ଫାସୀ ପରେ କଏଦୀର ଶବ ସହିତ କଣ କରାଯାଇଥାଏ ଜାଣନ୍ତୁ ଏହା ବିଷୟରେ

ବର୍ତ୍ତମାନ ଦିନରେ ନିର୍ଭୟା କେସ ପୁରା ଦେଶରେ ଏକ ଚର୍ଚିତ ବିଷୟ ହୋଇ ଯାଇଛି । ଆଜି ବି ସମସ୍ତେ ଦୋଷୀମାନଙ୍କ ଫାସୀର ଅପେକ୍ଷାରେ ଅଛନ୍ତି । ମୃତ୍ୟୁ ଦଣ୍ଡ ପାଇଥିବା ଆରୋପିକୁ ଫାସୀ ଦିଆ ଯିବାର ଗୋଟିଏ ଦିନ ପୂର୍ବରୁ ପ୍ରଥମେ ତାହାର ଶେଷ ଇଚ୍ଛା ବିଷୟରେ ପଚରା ଯାଇଥାଏ ଓ ଜେଲ ପ୍ରଶାସନ ବି ସେହି ଇଚ୍ଛାକୁ ପୁରା କରିବା ପାଇଁ ଚେଷ୍ଟା କରିଥାନ୍ତି ।

କଣ ହୋଇଥାଏ ଦିନଚର୍ଯ୍ୟା :

ଫାସୀ ଦିନ ଅପରାଧୀକୁ ସକଳା ୫ ଟା ସମୟରେ ଉଠାଯାଏ । ଏହା ପରେ ତାକୁ ଚା ଦିଆଯାଏ । ତାହାର ଇଚ୍ଛା ଅନୁସାରେ ତାକୁ ଧର୍ମ ଗ୍ରନ୍ଥ ପଢିବା ପାଇଁ ଦିଆଯାଏ । ତାହା ପୂର୍ବରୁ ତାହାର ଅନ୍ତିମ ଇଚ୍ଛା ବି ପଚରାଯାଏ । ଏହା ପରେ ତାଙ୍କର ସମସ୍ତ ଇଚ୍ଛା ପୁରା କରିବା ପରେ ତାଙ୍କୁ ଫାଶୀ ସ୍ଥାନକୁ ନିଆଯାଏ । ଏହା ପରେ ଫାସୀ ସମୟରେ ସେଠି ଥିବା ସମସ୍ତ ଅଧିକାରୀଙ୍କୁ ନିଜର ଆଖି ବନ୍ଦ କରିବାକୁ ପଡିଥାଏ ।

ପାଖାପାଖି ୧ ମିନିଟ ପରେ ଦୌଡିକୁ ଢିଲା କରି ଶରୀରକୁ ୧୫ ଫୁଟ ତଳେ ଥିବା ଛୋଟ ପୋଖରୀରେ ଛାଡି ଦିଆଯାଏ । ଏହା ପରେ ଡାକ୍ତର ଶବର ଯାଞ୍ଚ କରି ମୃତ୍ୟୁର ପୃଷ୍ଟି କରନ୍ତି । ଏହା ପରେ ଶବର ପୋସ୍ଟମାର୍ଟମ କରାଯାଇଥାଏ ଓ ପୁଣି ଜେଲ ସୁପରିଟେଂଡେଟ ଦେଖିଥାନ୍ତି କି ମୃତ୍ୟୁ ହୋଇଥିବା ବ୍ୟକ୍ତିର ଶବ ଓ ତାହାର ଯାଞ୍ଚର କୌଣସି ପ୍ରକାରର ଭୁଲ ବ୍ୟବହାର କରାଯାଉ ନାହିଁ ତ । ଏହା ପରେ ସବୁ ଠିକ ଥିଲେ ଜେଲ ସୁପରିଟେଂଡେଟ ଅପରାଧୀର ଶବକୁ ତାଙ୍କର ପରିଜନମାନଙ୍କୁ ଦେଇ ଦିଅନ୍ତି ।