“ଋଷିଆନ ଆର୍ମି ପେହଲେ ଫାୟରିଂ କିୟା ଫିର ଇଣ୍ଡିଆନ ଲଡକିୟୋ କୋ…” ୟୁକ୍ରେନରେ ଫସିଥିବା ଝିଅଙ୍କ କଥା ଶୁଣିଲେ ଆପଣଙ୍କ ରକ୍ତ ଗରମ ହୋଇଯିବ, ଦେଖନ୍ତୁ video

ୟୁକ୍ରେନରେ ଋଷ ଯୁଦ୍ଧ ଆରମ୍ଭ କରିବା ପରଠାରୁ ସେଠାରେ ଦିନକୁ ଦିନ ପରିସ୍ଥିତି ଭୟାନକ ହୋଇଯାଉଛି । ୟୁକ୍ରେନ ଉପରେ ଅନବରତ ବୋମାମାଡ କରୁଛୁ ଋଷ । ଋଷକୁ ମଧ୍ୟ ରୋକିବାକୁ ପ୍ରାଣପଣେ ଚେଷ୍ଟା କରୁଛନ୍ତି ୟୁକ୍ରେନ ସୈନ୍ୟ । ଇତିମଧ୍ୟରେ ୟୁକ୍ରେନରେ ଫସି ରହିଛନ୍ତି ହଜାର ହଜାର ଭାରତୀୟ । ସେମାନଙ୍କ ଉଦ୍ଧାର କାର୍ଯ୍ୟ ‘ଅପରେସନ ଗଙ୍ଗା’ ମାଧ୍ୟମରେ ଜାରି ରହିଛି । ମୋଦୀ ସରକାର ମଧ୍ୟ ୟୁକ୍ରେନ ଏବଂ ଋଷ ଉଭୟ ଦେଶ ସହ କଥାବାର୍ତ୍ତା ହୋଇଛନ୍ତି କିପରି ସେଠାରୁ ଭାରତୀୟ ମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରା ଯାଇପାରିବ ।

ଯୁଦ୍ଧ ପରିସ୍ଥିତି ବର୍ଣ୍ଣନା କରି ଅନେକ ଭାରତୀୟ ଛାତ୍ରଛାତ୍ରୀଙ୍କୁ ସାହାଯ୍ୟ ମାଗୁଥିବାର ଭିଡିଓ ଗତ ଦିନ ମାନଙ୍କରେ ସାମ୍ନାକୁ ଆସିଛି । ଏହାରି ଭିତରେ ଉତ୍ତରପ୍ରଦେଶ ଲକ୍ଷ୍ନୌର ଜଣେ ଝିଅ ଗରବା ମିଶ୍ର ଯିଏ କି ୟୁକ୍ରେନରେ ରହି ମେଡିକାଲ ପାଠ ପଢୁଥିଲେ ସେ ଏକ ଭିଡିଓ ଜାରି କରିଛନ୍ତି । ଆଉ ସେହି ଭିଡିଓରେ ଯୁଦ୍ଧର ପରିସ୍ଥିତି ଭୟାବହତା କହିବା ସହ ସେମାନଙ୍କୁ ଉଦ୍ଧାର କରିବା ପାଇଁ ହାତ ଯୋଡି ସାହାଯ୍ୟ ମାଗିଛନ୍ତି । ସେ ଏବେ ୟୁକ୍ରେନର ରାଜଧାନୀ କିଭରେ ଏକ ବଙ୍କରରେ ରହିଛନ୍ତି ।

ସେ କହିଛନ୍ତି କି କିଭରୁ ଯେଉଁମାନେ ବି କ୍ୟାବ ଏବଂ ବସ୍ ଦ୍ଵାରା ବାହାରକୁ ଯିବାକୁ ଚେଷ୍ଟା କରୁଛନ୍ତି ସେମାନଙ୍କ ଉପରେ ଆକ୍ରମଣ କରାଯାଉଛି । ଋଷିଆ ସୈନ୍ୟ ସେମାନଙ୍କ ଉପରେ ଆକ୍ରମଣ କରି ଝିଅ ମାନଙ୍କୁ କେଉଁଆଡେ ନେଇ ଯାଉଛନ୍ତି । ଆଉ ପୁଅମାନଙ୍କର ମଧ୍ୟ କିଛି ଠିକଣା ନାହିଁ । ଯାହାର ଭିଡିଓ ସେଠାରେ ଆସିବା ପରେ ସେମାନେ ଖୁବ ଭୟଭୀତ ହୋଇ ଯାଇଛନ୍ତି । ଆଉ ବଙ୍କର ବାହାରକୁ ବାହାରିବା ପାଇଁ ଭୟ କରୁଛନ୍ତି । ତେବେ ବଙ୍କର ଭିତରେ ମଧ୍ୟ ସେମାନେ ସୁରକ୍ଷିତ ନାହାନ୍ତି ।

ଅନେକ ସମୟରେ ଲୋକମାନେ ବଙ୍କର ଭିତରକୁ ଜବରଦସ୍ତ ପଶିବାକୁ ଚେଷ୍ଟା କରୁଛନ୍ତି । ସେମାନେ ନିଜକୁ ସେଠାରେ ସୁରକ୍ଷିତ ମନେ କରୁନାହାନ୍ତି । ଏହାସହ ଏହି ଝିଅ କହିଛନ୍ତି କି ଫିଲ୍ମ ମାନଙ୍କରେ ସର୍ବଦା ଦେଖାଯାଏ କି ଭାରତୀୟ ମନେ ଯେଉଁଠାରେ ଥାଆନ୍ତୁ ନା କହଣିକି ସେମାନଙ୍କୁ ଭାରତ ସରକାର ସବୁବେଳେ ଉଦ୍ଧାର କରନ୍ତି । ସେପରି କିଛି କରି ସେମାନଙ୍କୁ ସେଠାରୁ ଉଦ୍ଧାର କରାଯାଉ ବୋଲି ସେ ଯୋଗୀ ସରକାର ଏବଂ ମୋଦୀ ସରକାରଙ୍କୁ ହାତଯୋଡି ବିନୟ କରିଛନ୍ତି ।

ସେମାନେ ଅନେକ ଥର ଭାରତୀୟ ଦୂତାବାସକୁ କଲ୍ କରିଥିଲେ ମଧ୍ୟ କୌଣସି ଉତ୍ତର ପାଇନାହାନ୍ତି । ରୋମାନିଆ ଓ ପୋଲାଣ୍ଡ ଦେଇ ଭାରତୀୟ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରାଯାଉଥିବା ବେଳେ ସେମାନେ ସେଠାରେ ପହଞ୍ଚିବାକୁ ମଧ୍ୟ ସକ୍ଷମ ନୁହନ୍ତି ବୋଲି କହିଛନ୍ତି ।

ତେବେ ଏବେ ପର୍ଯ୍ୟନ୍ତ ଅନେକ ଭାରତୀୟ, ପାକିସ୍ତାନୀ ଇ ତୁର୍କୀ ଛାତ୍ରଛାତ୍ରୀ ମାନେ ଭାରତ ସରକାରଙ୍କ ଦ୍ଵାରା ଉଦ୍ଧାର କରାଯାଇଥିବା ବେଳେ ଏମାନଙ୍କୁ ମଧ୍ୟ ସଠିକ ସମୟରେ ଉଦ୍ଧାର କରାଯିବ ବୋଲି ଆମର ଆଶା ଏବଂ ବିଶ୍ବାସ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।