ଋଷ ସେନା ସହ ଲଢେଇ କରିବେ ବନ୍ଦୀ କଏଦୀ, ସେମାନଙ୍କୁ ମୁକ୍ତ କରି କିଛି ଏମିତି ଅଫର ଦେଲେ ରାଷ୍ଟ୍ରପତି ଜେଲେନସ୍କି

ଋଷିଆକୁ କଡା ଟକ୍କର ଦେବା ପାଇଁ ବନ୍ଦୀ ସୈନ୍ୟଙ୍କୁ ମୁକ୍ତ କରିଲା ୟୁକ୍ରେନ । ୟୁକ୍ରେନ ଦାଖଲ କରିବା ଏତେ ସହଜ ନୁହେଁ ବୋଲି ଋଷିଆ ସୈନ୍ୟଙ୍କୁ କଡା ନିର୍ଦ୍ଦେଶ ଦେଲେ ୟୁକ୍ରେନ ରାଷ୍ଟ୍ରପତି । ସେମାନଙ୍କୁ କହିଲେ ଯଦି ବଞ୍ଚିବାକୁ ଚାହୁଁଛ ତେବେ ୟୁକ୍ରେନ ଛାଡି ନିଜ ରାଷ୍ଟ୍ରକୁ ପଳାଅ । ଏଇଠି ରହିଲେ କେତେବେଳେ ପ୍ରାଣ ଛାଡିଯିବ ତାହା କେହିବି କହି ପାରିବେନି । ଋଷିଆ ବିରୋଧରେ ଯୁଦ୍ଧକୁ ଆହୁରି କଠୋର କରିବା ପାଇଁ ୟୁକ୍ରେନ ସୈନ୍ୟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ରାଷ୍ଟ୍ରପତି ଜେଲେନସ୍କି ।

କେବଳ ଏତିକି ନୁହେଁ ବରଂ ୟୁକ୍ରେନରେ ବନ୍ଦୀ ଥିବା ବିଭିନ୍ନ କଏଦୀଙ୍କୁ ମୁକ୍ତ କରି ଦେଇଛନ୍ତି ଜେଲେନସ୍କି ସରକାର । ସବୁ ବନ୍ଦିଥିବା କଏଦୀ ହାତରେ ବନ୍ଧୁକ ଧରି ଋଷିଆ ସୈନ୍ୟଙ୍କୁ କଡା ଜବାବ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ୟୁକ୍ରେନ ରାଷ୍ଟ୍ରପତି । ଏହାଶ ଯିଏବି ଯୁଦ୍ଧରେ ଲଢିବାକୁ କରିବାକୁ ଇଚ୍ଛା କରିବ ତାକୁ ସମସ୍ତ ପ୍ରକାର ଅସ୍ତ୍ରଶସ୍ତ୍ର ଯୋଗାଇ ଦିଆଯିବ ବୋଲି କହିଛନ୍ତି ଜେଲେନସ୍କି । ଋଷିଆ ସୈନ୍ୟଙ୍କୁ ଯେପରି ବିଶେଷ ଆଗକୁ ବଢିବାକୁ ଦିଆ ନଯିବ ସେଥିପ୍ରତି ବିଶେଷ ଧ୍ୟାନ ଦେବାକୁ ୟୁକ୍ରେନ ରାଷ୍ଟ୍ରପତି ସେନାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଋଷିଆ ଓ ୟୁକ୍ରେନ ମଧ୍ୟରେ ସାତଦିନରୁ ଅଧିକ ସମୟ ଧରି ଯୁଦ୍ଧ ଲାଗିଲାଣି । ପୁଟିନ କାହା କଥା ଶୁଣୁ ନାହାନ୍ତି କି ଜେଲେନସ୍କି ଝୁକୁ ନାହାନ୍ତି । ଫଳରେ ଯୁଦ୍ଧ ଥମିବାର ନାଁ ନେଉନାହିଁ । ଋଷିଆକୁ ସହଜରେ ଛାଡିବ ନାହିଁ ୟୁକ୍ରେନ । ଋଷିଆକୁ କଡା ଟକ୍କର ଦେଉଛନ୍ତି ୟୁକ୍ରେନ ସୈନ୍ୟ । କୌଣସି ପରିସ୍ଥିତିରେ ଆମେ ହାର୍ ମାନିବା ନାହିଁ ବରଂ ଲଢେଇ କରିବା ଓ ଜିତିବା ବୋଲି ସ୍ଲୋଗାନ ଦେଉଛନ୍ତି ୟୁକ୍ରେନ ସୈନ୍ୟ । ଆଉ ଏହି ସ୍ଲୋଗାନ ହିଁ ଯୁଦ୍ଧ ପାଇଁ ବଳ ଯୋଗାଉଥିବା କୁହାଯାଉଛି ।

ଋଷିଆ ସୈନ୍ୟ କିଭକୁ ଅକ୍ତିଆର କରିବା ପାଇଁ ଯେତେ ଚେଷ୍ଟା କଲେ ମଧ୍ୟ ଫଳପ୍ରଦ ହେଉନାହିଁ । ୟୁକ୍ରେନ ଯବାନଙ୍କ ମୁହଁତୋଡ ଜବାବରେ ଧରାଶାୟୀ ହେଉଛନ୍ତି ଋଷିଆ ସୈନ୍ୟ । ସେପଟେ ଋଷିଆ ଉପରେ ଲାଗିଥିବା ଆନ୍ତର୍ଜାତୀୟ କଟକଣାକୁ ନେଇ ଚିନ୍ତାରେ ପୁଟିନ । ଆଉ ବେଶିଦିନ ଏଭଳି ଯୁଦ୍ଦ ଲାଗି ରହିଲେ ସ୍ଥିତି ଆହୁରି ଜଟିଳ ହୋଇପାରେ । ତେଣୁ ଯଥାଶୀଘ୍ର ୟୁକ୍ରେନକୁ ଅକ୍ତିଆର କରିବାକୁ ଚେଷ୍ଟା କରୁଛନ୍ତି ପୁଟିନ ସେନା ।

ଋଷର ଗୋଟିଏ ପରେ ଗୋଟିଏ ଯୋଜନାକୁ ପଣ୍ଡ କରି ଦେଉଛନ୍ତି ୟୁକ୍ରେନ ସୈନ୍ୟ । ଆଉ ଏତିକି ବେଳେ ୟୁକ୍ରେନରେ ଥିବା ବନ୍ଦୀ ସୈନ୍ୟଙ୍କୁ ମୁକ୍ତ କରିବାକୁ ଜେଲେନସ୍କି ନିର୍ଦ୍ଦେଶ ଦେଇଥିବାରୁ ଏବେ ଏହାକୁ ନେଇ ମଧ୍ୟ ପୁଟିନ ଚିନ୍ତାରେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।