କେବଳ ଏହି ଗୋଟେ କାରଣ ପାଇଁ ବାପା ହୋଇ ପାରିଲେ ନାହିଁ Dilip Kumar, ଶେଷ ସମୟରେ ବି କହୁଥିଲେ “ଯଦି ଆମର ନିଜର ପିଲା ଥାଆନ୍ତା ତ ବହୁତ ଭଲ ହେଇଥାନ୍ତା, କିନ୍ତୁ …”

ବନ୍ଧୁଗଣ ବଲିଉଡ ଅଭିନେତା ଦିଲ୍ଲୀପ କୁମାରଙ୍କୁ ଅନେକ ଥର ତାଙ୍କ ସ୍ତ୍ରୀ, ପିଲା ଓ ପରିବାର କୁ ନେଇ କିଛି ପ୍ରଶ୍ନ ପଚରା ଯାଇଥିଲା କିନ୍ତୁ ଉତ୍ତରରେ ସେ କହି ନ ଥିଲେ । ଦିଲ୍ଲୀପ କୁମାର ନିଜର ବ୍ୟକ୍ତିଗତ ଜୀବନରେ ଅନେକ କଥା ପ୍ରାଇଭେଟ ରଖିଥାନ୍ତି ।

ତାଙ୍କୁ ପବ୍ଲିକରେ ନିଜ ପରିବାର ବିଷୟରେ କହିବା ପସନ୍ଦ ନୁହେ । କିଛି ପ୍ରଶ୍ନର ଉତ୍ତର ଦିଲ୍ଲୀପ କୁମାର ନିଜର ବାୟୋଗ୍ରାଫିରେ ଶେୟାର କରିଛନ୍ତି । ସୂଚନା ଅନୁସାରେ ସାୟରା ବାନୋ ପିଲା ଜନ୍ମ କରି ନାହାନ୍ତି । ଏହି ପ୍ରଶ୍ନର ଉତ୍ତର ଦିଲ୍ଲୀପ କୁମାର ଲେଖିଛନ୍ତି ଯେ ଏ କଥା ସତ ନୁହେ । ସେ ନିଜ ବାୟୋଗ୍ରାଫିରେ ଲେଖିଛନ୍ତି ଯେ ” ସତ କଥା ହେଉଛି ସାୟରା ବାନୋ ୧୯୭୨ରେ ଗ-ର୍ଭ-ବ-ତୀ ଥିଲେ ।

କିନ୍ତୁ ୮ ମାସରେ ତାଙ୍କର ମି-ସ୍କ୍ୟା-ରେ-ଜ ହୋଇଥିଲା । ପରେ ସେ ଜାଣିବାକୁ ପାଇଲେ ସେ ନଷ୍ଟ ହୋଇଥିବା ପିଲାଟି ପୁଅ ଥିଲା । ସାୟରାଙ୍କର ମି-ସ କ୍ୟା-ରେ-ଜ ହେବାର କାରଣ ହାଇ ବ୍ଲଡ଼ ପ୍ରେସର ରହିଥିଲା” । ଅଭିନେତା ଦିଲ୍ଲୀପଙ୍କୁ ନେଇ ପ୍ରଶ୍ନ କରାଯାଇ ଥିଲା କଣ ତାଙ୍କର ପିଲା ନାହାନ୍ତି ବୋଲି ସେ ମନ ଦୁଖ କରନ୍ତି । ଏହି ପ୍ରଶ୍ନର ଉତ୍ତର ସେ ବାୟୋଗ୍ରାଫିରେ ଲେଖିଛନ୍ତି ଯେ  “ଯଦି ତାଙ୍କର ନିଜ ପିଲା ଥାନ୍ତେ ତେବେ ବହୁତ ଭଲ ହୋଇଥାନତ ।

କିନ୍ତୁ ଏ କଥାର କୌଣସି ବି ଅପଶୋଷ ତାଙ୍କ ମନରେ ନାହି । ତାଙ୍କ ଘରେ ବହୁତ ପ୍ୟାରା ପିଲା ଅଛନ୍ତି ବୋଲି ଦିଲ୍ଲୀପ କୁମାର କହିଛନ୍ତି” । ଯେବେ ତାଙ୍କ ଭଉଣୀଙ୍କ ପିଲାମାନେ ଘରକୁ ଆସୁଥିଲେ ତେବେ ସେ ପିଲାଙ୍କ ସହ ଟାଇମ ସ୍ପେନ୍ଡ କରୁଥିଲେ । ସେହି ପିଲାଙ୍କ ସହ ରହି କେବେ ବି ଲାଗେନି ଯେ ଆମର ପିଲା ନାହାନ୍ତି ବୋଲି ଦିଲ୍ଲୀପ କୁମାର କହିଛନ୍ତି” ।

