40 ବର୍ଷ ପୂର୍ବରୁ ହୋଇଥିଲା କୋରାନା ଭାଇରସ ର ଭବିଷ୍ୟବାଣୀ, ଜାଣନ୍ତୁ ପୁରା ଘଟଣା

କୋରାନା ଭାଇରସ କୁ ନେଇ ପୁରା ଦୁନିଆରେ ହାହାକାର ସୃଷ୍ଟି ହୋଇଛି । ଏହାକୁ ନେଇ ପ୍ରତିଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । କିଛିଦିନ ହେଲା ଏହି ଭାଇରସ କୁ ନେଇ କିଛି ବିଶେଷ କଥା ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି । ସୋସିଆଲ ମିଡିଆରେ କୁହାଯାଇଛି କି ଯେ 40 ବର୍ଷ ପୂର୍ବରୁ କୋରାନା ଭାଇରସ ର ଭବିଷ୍ୟତବାଣୀ କରାଯାଇଥିଲା । ଏହି ଭାଇରସ ର ସୂଚନା 1981 ଲେଖାଯାଇଥିବା ଏକ ପୁସ୍ତକ ମାଧ୍ୟମରେ କରାଯାଇଥିଲା ।

1981ରେ ଆମେରିକୀୟ ଉପନ୍ୟାସକାର ଡିନ କୋଣ୍ଟଜ The eyes of darkness ନାମକ ଏକ ପୁସ୍ତକ ଲେଖିଥିଲେ । ଯାହା ସସ୍ପେନ୍ସ ଥ୍ରିଲର ଉପନ୍ୟାସ ଅଟେ ।

ଏଥିରେ କୋରାନା ଭାଇରସ ପରି ଏକ ମହାମାରୀ ର ବର୍ଣ୍ଣନା କରାଯାଇଛି । ତାହାର ନାମ ବୁହାନ-400 ଦିଆଯାଇଥିଲା ।

କଣ ଅଟେ ସତ୍ୟତା

ସୋସିଆଲ ମିଡିଆରେ ଏହି ଉପନ୍ୟାସ ଦ୍ଵାରା କୁହାଯାଇଛି ଯେ ବୁହାନ-400 କୁ ଚୀନ ର ନିଜ ରିସର୍ଚ ଲ୍ୟାବ ରେ ଜୈବିକ ହତିୟାର ଭାବେ ପ୍ରସ୍ତୁତ କରାଯାଇଥିଲା । କୁହାଯାଉଛି କି ଏହି ଜୈବିକ ହତିୟାର ଏତେ ଶକ୍ତି ଥିଲା କି ଯାହା ସାରା ମାନବ ଜାତିକୁ ଶେଷ କରିଦେଇ ପାରିଥିଲା । କିନ୍ତୁ ଏହା କେତେ ସତ ପୁଷ୍ଟି କରାଯାଇନାହିଁ । ତାଙ୍କ ପୁସ୍ତକ ଅନୁସାରେ ବୁହାନ-400 ଭାଇରସ ରୁ ବାହାରିଥିବା ବିଷାକ୍ତ ପଦାର୍ଥ ମତିଷ୍କର ଟିସୁ କୁ ମାରିଦେଇଥାଏ । ହେଲେ କୋରାନା ଭାଇରସ ଏପ୍ରକାର ନୁହେଁ ।

ପୁସ୍ତକରେ ଚୀନ ସହର ସହ ଭାଇରସ ର ସମ୍ବନ୍ଧ

ସୋସିଆଲ ମିଡିଆରେ ଭାଇରସ ଚୀନ ର ବୁହାନ ସହର ସହିତ ଯୋଡ଼ା ହୋଇ ଭାଇରାଲ୍ କରାଯାଇଛି । ହେଲେ ସତ୍ୟ ଏହା ଯେ ପୁସ୍ତକ ଅନୁଯାୟୀ ଏ ମାରାତ୍ମକ ଭାଇରସକୁ ରୁଷ ପ୍ରସ୍ତୁତ କରିଛି ଓ ଏହା ରୁଷ ର ଗୋକ୍ରି ସହରରୁ ବ୍ୟାପିଛି । ଯାହାକୁ ସୋସିଆଲ ମିଡିଆରେ ସେୟାର କରଯାଇଛି ତାହା ଅନ୍ୟ ଉପନ୍ୟାସ ର ଅଂଶ । କାରଣ କୋଣ୍ଟଜଙ୍କ ପୁସ୍ତକକୁ 1989ରେ ଦ୍ଵିତୀୟ ଥର ରିଲିଜ କରାଯିବା ସମୟରେ ଏଥିରେ ପରିବର୍ତ୍ତନ କରାଯାଇଥିଲା । ବର୍ତ୍ତମାନ ସତ୍ୟ କଣ କେହି କହିପାରୁନାହାନ୍ତି ।