ଜୀବନର ଶେଷ ନିଶ୍ଵାସ ନେଉଥିବା ପିତା କହିଲେ – “ପରୀକ୍ଷା ଛାଡିବୁ ନାହିଁ’, ତ ଝିଅ ପ୍ରଥମେ ପରୀକ୍ଷା ଦେଲା ଓ ତା ପରେ

ବର୍ତ୍ତମାନ ଦିନରେ ଦେଶସାରା ବୋର୍ଡ ପରୀକ୍ଷା ଚାଲିଛି । ବୋର୍ଡ ପରୀକ୍ଷା କେବଳ ପିଲାମାନଙ୍କ ପାଇଁ ନୁହେଁ, ତାହା ଛଡା ତାଙ୍କ ପରିବାର ଲୋକମାନଙ୍କ ପାଇଁ ମଧ୍ୟ ବହୁତ ମହତ୍ଵ ରଖିଥାଏ । ଏମିତିରେ ସବୁ ପିତା ମାତା ନିଜ ପିଲାମାନଙ୍କୁ ବୋର୍ଡ ପରୀକ୍ଷା ପାଇଁ ବହୁତ ପ୍ରସ୍ତୁତି କରାଇଥାନ୍ତି, କିନ୍ତୁ ଛତିଶଗଢ଼ରୁ ଏହି ସମୟରେ ଏକ ଦୁଃଖଭରା ମାମଲା ସାମ୍ନାକୁ ଆସୁଛି ।

କହିବାକୁ ଗଲେ ଛତିଶଗଢ଼ର ଧମତରୀରେ ଏକ ଝିଅ ନିଜର ପିତାଙ୍କ ମୃତ୍ୟୁ ପରେ ବି ବୋର୍ଡ ପରୀକ୍ଷା ଦେଲା ଓ ପୁଣି ଘରକୁ ଆସି ନିଜ ପିତାଙ୍କ ଅର୍ଥୀକୁ କାନ୍ଧ ଦେଲା । ଆପଣଙ୍କୁ କହିଦେଉଛୁ କି ଯିଏ ବି ଏହି ଝିଅ ବିଷୟରେ ଶୁଣୁଛି ତାଙ୍କ ଆଖିରେ ଲୁହ ଚାଲି ଆସୁଛି । କହିବାକୁ ଗଲେ ଯେତେବେଳେ କୌଣସି ସନ୍ତାନ ଉପରୁ ତା’ର ପିତାର ଛାଇ ହଟିଯାଏ, ତେବେ ତାହାର ପୁରା ଦୁନିଆ ଶେଷ ହୋଇଯାଏ ।

କିନ୍ତୁ ଏହି ଝିଅ ଜଣକ ସାହସର ସହ ସବୁ କାମ କରିଲା ଓ ନିଜ ପିତାଙ୍କୁ ଦେଇଥିବା ପ୍ରତିଜ୍ଞାକୁ ବି ପୁରା କରିଲା । ମିଳିଥିବା ସୂଚନା ଅନୁସାରେ, ଆମଦୀ ନଗର ପଞ୍ଚାୟତ କାର୍ଯ୍ୟଳୟ ସାମ୍ନାରେ ଗତ ୨ ମାର୍ଚ୍ଚରେ ଏକ ମର୍ମନ୍ତୁତ ଦୁର୍ଘଟଣା ହୋଇଛି । ଦୁର୍ଘଟଣାରେ କୁମାର ସାହୁଙ୍କ ମୃତ୍ୟୁ ହୋଇଗଲା । ଯେତେବେଳେ ସେ ହସ୍ପିଟାଲରେ ଥିଲେ, ତେବେ ତାଙ୍କର ଇଚ୍ଛା ଥିଲା କି ତାଙ୍କର ଝିଅ ନିଜର ବୋର୍ଡ ପରୀକ୍ଷା ଛାଡି ନ ଦେଉ, ଯେଉଁ କାରଣରୁ ତାଙ୍କର ଝିଅ ତାଙ୍କର ଶେଷ ଇଚ୍ଛା ପୁରା କରିଲା ।

ପିତାର ମୃତ୍ୟୁ ହେବା ସତ୍ଵେ ବି ଝିଅ ସ୍କୁଲ ଗଲା ଓ ନିଜର ପରୀକ୍ଷା ପୁରା କରିଲା ଓ ପରେ ଝିଅ ଘରକୁ ଆସି ନିଜର ସନ୍ତାନର ଧର୍ମକୁ ପାଳନ କରିଲା । ପରୀକ୍ଷା ପରେ ସେ ନିଜର ପିତାର ଅର୍ଥୀକୁ କାନ୍ଧ ଦେଲା ଓ ପୁଣି ଅନ୍ତିମ ସଂସ୍କାର ବି କରିଲା । କହିଦେଉଛୁ କି କୌଣସି ସନ୍ତାନ ପାଇଁ ନିଜର ପିତାଙ୍କ ଅର୍ଥୀକୁ କାନ୍ଧ ଦେବା, ଦୁନିଆର ସବୁଠୁ ବଡ ବୋଝ ହୋଇଥାଏ, ଏମିତିରେ ଏହି ସାହସୀ ଝିଅ ଜଣକ ସବୁକିଛି ସମ୍ଭଳିଲା, ଯାହାକୁ ଦେଖି ସମସ୍ତଙ୍କ ଆଖିରେ ଲୁହ ଚାଲି ଆସିଲା ।

ଆପଣଙ୍କୁ କହିଦେଉଛୁ କି କୁମାର ସାହୁଙ୍କର ତିନୋଟି ଝିଅ ଅଛି, ଯେଉଁଥିରୁ ବଡ ଝିଅ କିରଣ ଦଶମ ପଢୁଛି ଓ ଅନ୍ୟ ଦୁଇ ଝିଅ ଛୋଟ ଅଟନ୍ତି । ଏମିତିରେ ସବୁ ଦାୟିତ୍ଵ ବଡ ଝିଅ ଉପରକୁ ଆସିଗଲା । କହିଦେଉଛୁ କି ତିନି ଜଣ ଝିଅ ମିଶି ପିତାଙ୍କୁ ମୁଖାଗ୍ନି ଦେଲେ ।