ଦିଲ୍ଲୀପ କୁମାର କହିଛନ୍ତି ଯେ ପିଲା ମାନେ ଆସି ବ୍ୟାଡମିଣ୍ଟନ ଖେଳିବା ସହ ଆହୁରି ଅନେକ ଗେମ ଖେଳନ୍ତି । ବଡ ହେବା ସହ ପିଲାମାନେ ନିଜ ନିଜ କ୍ଯାରିୟରକୁ ନେଇ ଆଗକୁ ବଢିଗଲେ । କେବେ କେବେ ସେହି ପିଲାଙ୍କ ସହ ଦେଖା ହୋଇଥାଏ” । ଏହା ବ୍ଯତୀତ ସେ ଲେଖିଛନ୍ତି ଯେ ଯଦି ତାଙ୍କ ପିଲା ଥାନ୍ତେ ତେବେ ସେମାନେ ମଧ୍ୟ ନିଜ ସ୍ଵପ୍ନ ପୁରା କରିବାକୁ ତାଙ୍କ ଠାରୁ ଦୂରକୁ ଯାଇଥାନ୍ତେ ।

ସେଥିପାଇଁ ତାଙ୍କୁ କେବେ ବି ଏହି କଥାର ଅପଶୋଷ ହୋଇ ନାହି । ଦିଲ୍ଲୀପ କୁମାର ନିଜ ଭାଇ ଓ ଭଉଣୀଙ୍କ ଠାରୁ କମ ବୟସରେ ପିତା ହୋଇଥିଲେ । ସେ ଲେଖିଛନ୍ତି ଯେ “ତାଙ୍କ ୬ ଭଉଣୀ ଓ ୫ ଭାଇଙ୍କ ମଧ୍ୟରୁ ସେ ସାନ ହୋଇଥିବାରୁ ନିଜ ପରିବାରକୁ ସୁରକ୍ଷା ଦେବାରେ ତାଙ୍କୁ ଖୁସି ମିଳିଥିଲା । ପିଲା ନ ଥିବାର ଦୁଖ କେବେ ତାଙ୍କ ମନରେ ଆସି ନାହି” ।

ଏକ ଇଣ୍ଟରବିୟୁରେ ଦିଲ୍ଲୀପ କୁମାରଙ୍କୁ ପ୍ରଶ୍ନ କରାଯାଇ ଥିଲା ଯେ ତାଙ୍କର ଲେଗେସୀକୁ କିଏ ଆଗକୁ ବଢାଇବ । ଏହାର ଉତ୍ତରରେ ସେ କହିଥିଲେ ଯେ ବହୁତ ଅଭିନେତା ତାଙ୍କ ଲେଗେସୀକୁ ଆଗକୁ ବଢାଇଛନ୍ତି । ତାଙ୍କ ସମୟରେ ଅଭିନେତା ମାନେ ଲେଗେସୀକୁ ଆଗକୁ ବଢାଇବ ସହ ନୂଆ ଅଭିନେତା ମାନେ ମଧ୍ୟ ତାଙ୍କ ପରି ହେବାକୁ ଇଚ୍ଛା କରୁଛନ୍ତି ଜାଣି ସେ ବହୁତ ଖୁସି ହେଉଥିଲେ” ।

ଦିଲ୍ଲୀପ କୁମାର ଓ ସାୟରା ବାନୋ ଅଭିନେତା ସଲମାନ ଖାନଙ୍କୁ ନିଜ ପୁଅ ଭାବେ ମନେ କରନ୍ତି କାରଣ ସଲମାନଙ୍କ ସହ ଦିଲ୍ଲୀପଙ୍କର ଗଭୀର ସମ୍ପର୍କ ରହିଛି । ତାଙ୍କର ୯୮ ବର୍ଷ ବୟସରେ ପ-ର-ଲୋ-କ ଘଟିଛି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।