ପାକିସ୍ତାନୀଙ୍କ ହାତରେ ତ୍ରିରଙ୍ଗା, କହିଲେ ‘ଭାରତ ମାତା କି ଜୟ’… ଯୁଦ୍ଧ ବେଳେ ଉଦ୍ଧାର ବେଳର ଏହି ଦୃଶ୍ୟ ଦେଖିଲେ ଆପଣ ବି ଗର୍ବ ଅନୁଭବ କରିବେ !

ପାକିସ୍ଥାନୀଙ୍କ ହାତରେ ତ୍ରିରଙ୍ଗା ଆଉ ମୁହାଣରେ ‘ଭାରତ ମାତା କି ଜୟ’ । ତ୍ରରଙ୍ଗା ସାଜିଲା ରକ୍ଷା କବଚ । ପାକିସ୍ତାନୀ କହିଲେ ଭରସା ଅଛି କି ତ୍ରିରଙ୍ଗା ଉଦ୍ଧାର କରିବ । ୟୁକ୍ରେନଋ ଏମିତି କିଛି ଚିତ୍ର ସାମ୍ନାକୁ ଆସିଛି ଯାହା ଆପଣଙ୍କୁ ଭାରତୀୟ ବୋଲି ଗର୍ବ ଅନୁଭବ କରାଇବ । କାରଣ ତ୍ରିରଙ୍ଗା ଧରି କେବଳ ଭାରତୀୟ ଛାତ୍ରଛାତ୍ରୀ ନୁହେଁ ବରଂ ଅନେକ ପାକିସ୍ତାନୀ ଏବଂ ତୁର୍କୀ ଛାତ୍ରଛାତ୍ରୀ ମଧ୍ୟ ନିସ୍ତାର ପାଉଛନ୍ତି । ଭାରତୀୟଏନକେ ସହ ଅନେକ ପାକିସ୍ତାନୀ ଏବଂ ତୁର୍କୀ ଛାତ୍ରଛାତ୍ରୀ ତ୍ରିରଙ୍ଗା ଦେଖାଇ ବର୍ଡର ପାର୍ କରିଛନ୍ତି ।

ଗତ ୨୭ ଫେବୃୟାରୀର କିଛି ଚିତ୍ର ଜାହିର କରିଛି ଭାରତର ପ୍ରତିଷ୍ଠା ଏବଂ ନିରପେକ୍ଷତା । ଶତ୍ରୁ ଦେଶ ହେଲେବି ପାକିସ୍ତାନୀ ନିଜ ସୁରକ୍ଷା ପାଇଁ ଭାରତର ବ୍ୟବହାର କରିଛନ୍ତି । ଦକ୍ଷିଣ ୟୁକ୍ରେନର ଓଡେଶାରୁ ଆସିଥିବା ଜଣେ ଡାକ୍ତରୀ ଛାତ୍ର କହିଛନ୍ତି ଯେ ଆମକୁ ୟୁକ୍ରେନରେ କୁହା ଯାଇଥିଲା କି ଭାରତୀୟ ହେଲେ ଏବଂ ତ୍ରିରଙ୍ଗା ରଖିଲେ ଆମକୁ କିଛି କ୍ଷତି ପହଞ୍ଚା ଯିବନି । ୟୁକ୍ରେନରୁ ଛାତ୍ରଛାତ୍ରୀ ମାନଙ୍କୁ ଅଣାଯିବା ସମୟରେ ସେମାନେ ତ୍ରିରଙ୍ଗାର ବନ୍ଦୋବସ୍ତ କରିଥିଲେ ଓ ସେମାନଙ୍କ ବସ୍ ଆଗରେ ଦୁଇଟି ତ୍ରିରଙ୍ଗା ଲଗାଇଥିଲେ ।

ଯାହାକି ସତରେ କାମ କରିଥିଲା ବୋଲି ଛାତ୍ରଜଣକ କହିଛନ୍ତି । ତ୍ରିରଙ୍ଗା ଦେଖି ତାଙ୍କୁ ସୈନ୍ୟମାନେ ଛାଡି ଦେଉଥିଲେ । ଏପରିକି କେନ୍ଦମନ୍ତ୍ରୀ ଜି କିଷନ ରେଡ୍ଡୀ ମଧ୍ୟ ଭାରତୀୟ ଛାତ୍ରଙ୍କୁ ସେପରି କରିବାକୁ ପରାମର୍ଶ ଦେଇଥିଲେ । ଏଥିପାଇଁ ଛାତ୍ରଛାତ୍ରୀ ମାନେ ବଜାରରୁ ସ୍ପ୍ରେ ପେଣ୍ଟ ଆଣି ତ୍ରିରଙ୍ଗା ପ୍ରସ୍ତୁତ କରିଥିଲେ । ସ୍ଥଳପଥରେ ରୋମାନିଆ ଓ ପୋଲାଣ୍ଡ ଆସିବାକୁ ଗାଡିରେ ସେମାନେ ତ୍ରିରଙ୍ଗା ଲଗାଇଥିଲେ । ଆଉ ସେଥିପାଇଁ ବଡ ଭରସା ଦେଇଥିଲେ ଋଷ ସୈନ୍ୟ ।

ସେପଟେ ପାକିସ୍ତାନ ସରକାର ଛାତ୍ରଛାତ୍ରୀ ମାନଙ୍କୁ ନିଜସ୍ଵ ଉଦ୍ୟମରେ ବର୍ଡର ପାର୍ ହେବାକୁ କହିଥିଲେ । ତା’ପରେ ସେଠାରୁ ସେମାନଙ୍କୁ ଦେଶକୁ ଫେରାଇବାକୁ ବନ୍ଦୋବସ୍ତ କରାଯିବ ବୋଲି କହିଥିଲେ । କିନ୍ତୁ ଇମ୍ରାନ ସରକାରଙ୍କ ନୀତିରେ ଅସ୍ପଷ୍ଟତା ନେଇ କ୍ଷୁବ୍ଧ ଥିଲେ ପାକିସ୍ତାନୀ ଛାତ୍ର । ତେଣୁ ସେମାନେ ତ୍ରିରଙ୍ଗା ଢାଲ ଧରିଥିଲେ ଓ ଚେକପୋଷ୍ଟରେ ‘ଭାରତ ମାତା କି ଜୟ’ କହିଥିଲେ ।

ତୁର୍କୀ ଛାତ୍ରମାନେ ମଧ୍ୟ ସମାନ ବାଟ ଆପଣେଇ ପାର୍ ହୋଇଥିଲେ ୟୁକ୍ରେନ ସୀମା । ଯଦିଓ ପାକିସ୍ତାନୀ ଭଳି ତୁର୍କୀ ମଧ୍ୟ ଭାରତ ବିରୋଧୀ ଆଭିମୁଖ୍ଯ ରଖେ ତଥାପି ଶତ୍ରୁତା ନୁହେଁ ବରଂ ମାନବିକତା ହିଁ ଭାରତର ଧର୍ମ ତାହା ପୁଣି ଥରେ ପ୍ରମାଣିତ ହୋଇଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।