓ ଦେଉଥିବା ଏହି ଫ୍ରି ଫୋନଟି ୪ଜି ଫିଚର ଫୋନ ଅଟେ । ଏଥିରେ ୨.୪ ଇଞ୍ଚର QVGA ଡ଼ିସପ୍ଲେ ରହିଛି, ଆଲଫା ନ୍ୟୁମେରିକ କି ପ୍ୟାଡ ରହିଛି, ୧୫୦୦mAH ର ବ୍ଯାଟେରୀ ରହିଛି ଓ ୯ ଘଣ୍ଟାର ଟକଟାଇମ ସୁବିଧା ମଧ୍ୟ ରହିଛି ।

ଏହାର ଷ୍ଟୋରେଜ ବଢାଇବା ପାଇଁ ୧୨୮ଜିବି ର ମାଇକ୍ରୋଏସଡି କାର୍ଡ ସପୋର୍ଟ ରହିଛି ଓ ୦.୩ ମେଗାପିକ୍ସେଲ ର ରିୟର ଓ ଫ୍ରଣ୍ଟ କ୍ୟାମେରା ମଧ୍ୟ ରହିଛି । ଏହା ବ୍ଯତୀତ ଭଏସ ଆସିଷ୍ଟାଣ୍ଟ ଓ ଟର୍ଚ୍ଚ ଲାଇଟ ସହ ମାଇକ୍ରୋଫୋନ ଓ FM ରେଡିଓ ମଧ୍ୟ ଏହି ଫୋନରେ ଉପଲବ୍ଧ ଅଛି । ସମୁଦାୟ ଭାବେ ଦେଖିଲେ ବହୁତ କମ ଦାମରେ ଏହି ଫୋନରେ ବହୁତ କିଛି ସୁବିଧା ରହିଛି । ଆପଣଙ୍କର ପ୍ରାୟ ସମସ୍ତ ଆବଶ୍ୟକତା ଏହି ଫୋନ ପୁରା କରି ପାରୁଛି । ରିଲାଇନ୍ସ ଜିଓ ପାଖରେ ସମସ୍ତ ପ୍ରକାର ଗ୍ରାହକଙ୍କ ପାଇଁ ଅଲଗା ଅଲଗା ମୂଲ୍ୟର ପ୍ଳାନ ଗୁଡିକ ରହିଛି ।

ଏହି କମ୍ପାନୀ ଦେଶରେ ୪ଜି ଜିଓ ଫୋନ ଲଞ୍ଚ କରି ଧୁମ୍ ମଚାଇ ଦେଇଥିଲା । ଜିଓ ର ଏହି ଫିଚର ଫୋନ ୪ଜି ମୋଡ ସପୋର୍ଟ କରୁଛି ଏବଂ ଏଥିରେ ଭଏସ ଆସିଷ୍ଟାଣ୍ଟ ସହ ଶାନଦାର ଫିଚର ସବୁ ରହିଛି । କମ୍ପାନୀ ଜିଓ ଫୋନ ୨୦୨୧ ଅଫର ସହ ଜିଓ ଫୋନ ଫ୍ରି ରେ ଦେବା ପାଇଁ ପୂର୍ବରୁ ସୂଚନା ଦେଇଥିଲା । ଆପଣଙ୍କୁ ଜିଓ ର ଏହି ଶାନଦାର ଅଫର କିପରି ଲାଗିଲା ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଏହିଅପରି ପୋଷ୍ଟ ଅପଡେଟ ପାଇବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।