ବଙ୍କର ଭିତରେ ଲୁଚିଲେ Putin ଓ ତାଙ୍କ ପରିବାର, ନିଜେ ପରମାଣୁ ଯୁଦ୍ଧକୁ ଡରିଗଲେ ନା କରୁଛନ୍ତି ଆଉ କିଛି ମାଷ୍ଟର ପ୍ଳାନ ?

ପରମାଣୁ ଆକ୍ରମଣକୁ ଡରିଗଲେ କି ପୁଟିନ ? ବଙ୍କର ଭିତରେ ଲୁଚିଲେ ପୁଟିନ ଓ ତାଙ୍କ ପରିବାର । ଭିତରେ ରହି କରୁଛନ୍ତି ମାଷ୍ଟର ପ୍ଳାନ । ୟୁକ୍ରେନ ଓ ଋଷିଆ ଘମାଘୋଟ ଯୁଦ୍ଧ ମଧ୍ୟରେ ଗାୟବ ହୋଇଗଲେ ପୁଟିନ ଓ ତାଙ୍କ ପରିବାର । ମସ୍କୋରୁ ପୁରା ଅନ୍ତର୍ଦ୍ଧାନ ହୋଇ ଯାଇଛନ୍ତି ପୁଟିନଙ୍କ ପରିବାର । ୟୁକ୍ରେନ ଆପକ୍ରମ୍ନ ପରେ ଋଷିଆ ଉପରେ ଏବେ ପୁରା ବିଶ୍ଵର ନଜର । ବର୍ତ୍ତମାନ ସୁଦ୍ଧା ଅନେକ ଦେଶ ଋଷିଆ ଉପରେ ଆକ୍ରମଣ କରିବାକୁ ପ୍ରସ୍ତୁତ ହୋଇଛନ୍ତି ।

କାରଣ ପୂର୍ବରୁ ଫ୍ରାନ୍ସ ଖୋଲାଖୋଲି ଭାବେ ଋଷିଆ ଉପରେ ପରମାଣୁ ବୋମା ପକାଇବା ବୋଲି ଧମକ ଦେଇଛି । ଏହାସହ ଆମେରିକା ଓ ବ୍ରିଟେନ ସହ ଅନେକ ରାଷ୍ଟ୍ର ଋଷିଆ ଉପରେ ଆକ୍ରମଣ କରିବାକୁ ପ୍ରସ୍ତୁତ ହେଉଥିବା ଋଷ ଗୁଇନ୍ଦା ବିଭାଗ ସୂଚନା ଦେବାପରେ ଏବେ ଚିନ୍ତାରେ ଅଛନ୍ତି ପୁଟିନ । ଏବେ ବଙ୍କର ଭିତରେ ପୁଟିନ ଓ ତାଙ୍କ ପରିବାର ଅଛନ୍ତି । ନିଜେ ପରମାଣୁ ଯୁଦ୍ଧର ଧମକ ଦେଉଥିଲେ ସୁଦ୍ଧା ଏବେ ସେହି ପରମାଣୁ ବୋମାକୁ ଡରି ନିଜେ ବଙ୍କର ଭିତରେ ଲୁଚିଛନ୍ତି ।

ଆଉ ତାହାରି ମଧ୍ୟରେ ୟୁକ୍ରେନ ଯୁଦ୍ଧର ସିଧା ପ୍ରସାରଣ ଦେଖିବା ସହ ଶତ୍ରୁ ରାଷ୍ଟ୍ରର ସ୍ଥିତି ଉପରେ ମଧ୍ୟ ନଜର ରଖିଛନ୍ତି । କୁହାଯାଉଛି କି ଏହି ବଙ୍କର ଏତେ ସୁରକ୍ଷିତ ଯେ ପରମାଣୁ ବୋମା ପଡିଲେ ବି ଏହାର କିଛି କ୍ଷତି ହେବନାହିଁ । ତେଣୁ ନିଜକୁ ସୁରକ୍ଷିତ ରଖିବାକୁ ଏହି ବଙ୍କରରେ ଲୁଚିଛନ୍ତି ପୁଟିନ । ଆଉ ଏହି ଖବର ପ୍ରକାଶିତ ହେବା ପରେ ଆନ୍ତର୍ଜାତୀୟ ସ୍ତରରେ ଏହାକୁ ନେଇ ଆଲୋଚନା ମଧ୍ୟ ଜୋର ଧରିଛି । କୁହାଯାଉଛି କି ପୁଟିନ ଜାଣି ସାରିଲେଣି କି ୟୁକ୍ରେନ ସହ ଯୁଦ୍ଧ ଋଷିଆକୁ ମହଙ୍ଗା ପଡିଛି ।

ଏହାସହ କିଏ କେତେବେଳେ ଋଷିଆ ଉପରେ ଆକ୍ରମଣ କରିବେ ସେନେଇ କିଛି ଗ୍ୟାରେଣ୍ଟି ମଧ୍ୟ ନାହିଁ । ତେଣୁ ନିଜକୁ ଓ ନିଜ ପରିବାରକୁ ସୁରକ୍ଷିତ ରଖିବାକୁ ବଙ୍କର ଭିତରେ ପଶିଛନ୍ତି ପୁଟିନ । ସେପଟେ ୟୁକ୍ରେନ ଉପରେ ଘନଘନ ଆକ୍ରମଣ କରିଚାଲିଛି ଋଷିଆ । ଚାରିଆଡେ ଆଖିବୁଜା ବୋମା ବର୍ଷଣ ହେଉଛି । ଏହି କ୍ରମରେ ପାରାଚ୍ୟୁଟ ଯୋଗେ ୟୁକ୍ରେନର ଏକ ହସ୍ପିଟାଲରେ ଓହ୍ଲାଇଛନ୍ତି ଋଷିଆ ସୈନ୍ୟ ।

ୟୁକ୍ରେନର ଖାରକିଭର ଏକ ସ୍ଥାନୀୟ ହସପିଟାଲରେ ଅବତରଣ କରିବା ପରେ ସେମାନେ ସେଠାରେ ଆକ୍ରମଣ କରିଥିଲେ । ସେପଟେ ଶତ୍ରୁକୁ ମାତ୍ ଦେବାକୁ ୟୁକ୍ରେନ ସୈନ୍ୟମାନେ ମଧ୍ୟ ପ୍ରାଣପଣେ ଚେଷ୍ଟା କରିଛନ୍ତି । ଆଉ ଏହାରି ମଧ୍ୟରେ ପୁଟିନ ବଙ୍କର ମଧ୍ୟରେ ରହିଥିବା ଖବରକୁ ନେଇ ଚର୍ଚ୍ଚା ଜୋର ଧରିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।