ଇଏ ସବୁ ହେଉଛି ଦୁନିଆର ସବୁଠୁ ସୁନ୍ଦର କ୍ରିକେଟ ଷ୍ଟାଡିୟମ, ନମ୍ବର ୧ ହେଉଛି ସବୁଠୁ ଆଲିଶାନ

ଯେମିତି କି ଆପଣ ସମସ୍ତେ ଜାଣିଛନ୍ତି କ୍ରିକେଟ ର ଲୋକପ୍ରିୟତା ଭାରତରେ ଅନ୍ୟ ଦେଶ ଅପେକ୍ଷା ବହୁତ ଅଧିକ ଅଟେ ଓ ଭାରତରେ କ୍ରିକେଟକୁ ସବୁଠୁ ଅଧିକ ଲୋକପ୍ରିୟ ଖେଳ ବୋଲି ବି କୁହାଯାଏ । କ୍ରିକେଟ ର ପ୍ରଶଂସକମାନଙ୍କ ସଂଖ୍ୟା କେବଳ ଭାରତରେ ନୁହେଁ ପୁରା ବିଶ୍ଵରେ ଅଛି । ଏହି ଆଧାରରେ ଆଜି ଆମେ ଆପଣଙ୍କୁ ବିଶ୍ଵର ୫ ଟି ସବୁଠୁ ସୁନ୍ଦର କ୍ରିକେଟ ଷ୍ଟାଡିୟମ ବିଷୟରେ କହିବାକୁ ଯାଉଛୁ, ଯାହା ନିଜର ଆଧୁନିକ ସୁବିଧା ଛଡା ନିଜର ସୁନ୍ଦରତା ପାଇଁ ସାରା ବିଶ୍ଵରେ ପ୍ରସିଦ୍ଧ ଅଟେ । ତେବେ ଚାଲନ୍ତୁ ଜାଣିବା ସେହି ଷ୍ଟାଡିୟମ ଗୁଡିକ ବିଷୟରେ ।

ଧର୍ମଶାଳା କ୍ରିକେଟ ଷ୍ଟାଡିୟମ

ଧର୍ମଶାଳା କ୍ରିକେଟ ଷ୍ଟାଡିୟମ ଭାରତର ହିମାଚଳ ପ୍ରଦେଶରେ ଅବସ୍ଥିତ । ଏହି କ୍ରିକେଟ ଷ୍ଟାଡିୟମରେ ଏକା ସହିତ ପାଖପାଖି ୨୩୦୦୦ରୁ ବି ଅଧିକ ଲୋକମାନେ ବସି ମ୍ୟାଚର ଆନନ୍ଦ ନେଇ ପାରିବେ । ଏହା ସହିତ ଧର୍ମଶାଳା କ୍ରିକେଟ ଷ୍ଟାଡିୟମକୁ ବିଶ୍ଵର ସବୁଠୁ ଉଚ୍ଚ କ୍ରିକେଟ ଷ୍ଟାଡିୟମ ବୋଲି ବି କୁହାଯାଏ ।

ଇକାନା କ୍ରିକେଟ ଷ୍ଟାଡିୟମ (ଅଟଳ ବିହାରୀ ବାଜପେୟୀ)

ଇକାନା କ୍ରିକେଟ ଷ୍ଟାଡିୟମ ଉତ୍ତର ପ୍ରଦେଶର ରାଜଧାନୀ ଲଖନୌରେ ଅବସ୍ଥିତ । ଏହି ଷ୍ଟାଡିୟମରେ ପ୍ରଥମ କ୍ରିକେଟ ମ୍ୟାଚ ବର୍ଷ ୨୦୧୮ରେ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ବର୍ତ୍ତମାନ ଏହି ଷ୍ଟାଡିୟମର ନାମ ଇକାନାରୁ ବଦଳାଇ ଅଟଳ ବିହାରୀ ବାଜପେୟୀ ରଖି ଦିଆ ଯାଇଛି ଓ ଏହି ଷ୍ଟାଡିୟମ ବିଶ୍ଵର ସବୁଠୁ ସୁନ୍ଦର କ୍ରିକେଟ ଷ୍ଟାଡିୟମ ମଧ୍ୟରୁ ଗୋଟିଏ ଅଟେ ।

ଲର୍ଡ୍ସ କ୍ରିକେଟ ଷ୍ଟାଡିୟମ

ଲର୍ଡ୍ସ କ୍ରିକେଟ ଷ୍ଟାଡିୟମ ଇଂଲଣ୍ଡରେ ଅବସ୍ଥିତ ଓ ଏହି ଷ୍ଟାଡିୟମ ଦୁନିଆର ସବୁଠୁ ପୁରୁଣା କ୍ରିକେଟ ଷ୍ଟାଡିୟମ ଅଟେ । ଏହି କ୍ରିକେଟ ଷ୍ଟାଡିୟମ ବହୁତ ହିଁ ସୁନ୍ଦର ଅଟେ । ଏଥିରେ ବହୁତ ଆଧୁନିକ ସୁବଧା ବି ଅଛି । ଲର୍ଡ୍ସ କ୍ରିକେଟ ଷ୍ଟାଡିୟମରେ ଏକା ସହିତ ପାଖପାଖି ୮୦,୦୦୦ରୁ ବି ଅଧିକ ଲୋକ ବସି ଖେଳ ଦେଖି ପାରିବେ । ଲର୍ଡସ କ୍ରିକେଟ ଷ୍ଟାଡିୟମରେ ମ୍ୟାଚ ଖେଳିବା ସବୁ କ୍ରିକେଟରଙ୍କ ପାଇଁ ସ୍ଵପ୍ନ ହୋଇଥାଏ ।

ମେଲବର୍ନ କ୍ରିକେଟ ଷ୍ଟାଡିୟମ

ମେଲବର୍ନ କ୍ରିକେଟ ଷ୍ଟାଡିୟମ ବିଶ୍ଵର ସବୁଠୁ ବଡ କ୍ରିକେଟ ଷ୍ଟାଡିୟମ ଅଟେ । ଏହା ଅଷ୍ଟ୍ରଲିୟାର ମେଲବର୍ନ ସହରରେ ଅବସ୍ଥିତ । ଏହି ଷ୍ଟାଡିୟମରେ ବହୁତ ଆଧୁନିକ ସୁବିଧା ବି ଅଛି । ଏହି ଷ୍ଟାଡିୟମର ସୁନ୍ଦରତା ଦେଖିବା ଭଳି ଅଟେ ।

କରାଚୀ କ୍ରିକେଟ ଷ୍ଟାଡିୟମ

କରାଚୀ କ୍ରିକେଟ ଷ୍ଟାଡିୟମ ପାକିସ୍ତାନର କରାଚି ସହରରେ ଅବସ୍ଥିତ । ଏହି ଷ୍ଟାଡିୟମ ବହୁତ ସୁନ୍ଦର ଓ ଅତ୍ୟାଧୁନିକ ସୁବିଧାରେ ପରିପୂର୍ଣ୍ଣ ଅଟେ, କିନ୍ତୁ ପାକିସ୍ତାନ ଆତଙ୍କବାଦୀଙ୍କ ଗତିବିଧି କାରଣରୁ କୌଣସି ବି ଖେଳାଳି ପାକିସ୍ତାନ ଯାଇ କ୍ରିକେଟ ଖେଳିବାକୁ ସାହସ କରନ୍ତି ନାହିଁ । ଏହି କାରଣରୁ ଗତ କିଛି ଦିନ ହେବ ଏହି ଷ୍ଟାଡିୟମରେ କୌଣସି ବି ମ୍ୟାଚ ଖେଳା ଯାଇ ନାହିଁ ।